ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଆପଣଙ୍କ ସମ୍ମୁଖକୁ କିଛି ଭଲ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ସବୁ ଅଶାନ୍ତି ଦୂର ହେବ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ଲାଗୁ କରିବେ। ସାଙ୍ଗ ମେଳରେ ଆପଣଙ୍କର ଛବି ସୁନ୍ଦର ରହିବ। ଜୀବନସାଥୀ ସହିତ ସମ୍ବନ୍ଧ ମଜଭୁତ ହେବ। 

ମିଥୁନ: ଅଫିସରେ ଧୈର୍ଯ୍ୟଧରି କାମ କରନ୍ତୁ ଲାଭପ୍ରଦ ହେବ। ରାଜନୀତିରେ ଆପଣଙ୍କୁ ପଦ ପ୍ରତିଷ୍ଠା ମିଳିବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। 

କର୍କଟ: ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ କୌଶଳ ଭାବିବେ। ପ୍ରତିଟି ଚେଷ୍ଟାରେ ଜୀବନସାଥୀର ସହଯୋଗ ପାଇବେ। ଜମି କିଣିବା ଯୋଗ ଅଛି। 

ସିଂହ: ଯେଉଁ କାମ ଆପଣଙ୍କ ଲାଗି ବିଶେଷ ତାକୁ ପ୍ରଥମେ କରିବାକୁ ଚେଷ୍ଟା କରନ୍ତୁ। କବିମାନଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ରହିବ। ବିବାହିତ ନିଜ ସାଥୀର ଭାବନାକୁ ବୁଝନ୍ତୁ। 

କନ୍ୟା: ସବୁ କାମ ସହଜରେ ପୂରା କରିପାରିବେ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ବେକାରଙ୍କୁ ରୋଜଗାରର ଭଲ ଅବସର ମିଳିବ। ବନ୍ଧୁମାନଙ୍କ ସହିତ ମିଳାମିଶା ବଢ଼ିବ। 

ତୁଳା: ନୂଆ ମୁକାମ ହାସଲ କରିବେ। ଅନ୍ୟମାନଙ୍କ ସହିତ ବ୍ୟବହାର ମଧୁର ରଖନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ର କିଛି ନୂଆ ଶିଖିବେ। 

ବିଛା: ଦିନଟି ବ୍ୟସ୍ତତାରେ କଟିବ। ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବେ। ଖର୍ଚ୍ଚ କମ କରିବାକୁ ଚେଷ୍ଟା କରନ୍ତୁ। ମକଦ୍ଦମାରେ ସଫଳତା ପାଇବେ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ। 

ଧନୁ: ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ନୂଆ ଚାକିରିର ସୁଯୋଗ ଆସିବ। ବିବାହିତ ନିଜର ଜୀବନସାଥୀ ଉପରେ ଭରସା ବଜାୟ ରଖନ୍ତୁ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପରିଣାମ ପାଇବେ। 

ମକର: ଯେତେ ସକାରାତ୍ମକ ଭାବିବେ ସେତେ ସଫଳ ରହିବେ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବେ। ଜମି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। 

କୁମ୍ଭ: ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। କଳାକ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। ବେପାରରେ ଲାଭ ପାଇବେ। ଜୀବନସାଥୀ ସହିତ ଜିନିଷ କିଣିବା ଲାଗି ସହରକୁ ଯିବେ। 

ମୀନ: ଆପଣଙ୍କ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ପରିବାରରେ ଖୁସିର ପରିବେଶ ରହିବ। ସାମାଜିକ କାର୍ଯ୍ୟରେ ଭାଗ ନେଇ ପାରନ୍ତି। ପ୍ରିୟଜନଙ୍କୁ ମନର କଥା କହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe