ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଦିନଟି ଖୁସି ଭରା ରହିବ। କଠିନ କାମ ସହଜରେ ସଂପୂର୍ଣ୍ଣ କରିବେ। ଜୀବନସାଥୀ ଠାରୁ କୌଣସି ଉପହାର ପାଇବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ସାମାଜିକ ସ୍ତରରେ ଲୋକ ପ୍ରିୟତା ବଢ଼ିବ। ‌

ବୃଷ: ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ଯୋଗ ଅଛି। ରାଜନୀତିରେ ବଡ଼ ଲୋକଙ୍କ ସହ ମିଳାମିଶା ବଢ଼ିବ। ଭଲ ସ୍ବାସ୍ଥ୍ୟ ପାଇଁ ସ୍ବଳ୍ପ ସମୟ ବାହାର କରନ୍ତୁ। ପରିବାର ଲୋକଙ୍କ ସହିତ ଭଲ ଜାଗାକୁ ବୁଲି ଯିବେ। ‌

ମିଥୁନ: ଆପଣଙ୍କ ଚତୁରତା ବ୍ୟବସାୟର ତୀବ୍ର ବଢ଼ାଇବ। ପିଲାମାନଙ୍କ ଦାୟିତ୍ବ ପୂରା କରିବା ପାଇଁ ସମୟ ଉପନୀତ। ରଙ୍ଗମଞ୍ଚ କ୍ଷେତ୍ରରେ ଥିବା ଲୋକମାନେ ନିଜର କୌଶଳ ଦେଖାଇବାର ବଡ଼ ଉପଲବ୍ଧି ହାସଲ କରିବେ। ‌

କର୍କଟ: ବାଣୀ ଉପରେ ନିୟନ୍ତ୍ରଣ ରଖି ସଫଳତା ହାସଲ କରିନେବେ। ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ବ୍ୟବହାରିକ ଜୀବନରେ ବଡ଼ ନିଷ୍ପତ୍ତି ନେବେ। ଘରକୁ କୁଣିଆ ଆସିବେ। ‌

ସିଂହ: ଆପଣଙ୍କୁ କିଛି ଏଭଳି କାମ ଦିଆଯିବ। ଯାହା ଚାଲେଞପୂର୍ଣ୍ଣ ହେବ। ତାହାକୁ ସଫଳତା ପୂର୍ବକ କରିବାକୁ ଚେଷ୍ଟା କରିବେ। ଚାକିରରେ ପଦୋନ୍ନତି ସହ ଆୟ ବୃଦ୍ଧି ହେବ। ବ୍ୟବସାୟରେ ନୂଆ ଅନୁଭବ ପ୍ରାପ୍ତ ହେବ।‌

କନ୍ୟା: ଭାଗ୍ୟ ଆପଣଙ୍କୁ ସାଥ ଦେବ। କାର୍ଯ୍ୟକ୍ଷେତ୍ରରେ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। ଜୀବନସାଥୀର ଦୃଷ୍ଟିକୋଣ ବୁଝି ବ୍ୟକ୍ତିଗତ ସମସ୍ୟା ସମାଧାନ କରିବେ। ରୋଷଇ ପାଇଁ ଜରୁରୀ ଜିନିଷ କିଣିବେ। ‌

ତୁଳା: କାହାରି ସହିତ ଅତିଶୀଘ୍ର ବନ୍ଧୁତା କରନ୍ତୁ ନାହିଁ। ଥଟ୍ଟା ମଜାର କହିବା କଥାକୁ ନେଇ ନାରାଜ ହୁଅନ୍ତୁ ନାହିଁ। କୌଣସି ଗୁପ୍ତ ରହସ୍ୟ ଜାଣି ପାରବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ‌

ବିଛା: ପୂଜାପାଠରେ ସମୟ ବିତିବ। ଭାଇର ମହତ୍ବପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରିବେ। ଆପଣଙ୍କ ଅଧୁରା କାମ ପୂରା କରିବାରେ କାହାରି ସାହାଯ୍ୟ ନେବେ। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। 

ଧନୁ: ବ୍ୟବସାୟ ସଂପର୍କିତ ଯୋଜନା ଯଥେଷ୍ଟ ଆକର୍ଷିତ ହେବ। ଲୋକମାନଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କ ଶଦ୍ଦକୁ ଭଲଭାବେ ଶୁଣନ୍ତୁ। ଆର୍ଥିକ ବିଷୟରେ ବନ୍ଧୁର ସାହାଯ୍ୟ ନେବେ। 

ମକର: ଜୀବନସାଥୀର ଅସୀମ ପ୍ରେମ ଓ ସମର୍ଥନ ଆପଣଙ୍କ ପ୍ରେମକୁ ଆହୁରି ମଜଭୁତ କରିବ। ଆପଣ ନିଜକୁ ଶକ୍ତଶାଳୀ ଅନୁଭବ କରିବେ। ପ୍ରେମିକ ସହ ଆପଣଙ୍କ ମନ ପସନ୍ଦ ଜାଗାକୁ ବୁଲି ଯିବେ। 

କୁମ୍ଭ: ଆପଣଙ୍କ ଇଚ୍ଛାରେ ଆପଣ କାହାରିକୁ ସାହାଯ୍ୟ କରିବେ। କାରବାର ଲାଗି ଅନୁଭବୀ ବ୍ୟକ୍ତିଙ୍କ ସହ ବିଚାର ବିମର୍ଶ କରିବେ। ଆପଣଙ୍କ ଆୟ ବୃଦ୍ଧି ହେବାର ପ୍ରବଳ ସମ୍ଭାବନା। 

ମୀନ: ନିଜ ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହେବ। କୌଣି କାମକୁ ନେଇ ଜିଦ୍ କଲେ କାମ ବିଗିଡ଼ି ପାରେ। କୌଣସି ଶୁଭ ଖବର ପାଇବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe