ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେ‌ଷ: ବେପାରରେ ପ୍ରଗତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ। ରାଜନୀତିରେ ଲାଭ ମିଳିବାର ସୁଯୋଗ ପାଇବେ। ଘରକୁ ବନ୍ଧୁ ଆସିବେ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ। ‌

ବୃଷ: କୌଣସି ଖବର ପାଇ ମାନସିକ ଅସ୍ଥିରତା ବଢ଼ିପାରେ। ଧୈର୍ଯ୍ୟ ରଖନ୍ତୁ, ନିଜ ନିଷ୍ପତ୍ତି ଉପରେ ଅଟଳ ରହନ୍ତୁ। ନୂଆ ସୁଯୋଗ ଓ କାମ ପାଇବେ। ପ୍ରେମ ଓ ରୋମାନ୍ସ ଲାଗି ଦିନଟି ଭଲ। ‌

ମିଥୁନ: ସାରା ଦିନ ଖୁସି ମନରେ ରହିବେ। ନୂଆ ବ୍ୟବସାୟରେ ପୁଞି ଲଗାନ୍ତୁ ଭବିଷ୍ୟତରେ ଲାଭ ପାଇବେ। ହଜିଥିବା ଜିନିଷର ସଂଧାନ ପାଇବେ। ପ୍ରିୟବନ୍ଧୁ ଉପହାର ପାଇବେ। 

କର୍କଟ: ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କର ଗୁଣଗାନ କରିବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ। ସଙ୍ଗୀତ ଉପକରଣ କିଣି ପାରନ୍ତି। ପ୍ରେମ ରୋମାନ୍ସ ପାଇଁ ଦିନଟି ଉତ୍ତମ। ‌

ସିଂହ: କୌଣସି ଖବର ପାଇ ତୁରନ୍ତ ନିଷ୍ପତ୍ତି ନେବା କଠିନ ହେବ। ଅନ୍ୟମାନଙ୍କ କଥା ଶୁଣନ୍ତୁ ହେଲେ ନିଜ ବିବେକରେ କାମ କରନ୍ତୁ। ପତି ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। 

କନ୍ୟା: ଧର୍ମ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରିପାରନ୍ତି। ପାରିବାରିକ ସଂପତ୍ତି ବିବାଦ ସମାପ୍ତ ହେବ। ବ୍ୟବସାୟରେ ନୂଆ ଦିଗ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ‌

ତୁଳା: ମନରେ କିଛି ନୂଆ କାର୍ଯ୍ୟ କରିବାର ଆଶା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ପଦକ୍ଷେପ ନେବେ। ସାମାଜିକ କ୍ଷେତ୍ରରେ ଯଶ ବଢ଼ିବ। ଶିକ୍ଷକଙ୍କ ସହ ଉତ୍ତମ ବୁଝାମଣା ରହିବ। ‌

ବିଛା: ଇଷ୍ଟଦେବଙ୍କ ସ୍ମରଣରେ ଆତ୍ମବଳ ବୃଦ୍ଧି ହେବ। ବାପା ମାଆଙ୍କ ସେବାରେ ଭଲ ଫଳ ପାଇବେ। ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ। କୋର୍ଟ କଚେରି ମାମଲାରେ ଜିତିବେ। 

ଧନୁ: ସ୍ବଭାବରେ ବିନମ୍ର ହୋଇ ମୁରବିଙ୍କ ସହ କଥାବର୍ତ୍ତା କରନ୍ତୁ। ଚାକିରିରେ କୌଣସି ଆଶା ପୂରଣ ହେବ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ‌

ମକର: ସାମାଜିକ ସ୍ଥିତି ମଜଭୁତ ହେବ। ବିରୋଧୀମାନଙ୍କ ସହ ଦୃଢ଼ ମୁକାବିଲା କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଘରେ ଖୁସିର ବାତାବରଣ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ‌

କୁମ୍ଭ: ଜୀବନକୁ ସକାରାତ୍ମକ ବନାନ୍ତୁ। ଯେଉଁ କାର୍ଯ୍ୟ ହାତକୁ ନେବେ ତାକୁ ସଂପୂର୍ଣ୍ଣ କରି ବିଶ୍ରାମ କରନ୍ତୁ। ଚାକିରିରେ ପଦୋନ୍ନତି ମିଳିପାରେ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ। 

ମୀନ: ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ ଶୁଭଫଳ ପାଇବେ। ଖେଳାଳୀମାନଙ୍କର ସମର୍ଥକ ସଂଖ୍ୟା ବୃଦ୍ଧି ହେବେ। ନୂଆ ଲୋକଙ୍କ ସହିତ ସଂପର୍କ ହେବ। ପ୍ରେମ ଜୀବନରେ ମଧୁର ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe