ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବଢ଼ିବ। ଘର ପାଇଁ ବିଳାସ ଉପକରଣ କିଣିବେ। କଥା କମ୍ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ସଂଯମ ଓ ଧୈର୍ଯ୍ୟର ସହ ପାଦ ଆଗକୁ ବଢ଼ାଇବେ। 

ବୃଷ: ଆପଣଙ୍କ ବିନମ୍ର ସ୍ବଭାବର ପ୍ରଶଂସା କରାଯିବ। ମାତା ପିତାଙ୍କୁ ଆପଣଙ୍କ ମନର କଥା କହିବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ହାସଲ କରିବେ। ‌

ମିଥୁନ: ଦିନଟି ଆନନ୍ଦ ଭରା ରହିବ। ବନ୍ଧୁ ସହାୟତାରେ ଆୟର ଅବସର ପାଇବେ। ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବେ। ବନ୍ଧୁ ସନ୍ଧ୍ୟା ପାଇଁ ବଢ଼ିଆ ଯୋଜନା ପ୍ରସ୍ତୁତି କରିବେ। ‌

କର୍କଟ: ଦିନଟି ସୁଖ ଓ ଶାନ୍ତିପୂର୍ବକ ବିତିବ। ଆପଣଙ୍କ ଉପରେ ପରିବାରରେ କିଛି ଦାୟିତ୍ବ ଆସିବ। ଆପଣଙ୍କ ମନ ପସନ୍ଦ କାମ କରିବାରେ ସଫଳ ହେବେ। ଲୋକେ ଆପଣଙ୍କ କାମରେ ଖୁସି ନଜର ଆସିବେ। 

ସିଂହ: ଲକ୍ଷ୍ୟ ପ୍ରତି ସମର୍ପଣ ଭାବ ହି ଆପଣଙ୍କୁ ସଫଳ କରାଇବ। ଉଚ୍ଚବର୍ଗର ଲୋକଙ୍କ ସହିତ ସଂପର୍କ ହେବ। ଅଫିସରେ କାହାରି ଉପରେ ନିର୍ଭର ହୋଇ କାମ କରନ୍ତୁ ନାହିଁ। ବୈବାହିକ ଜୀବନ ଭଲ ରହିବ। 

କନ୍ୟା: ବଡ଼ଙ୍କର ପରାମର୍ଶ ନେବା ଉଚିତ ହେବ। ଯାହା ଦ୍ବାରା ଆପଣଙ୍କୁ ଲାଭ ହେବ। ଆପଣ ନିଜର ଦିନଚର୍ଯ୍ୟା ପରିବର୍ତ୍ତନ କରିବେ। କୌଣସି ବିଷୟରେ ଅଧିକ ଭାବନ୍ତୁ ନାହିଁ। ଅଧ୍ୟୟନରେ ଭଲ ପରିଣାମ ପାଇବେ। 

ତୁଳା: ମହତ୍ବପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବେ। ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଆପଣଙ୍କୁ ସବୁ ଅଶାନ୍ତିରେ ମୁକ୍ତି ମିଳିବ। ମହିଳାମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଘର କାମ ସାରି ଦେବେ। 

ବିଛା: ସକାରାତ୍ମକ ମାନସିକତା ଆପଣଙ୍କୁ ଲାଭ ଦେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତିର ଆଭାସ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ କାର୍ଯ୍ୟରେ ରୁଚି ନେବେ।

ଧନୁ: ବୃଥା ଭ୍ରମଣରେ କ୍ଳାନ୍ତ ଅନୁଭବ କରିବେ। ସରକାରୀ ବିଭାଗ ଲୋକଙ୍କର ପଦବୀ ବୃଦ୍ଧି ହେବ। ଜମି ବ୍ୟବସାୟୀଙ୍କୁ ଧନଲାଭ ହେବ। ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ।   

ମକର: ଚାକିରିରେ ସୁଖଦ ପରିଣାମର ନଜର ଆସିବ। ମାଆଙ୍କ ମନ ପସନ୍ଦର ଜିନିଷ ନେଇ ଉପହାର ଦେବେ। ଲୁଗା ବେପାରୀଙ୍କୁ ଭଲ ଧନଲାଭ ହେବ। ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ।

କୁମ୍ଭ: ଫେସନ ଡ଼ିଜାଇନର୍ସଙ୍କ ଲାଗି ଦିନଟି ଭଲ ରହିବ। କୌଣସି କାମରେ ବିରୋଧୀ ଆପଣଙ୍କୁ ପରାମର୍ଶ ମାଗିବେ। ଆର୍ଥିକ ସ୍ଥିତି ସୁଖଦ ରହିବ। ପାରିବାରିକ ସମ୍ବନ୍ଧ ପୂର୍ବ ଅପେକ୍ଷା ଅନୁକୂଳ ହେବ। 

ମୀନ: ମାନ ସମ୍ମାନରେ ବୃଦ୍ଧି ହେବ। ଆପଣ କାହାରି ସହିତ କଥା ହେବାବେଳେ ସଂଯମ ରଖନ୍ତୁ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ପଡ଼ୋଶୀ ଆପଣଙ୍କୁ କୌଣସି ପ୍ରକାର ସହାୟତା ମାଗିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe