ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଆୟର ନୂଆ ଉତ୍ସ ସୃଷ୍ଟି ହେବ। ଅଫିସରେ କତୃପକ୍ଷ ଆପଣଙ୍କୁ ନୂଆ କାମ ପ୍ରଦାନ କରିବେ। ଖେଳ ଜଗତର ଲୋକ ଅଭ୍ୟାସରେ ବ୍ୟସ୍ତ ରହିବେ। ବନ୍ଧୁ ଆପଣଙ୍କ ଘରକୁ ନିମନ୍ତ୍ରଣ ଦେବା ପାଇଁ ଆସିପାରନ୍ତି। 

ବୃଷ: ନିତିଦିନିଆ କାମରେ ଅଧିକ ସମୟ ଲାଗିପାରେ। ବ୍ୟବସାୟରେ ପୁଞି ଲଗାଇବା ପୂର୍ବରୁ ବଡ଼ଙ୍କର ପରାମର୍ଶ ନିଅନ୍ତୁ ଭଲ ହେବ। କଳାକ୍ଷେତ୍ରରେ ଥିବା ଲୋକଙ୍କର ଭଲ ଲାଭ ହେବ। ସାମାଜିକ ସ୍ତରରେ ସକ୍ରିୟ ରହିବେ। 

ମିଥୁନ: ଘରର ବଡ଼ଙ୍କ ସହଯୋଗରେ ଆପଣଙ୍କ କାମ ଜଲଦି ପୂରା ହେବ। ଜୀବନସାଥୀ ଆପଣଙ୍କ ପ୍ରତ୍ୟେକ କଥାକୁ ବୁଝିବାକୁ ଚେଷ୍ଟା କରିବେ। ଘର କ୍ଳେଶ ଦୂର ହେବ। ରାଜନୀତିରେ ସଫଳତା ପାଇବେ।

କର୍କଟ: ଭାଇ ଭଉଣୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଯୋଗାଯୋଗରେ ବ୍ୟବସାୟ ସମ୍ବନ୍ଧୀୟ ଭଲ ସୂଚନା ପାଇବେ। କୌଣସି ସମା‌ରୋହକୁ ଯିବା ପାଇଁ ଯୋଜନା କରିବେ। 

ସିଂହ: କଠିନ ପରିସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ପାଖ ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ଉପଯୋଗୀ ସାବ୍ୟସ୍ତ ହେବ। ଚାକିରି ଖୋଜୁଥିବା ଲୋକ ଭଲ ଚାକିରି ପାଇବେ। 

କନ୍ୟା: କୌଣସି କାମକୁ ନେଇ ଚେଷ୍ଟାରେ ସଫଳତା ପାଇବେ। ମୋବାଇଲି ଓ ଇମେଲରେ ଭଲ ଖବର ପାଇବେ। ବଲ୍ୟବନ୍ଧୁ ସହିତ ଦୀର୍ଘଦିନ ପରେ ଦେଖା ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ନିଜକୁ ସୁସ୍ଥ ଓ ସବଳ ଅନୁଭବ କରିବେ। 

ତୁଳା: ବଡ଼ ଓ ଅଲଗା କାମ କରିବା ପାଇଁ ଭାବି ପାରନ୍ତି। ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଚେଷ୍ଟା କରିବେ। ଅଫିସରେ ଅଧିକାରୀମାନଙ୍କ ସହଯୋଗ ପାଇବେ। ସ୍ଥଗିତ ଥିବା କାମରେ ଆପଣଙ୍କ ଅନୁଭବ କାମର ଆସିବ। 

ବିଛା :ଆପଣଙ୍କ ରୁଟିନରେ କିଛି ପରିବର୍ତ୍ତନ ଆସିବ। ନୂଆ କୌଶଳର ସାହାରା ନିଅନ୍ତୁ କାମ ସହଜ ହେବ। ବିରୋଧୀ ପକ୍ଷ ଆପଣଙ୍କ ସାମନାରେ ମତମସ୍ତକ ହେବେ। ଛାତ୍ରଛାତ୍ରୀ ପାଇଁ ସମୟ ଅନୁକୂଳ ରହିବ। 

ଧନୁ: ପରିବାର ସାମନାରେ ନିଜର ମତ ରଖିବାର ପୂରା ମଉକା ପାଇବେ। ଆପଣଙ୍କ ଯୋଜନାରେ ଲୋକ ଯଥେଷ୍ଟ ପ୍ରଭାବିତ ହେବେ। ଜୀବନସାଥୀର ଭରପୂର ସହଯୋଗ ଓ ସାନିଧ୍ୟ ପାଇବେ। 

ମକର: ଦିନଟି ବ୍ୟସ୍ତତା ଭରା ରହିବ। ନିଜର ମାମଲା ବାହାର ଲୋକଙ୍କୁ କୁହନ୍ତୁ ନାହିଁ। ଅସମ୍ଭବ କାମ ପୂରା ହେବା ଯୋଗୁଁ ଖୁସି ହେବେ। ଚାକିରିଜୀବୀ ନିଜ କାମରେ ଧ୍ୟାନକେନ୍ଦ୍ରୀତ କରି ରୁହନ୍ତୁ। 

କୁମ୍ଭ: ମିଳିମିଶି କାମ କରନ୍ତୁ ଯଥେଷ୍ଟ ସଫଳତା ପାଇବେ। ନିବେଶ ମାମଲାରେ ଘରର ବଡ଼ଙ୍କ ଠାରୁ ନୂଆ ପରାମର୍ଶ ପାଇବେ। ବିଭିନ୍ନ ପ୍ରକାର କାମରେ ବ୍ୟସ୍ତ ରହିବେ। ସାମାଜିକ ପରିସର ବୃଦ୍ଧି ହେବ। 

ମୀନ: ନୂଆ କାମ‌ରେ ଭାଗ୍ୟର ସହଯୋଗ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବିଶେଷ କାମର ମୂଳଦୁଆ ରଖିବା ଲାଗି ଦିନଟି ଭଲ। ପିଲାମାନଙ୍କ ନୂଆ ଗତିବିଧିରେ ବ୍ୟସ୍ତ ରହିବେ। ଓକିଲଙ୍କ ଲାଗି ଦିନଟି ଭଲ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe