ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ନୃତ୍ୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିବା ପାଇଁ ଦିନଟି ଭଲ। ଅଚାନକ ଧନଲାଭ ଯୋଗ ଅଛି। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରିୟଜନ ଆପଣଙ୍କୁ ବାହାରକୁ ବୁଲି ଯିବା କହିବେ। 

ବୃଷ: କୌଣସି କାମ ସୁଖଦ ପରିଣାମ ନେଇ ଆସିବ। ଜୀବନସାଥୀ ଠାରୁ କୌଣସି ଉପହାର ପାଇବେ। ବେପାରରେ ଭଲ ଲାଭ ହୋଇପାରେ। ସାମାଜିକ ସ୍ତରରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ‌

ମିଥୁନ: ଆପଣଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। ଆୟ ପ୍ରାପ୍ତିର ସାଧନରେ ବୃଦ୍ଧି ହେବ। ଜମି ବ୍ୟବସାୟୀଙ୍କୁ ବଢ଼ିଆ ଜମି ଭଲ ଦାମରେ ମିଳିଯିବ। ପରୀକ୍ଷାରେ ଭଲ ପରିଣାମ ପାଇବେ। 

କର୍କଟ: କ୍ୟାରିୟର ବିଷୟରେ ଭଲ ଖବର ପାଇବେ। ନିଜ ଠାରୁ ବଡ଼ଙ୍କର କଥା ଧ୍ୟାନ ଦେଇ ଶୁଣନ୍ତୁ। ରାଜନୀତିରେ ସଫଳତା ପାଇବେ। ବ୍ୟବସାୟିକ କାରଣରୁ ପରିଶ୍ରମ ଓ ଯାଆସ ବଢ଼ିବ। 

ସିଂହ: ଘରର ପରିବେଶ ଭଲ ରହିବ। ଶାରୀରିକ ଦୃଷ୍ଟିରୁ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ସମାଜରେ ଆପଣଙ୍କର ପ୍ରଶଂସା ହେ‌ବ। ବେପାରରେ ଲାଭ ହେବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। 

କନ୍ୟା: ନିଜ କାମରେ ଅଧିକ ବ୍ୟସ୍ତ ରହିପାରନ୍ତି। କିଛି ନୂଆ ଲୋକଙ୍କ ସହିତ ଯୋଡ଼ି ପାରନ୍ତି। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। 

ତୁଳା: ନିୟମିତ କାମରେ ମନ କମ ଲାଗିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ଦାୟତ୍ବ ମିଳିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। 

ବିଛା: ଆପଣ ନିଜକୁ ପରିବର୍ତ୍ତନ ହୋଇଥିବା ଭୂମିକାରେ ଅନୁଭବ କରିବେ। ଆପଣଙ୍କ ବ୍ୟବସାୟିକ କୌଶଳରେ ଦ୍ରୁତ ଆସିବ। ଆୟ ବଢ଼ାଇବା ପାଇଁ ଅବସର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। 

ଧନୁ: କାମର ବୋଝ ବଢ଼ିପାରେ। ଶାନ୍ତିରେ କାମ କରନ୍ତୁ ଭଲ ହେବ। ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହେବେ। ନବବିବାହିତଙ୍କ ଜୀବନରେ ଖୁସି ବଢ଼ିବ। ଚାକିରିରେ ଦରମା ବଢ଼ିପାରେ। 

ମକର: ଅନ୍ୟମାନଙ୍କ ଉପରେ ଆପଣଙ୍କର ଭଲ ପ୍ରଭାବ ପଡ଼ିବ। ପାରିବାରିକ ଆୟ ବଢ଼ିପାରେ। ଘରର ଦରକାରୀ ଜିନିଷ କିଣିବା ପାଇଁ ସହରକୁ ଯିବେ। ଆପଣଙ୍କୁ ପରିଶ୍ରମର ପୁରସ୍କାର ମିଳିବ। 

କୁମ୍ଭ: ଜୀବନସାଥୀର ସହଯୋଗ ପାଇବେ। ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ବେପାରରେ ଭଲ ଲାଭ ହେବ। କୌଣସି କାମରେ ଦୂରସ୍ଥାନକୁ ଯିବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। 

ମୀନ: ଓକିଲଙ୍କ ଲାଗି ଦିନଟି ଭଲ। କୌଣସି ଗ୍ରାହକଙ୍କ ଦ୍ବାରା ଭଲ ଧନଲାଭ ହେବ। ପାରିବାରିକ ମାମଲା ଆପଣଙ୍କ ପକ୍ଷରେ ରହିବ। ରାଜନୀତିରେ ସଫଳତା ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe