ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-ଦୀର୍ଘ ଦିନରୁ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ଧାରରୁ ମୁକ୍ତି ପାଇବେ, ଆପଣଙ୍କ ଚିନ୍ତା ଖତମ ହେବ। ସାମାଜିକ କାର୍ଯ୍ୟରେ ଯୋଡ଼ି ରହିଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। 

ବୃଷ:-ଏକାଗ୍ର ମ‌ନରେ କରିଆସୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। କମ୍ ରୁ କମ୍ ସମୟ ଭିତରେ କାମ ସାରିବାକୁ ଚେଷ୍ଟା କରନ୍ତୁ। ନୂଆ ହାଉସିଙ୍ଗ ପ୍ରୋଜେକ୍ଟ ଲଞ୍ଚ କରିପାରନ୍ତି।‌

ମିଥୁନ:-ନୂଆ କୌଶଳ ଶିଖିବାକୁ ବିଚାର କରିପାରନ୍ତି। ବେପାରରେ  ଆଶାଠୁ ଅଧିକ ଲାଭ ପାଇବେ। ଘର ଲୋକଙ୍କ ସହିତ ସି‌ନେମା ଦେଖିବାକୁ ଯୋଜନା କରି ପାରନ୍ତି। ଜୀବନସାଥୀ ଠାରୁ ଉପହାର ପାଇବେ। ‌

କର୍କଟ:-ଅଫିସରେ କାର୍ଯ୍ୟଭାର ବଢ଼ିପାରେ। ଟଙ୍କାପଇସା ମମଲାରେ ଅଣଦେଖା କରନ୍ତୁ ନାହିଁ। କୌଣସି ପାଖ ଲୋକଙ୍କ ଠାରୁ ଲାଭକାରୀ ପରାମର୍ଶ ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ‌

ସିଂହ:-ପ୍ରତିଟି ଅଶାନ୍ତିର ସମାଧାନ ଆଖି ପିଛୁଳାକେ ବାହାରି ଯିବ। ଆପଣଙ୍କ କାମ ସରଳ ଉପାୟରେ ହେବାକୁ ରହିବ। ସମାଜରେ ନାମ ଉଚ୍ଚା ହେବ। ପାଖ ଲୋକଙ୍କ ଠାରୁ ଉପହାର ପାଇବେ। 

କନ୍ୟା:-ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। କାର୍ଯ୍ୟରେ ରାଜନୀତିକ ସମ୍ବନ୍ଧରୁ ଫାଇଦା ହେବ। ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ‌

ତୁଳା:-କତୃପକ୍ଷ ଆପଣଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାକୁ କହିବେ। ବ୍ୟବସାୟ ଭଲ ଚାଲିବ। ଶତ୍ରୁଙ୍କୁ ପରାସ୍ତ କରିବେ। ଡ଼ିପ୍ଲମା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। 

ବିଛା:-ବ୍ୟବସାୟରେ ଭଲ ଲାଭ ହେବ। କୌଣସି ଜରୁରୀ ଅଧିବେଶନରେ ସାମିଲ ହେବେ। ଅସହାୟଙ୍କୁ ସାହାଯ୍ୟ କରି ଖୁସି ଅନୁଭବ କରିବେ। ପାରିବାରିକ ଜୀବନ ସୁଖକର ହେବ। 

ଧନୁ:-ଅଧିକତର ସମୟ ଧାର୍ମିକ ଓ ଆଧ୍ୟାତ୍ମିକ ଗତିବିଧିରେ ବ୍ୟସ୍ତ ରହିବେ। ବେପାରରେ ଆଗକୁ ବଢ଼ିବା ପାଇଁ କିଛି ଏଭଳି ଯୋଜନା ପ୍ରସ୍ତୁତ କରିବେ ଯାହାଦ୍ବାରା ଲାଭ ହି ଲାଭ ହେବ। ଛାତ୍ର କୌଣସି ବିଷୟ ଶାନ୍ତିରେ ବିଚାର କରିବେ। 

ମକର:-ବ୍ୟାଙ୍କରେ କାମ କରୁଥିବା ଲୋକ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜର କାମ ପୂରା କରିଦେବେ। ରାଜନୀତିକ ଲୋକଙ୍କ ସହିତ ଲାଭଦାୟକ ସାକ୍ଷାତ ହେବ। ବନ୍ଧୁ ସହିତ ଫୋନରେ କଥା ହୋଇ ସମୟ ବିତାଇବେ।

କୁମ୍ଭ:-ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରି ପାରନ୍ତି। ଖେଳକୁଦ କ୍ଷେତ୍ରରେ ବିଦ୍ୟାର୍ଥୀ ଭଲ ମଉକା ପାଇବେ। ଦୀର୍ଘ ସମୟ ସୁସ୍ଥ ରହିବା ଲାଗି ଉଚିତ ଖାଦ୍ୟ ଭୋଜନ କରନ୍ତୁ। 

ମୀନ:-ବଡ଼ ନିର୍ଣ୍ଣୟ ନେବା ପାଇଁ ଭଲ ଦିନଟିଏ। ପ୍ରତିଟି ଛୋଟ କଥା ଉପରେ ଅଧିକ ନ ଭାବିଲେ ଆପଣଙ୍କ ଜୀବନ ସହଜ ହେବ। ନୂଆ ବ୍ୟବସାୟ ସଉଦା ପାଇଁ ସୁଯୋଗ ପାଇବେ। ଡ଼ାକ୍ତରୀ ଛାତ୍ରୀଙ୍କ ଲାଗି ଦିନଟି ଭଲ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe