ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ସବୁ କାମ ସହଜରେ ପୂରା ହୋଇଯିବ। ଆର୍ଥିକ ପକ୍ଷ ମଜଭୁତ ରହିବ। ଅଫିସରେ ସହକର୍ମୀଙ୍କ ସହିତ ବାହାରକୁ ଯାଇପାରନ୍ତି। ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଭଲ ଚାକିରିର ସୁଯୋଗ ମିଳିବ। 

ବୃଷ: କୌଣସି କାମ ତରବରିଆରେ କରନ୍ତୁ ନାହିଁ। ବନ୍ଧୁ ଠାରୁ ନୂଆ କାମ ପାଇଁ ଜ୍ଞାନ ପାଇବେ। ମହିଳାଙ୍କ ଲାଗି ଦନଟି ବହୁତ ଭଲ ରହିବ। ଗାୟକଙ୍କର ଗୀତ ଲୋକମାନଙ୍କୁ ଯଥେଷ୍ଟ ପସନ୍ଦ ହେବ। 

ମିଥୁନ: ଦୀର୍ଘ ଦିନରୁ ଭାବିଥିବା କାମ ପୂରା ହେବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ମାଆଙ୍କ ସହିତ ଧାର୍ମିକ କାମରେ ମନ ଲଗାଇବେ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ। 

କର୍କଟ: ପ୍ରତିଟି କ୍ଷେତ୍ରରେ ଭାଗ୍ୟର ସହଯୋଗ ପାଇବେ। କାରବାରରେ ଯଥେ‌ଷ୍ଟ ଲାଭ ପାଇବେ। ଘରର ମୁରବି ଆପଣଙ୍କ କାମରେ ପ୍ରଭାବିତ ହେବେ। ନୂଆ ବାଇକ୍ କିଣିବା ଲାଗି ମନ ବନାଇବେ। 

ସିଂହ: ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଅଧିକାରୀଙ୍କ ସହିତ ବିଶେଷ ମାମଲାରେ କଥାବାର୍ତ୍ତା କରିବେ। ସଂଯମ ରଖି କାମ କରନ୍ତୁ ଅଧୁରା ଥିବା କାମ ପୂରା ହେବ। 

କନ୍ୟା: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ବିନା କାରଣରେ ଘ‌ର ଲୋକଙ୍କ ଉପରେ ରାଗନ୍ତୁ ନାହିଁ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ସ୍ବାସ୍ଥ୍ୟ ଠିକ୍ ରଖିବା ଲାଗି ପ୍ରତିଦିନ ଯୋଗାସନ କରନ୍ତୁ।

ତୁଳା: ଅଧିକାରୀମାନଙ୍କ ସହିତ ବ୍ୟବହାରରେ ସାବଧାନ ରଖନ୍ତୁ। ଲାଭକାରୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ପରିବାରର କୌଣସି କାମ ପାଇଁ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ଛାତ୍ରଙ୍କ ଲାଗି ସଫଳତାର ଯୋଗ ଅଛି। 

ବିଛା: ଆପଣ ନିଜକୁ ଶକ୍ତି ଭାର ଅନୁଭବ କରବେ। ଇଂଜିନୟର ନିଜର ଅନୁଭବର ପ୍ରୟୋଗ ସଠିକ୍ ଦିଶାରେ କରିବେ। ଜରୁରୀ କାମରେ ଜୀବନସାଥୀର ପରାମର୍ଶ ନିଅନ୍ତୁ ଲାଭଦାୟକ ରହିବ।

ଧନୁ: ସ୍ଥଗିତ ଥିବା କାମ ଆଉଥରେ ଆରମ୍ଭ କରନ୍ତୁ ସଫଳ ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। କଂପ୍ୟୁଟର ଛାତ୍ରଛାତ୍ରୀଙ୍କ ଲାଗି ଦନଟି ଭଲ ରହିବ।

ମକର: କଠିନ ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଘରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପାଇବେ। ଜମି କିଣିବା ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ। 

କୁମ୍ଭ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ବେପାରେ ଅଚାନକ ଲାଭ ହୋଇପାରେ। ଆପଣଙ୍କ ବ୍ୟବହାରରେ ଲୋକେ ଖୁସି ହୋଇପାରନ୍ତି। ସ୍ବାସ୍ଥ୍ୟ ଠିକ୍ ରଖିବା ଲାଗି ତାଜାଫଳ ଖାଆନ୍ତୁ। 

ମୀନ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଅଧିକାରୀ ଠାରୁ ଆପଣ ସକାରାତ୍ମକ ପ୍ରତିକ୍ରିୟା ପାଇବେ। ଗୃହିଣୀ ନିଜର ଜୀବନସାଥୀଙ୍କୁ କିଛି ମିଠା ତିଆରି କରି ଖୁଆଇବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe