ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ନିଜର କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ବାପା ମାଆଙ୍କର ସହଯୋଗ ପାଇବେ। ଅଚାନକ ଖୁସି ଖବର ପାଇବେ। ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷା ପାଇଁ ମନ ବନାଇବେ। ପ୍ରେମ ସଂପର୍କ ନିବିଡ଼ ହେବ। 

ବୃଷ: ନିଜର କାମ ନିର୍ଦ୍ଧାରିତ ସମୟରେ ପୂରା କରିବାରେ ସଫଳ ହେବେ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। କାରବାରରେ ଉଠିବା ପଡ଼ିବାର ସ୍ଥିତି ବନିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ଆସିବ। 

ମିଥୁନ: କତୃପକ୍ଷଙ୍କ କଥା ଧ୍ୟାନ ଦେଇ ଶୁଣିବା ପରେ ମତ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ମହିଳାମାନଙ୍କ ଲାଗି ଦିନଟି ବଢ଼ିଆ ରହିବ। ବନ୍ଧୁ ସହ ଭଲରେ ସମୟ ଅତିବାହିତ କରିବେ।‌ 

କର୍କଟ: ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗୀ ପରୀକ୍ଷା ପାଇଁ ତିଆରି କରିବେ। ଦାମ୍ପତ୍ୟ ଜୀବନରେ ତା‌ଳମେଳ ବଜାୟ ରହିବ। ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ। 

ସିଂହ: ପୁରୁଣା କଥାକୁ ନେଇ ଟିକେ ଚିନ୍ତିତ ହୋଇପାରନ୍ତି। ସନ୍ଧ୍ୟା ସୁଦ୍ଧା ସବୁ ଠିକ୍ ହୋଇଯିବ। ଛାତ୍ରଛାତ୍ରୀ ଅନଲାଇନିରେ କିଛି ଜିନିଷ ଶିଖିବା ପାଇଁ ମନ ବନାଇବେ। ଆପଣ କୌଣସି ଶୁଭ ଖବର ପାଇବେ। ‌ 

କନ୍ୟା: ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଜୀବନସାଥୀ ସହିତ ଆପଣଙ୍କ ସମ୍ବନ୍ଧ ବହୁତ ଭଲ ହେବ। ଦୈନିକ କାମରେ ଆପଣଙ୍କୁ ପୂର୍ଣ୍ଣରୂପେ ସଫଳତା ମିଳିବ। ଧନଲାଭର ସମ୍ଭାବନା ଅଛି। 

ତୁଳା: ଆପଣ କୌଣସି ଖୁସି ଖବର ପାଇବେ। ନୂଆ ଉତ୍ସରୁ ଧନ ପ୍ରାପ୍ତି ହେବ। ଘରେ ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଆପଣଙ୍କ ମସ୍ତିଷ୍କରେ ଅଚାନକ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ।  

ବିଛା: ପରିବାର ଲୋକଙ୍କ ମଧ୍ୟରେ ସୌହାର୍ଦ୍ଦ ବଢ଼ିବ। କାହାରି ସହିତ କଥା ହେବା ସମୟରେ ନିଜର ଭାଷା ଉପରେ ସଂଯମ ରଖନ୍ତୁ। କୌଣସି ନୂଆ କାମ ଶିଖିବାରେ ଅବସର ପାଇବେ। 

ଧନୁ: ପାରିବାରିକ ଜୀବନ ସୁଖମୟ ହେବ। ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। କୌଣସି ବଡ଼ ଉଦ୍ୟୋଗରେ ଚାକିରି ପାଇଁ କୋଲ୍ ଆସିବ। ସରକାରୀ କାମରେ ଆପଣଙ୍କୁ ସଫଳତା ମିଳିବ। 

ମକର: ଭାବିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କୌଣସି କ୍ଷେତ୍ରରେ ନିବେଶ କରିବାକୁ ଚାହୁଁଥିଲେ ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ନିଅନ୍ତୁ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। 

କୁମ୍ଭ: ଆପଣଙ୍କର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହେବ। ଧନ ମାମଲାରେ ସ୍ଥିତି ବହୁତ ଭଲ ହେବ। ବୈବାହିକ ଜୀବନରେ ଖୁସି ଆସିବ। ଆପଣ ନିଜର ବେପାରକୁ ନେଇ ବଡ଼ ନିର୍ଣ୍ଣୟ ନେବେ। 

ମୀନ: ଯାହା ବି କାମ କରିବାକୁ ଚାହିଁବେ ତାହା ଆରାମରେ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟଭାବରେ କହନ୍ତୁ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe