ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-ଅର୍ଥ ସଂପର୍କିତ ମାମଲାରେ ବୁଦ୍ଧିମତ୍ତାରେ କାମ କରନ୍ତୁ। ଅଧିକାରୀମାନଙ୍କ ସହ ଭଲ ତାଳମେଳ ରଖନ୍ତୁ। ବ୍ୟବସାୟର ନୂଆ ଦିଗ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ‌

ବୃଷ:-ଆପଣ ଭାବିଥିବା ସବୁ କାମ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀର ପୂରା ସହଯୋଗ ପାଇବେ। ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ। କୌଣସି ନୂଆ ବ୍ୟବସାୟରେ ପୁଞି ଲଗାଇବା ପାଇଁ ଭାବିବେ। ‌

ମିଥୁନ:-ଆପଣଙ୍କୁ ଭାଗ୍ୟର ପୂରା ସହଯୋଗ ମିଳିବ। ଜୀବନସାଥୀର ବ୍ୟବହାରରେ ପ୍ରଭାବିତ ହେବେ। ଲିଖନ କାର୍ଯ୍ୟ କରୁଥିବା ଲୋକଙ୍କର ପ୍ରଶଂସା ହେବ। ପ୍ରେମ ଜୀବନ ଭଲ ରହିବ। ‌

କର୍କଟ:-ପରିବାର ଲୋକଙ୍କ ଆବଶ୍ୟକତାକୁ ପୂରା କରିବାକୁ ଚେଷ୍ଟା କରିବେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ‌

ସିଂହ:-ଜୀବନଶୈଳୀ ପରିବର୍ତ୍ତନ କରିବା ଦରକାର। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଆପଣ ବିଲଡ଼ର ହୋଇଥିଲେ ଭାବିଚିନ୍ତି ପୁଞି ନିବେଶ କରନ୍ତୁ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ। ‌

କନ୍ୟା:-ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଲେଖାପଢ଼ା ପ୍ରତି ଆପଣଙ୍କର ରୁଚି ବଢ଼ିବ। ଭାଗ୍ୟର ସହଯୋଗ ମିଳିବା ଯୋଗୁଁ ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ।‌

ତୁଳା:-ଆପଣଙ୍କର ମନୋଭାବ ଭଲ ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଅଫିସରେ ଆପଣଙ୍କ କାମର ସହକର୍ମୀ ପ୍ରଶଂସା କରିବେ। ଖେଳାଳୀମାନଙ୍କ ଲାଗି ଦିନଟି ଭଲ। 

ବିଛା:-ଆପଣ ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ରହିବେ। କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ସୁଯୋଗ ପାଇବେ। ପରିବାର ଲୋକଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ‌

ଧନୁ:-ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବ। ନିଜର ଧ୍ୟାନ ଲକ୍ଷ୍ୟ ଆଡ଼କୁ ସଜାଇ ରଖିବେ। ଜୀବନସାଥୀ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। 

ମକର:-ବିଶେଷ କାମ ପାଇଁ ଆପଣଙ୍କ ମନରେ ନୂଆ ବିଚାର ଆସିବ। ଜମି ଲାଗି ଆପଣଙ୍କୁ ଭଲ ଡ଼ିଲ୍ ମିଳିବ। ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ। ବନ୍ଧୁଙ୍କ ସହ ସମ୍ବନ୍ଧ ମଧୁର ହେବ। ‌

କୁମ୍ଭ:-ଜୀବନକୁ ସୁନ୍ଦର କରିବା ଲାଗି ସୁଯୋଗ ପାଇବେ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ବ୍ୟବସାୟ ସମ୍ବନ୍ଧୀୟ ଲୋକଙ୍କ ସହ ଯୋଡ଼ିବାର ଅବସର ପାଇବେ। 

ମୀନ:-ଚାକିରି ବୃତ୍ତି ମାମଲରେ ପରିସ୍ଥିତି ଭଲ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ପାଇବେ। ପତି ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe