ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

hor

ମେଷ: ନୂଆ ସୂଚନା ପାଇବେ। ନିଜ କାର୍ଯ୍ୟରେ ପରିବର୍ତ୍ତନ କରନ୍ତ ନାହିଁ। ଘରେ କୌଣସି ଆୟୋଜନ ପାଇଁ ଉତ୍ସାହ ରହିବ। କୌଣସି ଖେଳ ପ୍ରତିଯୋଗୀତାରେ ଭଲ ପ୍ରଦର୍ଶନ କରିବେ। ଲେଖକଙ୍କ ବିଚାରର ସମ୍ମାନ ହେବ। 

ବୃଷ: ଅଚାନକ ବନ୍ଧୁ ସହିତ ସାକ୍ଷାତ ହେବ। କ୍ୟାରିୟରକୁ ନେଇ ଆଲୋଚନା କରିବେ। ଆପଣଙ୍କ ଲକ୍ଷ୍ୟକୁ ନେଇ ଉତ୍ସାହିତ ରହିବେ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର ସୁଯୋଗ ଦେବେ। 

ମିଥୁନ: ଦିନଟି ଆତ୍ମବିଶ୍ବାସ ଭରା ରହିବ। ଆପଣଙ୍କ ବ୍ୟବହାରରେ କିଛି ସୁଧାର ଆଣିବାର ଆବଶ୍ୟକତା ଅଛି। ବନ୍ଧୁ ଆସିବା ଯୋଗୁଁ ଘରେ ସକାରାତ୍ମକ ଶକ୍ତି ବଜାୟ ରହିବ। ଔଷଧ ବ୍ୟବସାୟୀଙ୍କର ଭଲ ଲାଭ ହେବ। 

କର୍କଟ: ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ କାମ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଘ‌ରେ ଶାନ୍ତିପୂର୍ଣ୍ଣ ମାହୋଲ ରହିବ। ଜୀବନସାଥୀ ଆପଣଙ୍କୁ ମନର କଥା କହିବେ। ପରିଶ୍ରମ ଓ କ୍ଷମତା ଉପରେ ବିଶ୍ବାସ ରଖନ୍ତୁ।
ସିଂହ: ଆପଣଙ୍କ ପିଲା ଆପଣଙ୍କ କାମରେ ପୂରା ସହଯୋଗ କରିବେ। ବିଶେଷ ପରିସ୍ଥିତିରେ ଜୀବନସାଥୀଙ୍କୁ ପରାମର୍ଶ ଦିଅନ୍ତୁ। ଭାବିଚିନ୍ତି ନୂଆ କାରବାରରେ ପୁଞି ନିବେଶ କରନ୍ତୁ। ସ୍ବାସ୍ଥ୍ୟରେ ସୁଧାର ହେବ। 

କନ୍ୟା: ଆପଣଙ୍କ ଜୀବନରେ ପ୍ରସନ୍ନତା ଆସିବ। କାମଧନ୍ଦାରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଆୟରେ ବୃଦ୍ଧି ହେବ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। 

ତୁଳା: ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତିଙ୍କ ଲାଗି ଭଲ ସମୟ। ବୈବାହିକ ଜୀବନ ସୁଖମୟ ରହିବ। ନୂଆ କଥା ଶିଖିବେ। ସାମାଜିକ ପରିସର ବଢ଼ିବ। ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ। 

ବିଛା: କୌଣସି କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହେବା ଯୋଗୁଁ ପ୍ରସନ୍ନ ହେବେ। ସମସ୍ୟାର ଭୟଭୀତ ନହୋଇ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଦେଇଥିବା ଧାର ପାଇପାରିବେ। ରାଜନୀତିରେ ସଫଳତା ପାଇବେ। 

ଧନୁ: ପଦୋନ୍ନତି ପାଇବା ପାଇଁ ଯୋଜନାରେ ସଫଳ ହେବେ। ବନ୍ଧୁ ସହିତ ଭଲ ସମୟ ବିତାଇବେ। ବ୍ୟବସାୟ କ୍ଷେତ୍ରରେ ବହୁତ ବ୍ୟସ୍ତତା ରହିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। 

ମକର: ନୂଆ କାମ ଆରମ୍ଭ କରନ୍ତୁ ସଫଳତା ମିଳିବା ଯୋଗ ଅଛି। ବିରୋଧୀମାନଙ୍କ ଉପରେ ବଜୟ ଲାଭ କରିବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର କାର୍ଯ୍ୟକ୍ରମ ବାତିଲ ହୋଇପାରେ। 

କୁମ୍ଭ: ବେପାରରେ ଅଧିକ ଧନଲାଭର ସମ୍ଭାବନା ଅଛି। ଚାକିରି ପାଇବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ନୂଆ ଅବସର ପାଇବେ। କାହାରିକୁ ସାହାଯ୍ୟ କରି ପାରନ୍ତି।

ମୀନ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। କୌଣସି ସମାରୋହରେ ଏଭଳି ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ ଯାହା ଆପଣଙ୍କ ଲାଗି ବିଶେଷ ସାବ୍ୟସ୍ତ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe