ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

hor

ମେଷ: ଦିନଟି ଆରମ୍ଭ ଶାନ୍ତ ମନରେ କରିବେ। କାମରେ ଜୀବନସାଥୀର ସହଯୋଗ ପାଇବେ। ଅଯଥା ବିବାଦ ଠାରୁ ଦୂରରେ ରହନ୍ତୁ। ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି। ‌

ବୃଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କାହାରିକୁ ସାହାଯ୍ୟ ମାଗିବାରେ ସଂକୋଚ କରନ୍ତୁ ନାହିଁ। ପ୍ରତ୍ୟେକ କାର୍ଯ୍ୟ ଧୈର୍ଯ୍ୟଧରି ଓ ବୁଦ୍ଧିମତ୍ତାରେ କରନ୍ତୁ। ଅଫିସରେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା ହେବ। 

ମିଥୁନ: ବେପାରରେ ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଫିସରେ କାମ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। କାମ, ପରିବାର ଓ ବନ୍ଧୁମାନଙ୍କ ସହିତ ଭାରସାମ୍ୟ କାଏମ୍ ରଖନ୍ତୁ। ‌

କର୍କଟ: କୌଣସି ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯିବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଶିକ୍ଷକଙ୍କ ପାଇଁ ପଦୋନ୍ନତିର ଯୋଗ ଅଛି। ବିବାଦ ଠାରୁ ଦୂରରେ ରହନ୍ତୁ। ବ୍ୟବସାୟରେ ଲାଭ ପାଇବେ। ‌

ସିଂହ: ପରିବାର ପାଇଁ ନୂଆ ଖୁସି ନେଇ ଆସିବ। ସନ୍ତାନ ପକ୍ଷର ସଫଳତା ଆପଣଙ୍କୁ ଖୁସି ଦେବ। ବନ୍ଧୁମାନଙ୍କ ସହିତ ମଉଜ ମସ୍ତିରେ ବ୍ୟସ୍ତ ରହିବେ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ‌

କନ୍ୟା: ବେପାରରେ ଲାଭ ହେବ। କଳା ସାହିତ୍ୟ ଲୋକଙ୍କ ଲାଗି ଦିନଟି ଭଲ। ଆପଣ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ପୂରା ମଉକା ପାଇବେ। ଅଫିସରେ କୌଣସି ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ‌

ତୁଳା: କାର୍ଯ୍ୟକ୍ଷେତ୍ରରେ ଖୁବ୍ ପରିଶ୍ରମ କରିବେ। ଆପଣଙ୍କୁ ନିଜର ଉପଲବ୍ଧି ଉପରେ ଗର୍ବ ହେବ। ମନୋରଂଜନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭକାରୀ ହେବ। ‌

ବିଛା: ଦିନଟି ଉତ୍ସାହ ଭରା ରହିବ। କୌଣସି ପାଖ ଲୋକଙ୍କୁ ଆପଣଙ୍କ ଠାରୁ କିଛି ଅପେକ୍ଷା ହେବ। ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ‌

ଧନୁ: କୌଣସି କାମରେ ନିଜ ଲୋକଙ୍କର ସାହାଯ୍ୟ ପାଇପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। 

ମକର: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ଅଫିସରେ କାର୍ଯ୍ୟ ଭାର ଅଧିକ ହୋଇପାରେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଏହା ଦ୍ବାରା ଆପଣଙ୍କୁ ଲାଭ ହେବ। 

କୁମ୍ଭ: ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ଅର୍ଥ ସଂପର୍କିତ କିଛି କାମରେ ଆପଣ ସାବଧାନ ରହନ୍ତୁ। ଜରୁରୀ କାମ ଉପରେ ବିଚାର କରିବାର ମଉକା ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। 

ମୀନ: ଦିନଟି ଜୀବନରେ ଏକ ନୂଆ ଦିଶା ନେଇ ଆସିବ। ଅନ୍ୟ ଜିଲ୍ଲାରେ ବେପାର କରିପାରନ୍ତି। ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ। ଅଫିସରେ କୌଣସି ଅଧିବେଶନର ଭାଗ ନେବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe