ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ବ୍ୟବସାୟୀଙ୍କୁ ଧନଲାଭ ହେବ। ସିଭିଲ୍ ଇଂଜିନିୟରଙ୍କୁ କୌଣସି ବଡ଼ ଉଦ୍ୟୋଗରେ ଚାକିରି ପାଇଁ ଡ଼ାକରା ଆସିପାରେ। ଶତ୍ରୁ ଦବି ରହିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ‌

ବୃଷ: କରିଆସୁଥିବା କାମରେ ଯଥେଷ୍ଟ ଲାଭ ପାଇବେ। ଜୀବନରେ ଲୋକମାନଙ୍କର ସହଯୋଗ ପାଇବେ। କିଛି ନୂଆ ବନ୍ଧୁ ବନାଇବାର ସମ୍ଭାବନା। ଛାତ୍ରମାନେ ଏକାନ୍ତ ଜାଗାରେ ଅଧ୍ୟୟନ କରନ୍ତୁ।‌

ମିଥୁନ: ମହତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ କରିବାକୁ ଭାବୁଥିଲେ ତାହା ପୂରା ହୋଇଯିବ। ଓକିଲଙ୍କ ଲାଗି ଦିନଟି ବହୁତ ଭଲ। ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିପାରେ। ଘର ସଜାଇବା କାମ କରାଇବେ। 

କର୍କଟ: ପୂର୍ବ କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ। ଆପଣଙ୍କର ସବୁ ସମସ୍ୟାର ସମାଧାନ ବାହାରିବ। ଆମଦାନିରେ ବୃଦ୍ଧି ହେବାର ସମ୍ଭାବନା। ‌ 

ସିଂହ: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। କୌଣସି କାମରେ ଜୀବନସାଥୀର ସହଯୋଗ ପାଇବେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ସୁଯୋଗ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ସ୍ମରଣୀୟ। 

କନ୍ୟା: ପରିବାର ଲୋକ ଆପଣଙ୍କର ସବୁ ନିଷ୍ପତ୍ତିରେ ଆପଣଙ୍କ ସହ ରହିବେ। କିଛି ଜରୁରୀ ନିର୍ଣ୍ଣୟ ଆପଣଙ୍କୁ ଲାଭ ଦେଇପାରେ। ଆପଣଙ୍କ ଧ୍ୟ‌ାନ କାମ ସଂପୂର୍ଣ୍ଣ କରିବାରେ ଲାଗି ରହିବ। 

ତୁଳା: କୌଣସି କାମରେ ଅଧିକ ଯାତୟାତ କରିବାକୁ ପଡ଼ିପାରେ। ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ରାଜନୀତିରେ ସଫଳତା ପାଇବେ। କାହାରିକୁ ଧାର ଦେଲେ ଆର୍ଥିକ ସ୍ଥିତି ଦୁର୍ବଳ ହେବ। 

ବିଛା: ଉନ୍ନତି ପାଇଁ କୌଣସି ନୂଆ ମାର୍ଗ ନଜର ଆସିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ। ଆପଣଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ରାଜନୀତିରେ ସଫଳତା ପାଇବେ। ଅଚାନକ ଧନଲାଭ ହେବ। 

ଧନୁ: ଅଫିସ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ଜୀବନ ଭଲ ରହିବ। 

ମକର: ଜୀବନସାଥୀଙ୍କୁ କୌଣସି କାମରେ ସଫଳତା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। ଛାତ୍ର ମହତ୍ବପୂର୍ଣ୍ଣ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରୀତ କରିବେ। ବ୍ୟବସାୟରେ କାମରେ ଦୂରସ୍ଥାନକୁ ଯିବେ। 

କୁମ୍ଭ: ଅଫିସରେ କାମର ବୋଝ ବଢ଼ିପାରେ। ପାରିବାରିକ କାମ ସଂପୂର୍ଣ୍ଣ କରିବାରେ ପରିବାର ଲୋକଙ୍କ ସହଯୋଗ ପାଇବେ। ଆପଣଙ୍କୁ ଲାଭର ଅବସର ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। 

ମୀନ: କୌଣସି ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ଆପଣଙ୍କୁ ରୋଜଗାରର ଉଚିତ ଅବସର ପ୍ରାପ୍ତ ହେବ। ମହିଳାମାନେ ଜିନିଷ କିଣିବା ଲାଗି ସହରକୁ ଯିବେ। ଛାତ୍ରଙ୍କୁ ଲାଗି ଦିନଟି ଭଲ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe