ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେ‌ଷ: କାରବାର ଆଗକୁ ବଢ଼ାଇବା ପାଇଁ ବିଚାର ପ୍ରସ୍ତୁତ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ କୌଣସି ଭଲ ପଦ ମିଳିବ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। 

ବୃଷ: ନକାରାତ୍ମକ ମାନସିକତା ଲୋକଙ୍କ ଠାରୁ ଦୂରରେ ରହନ୍ତୁ। ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଭଲ ଲାଭ ହେବ। ତରବରିଆ ଭାବେ ନେଇଥିବା ନିଷ୍ପତ୍ତି ଭୁଲ୍ ହୋଇପାରେ। 

ମିଥୁନ: କୌଣସି ବନ୍ଧୁର ଆଗମନରେ ଘରେ ଖୁସିର ବାତାବରଣ ନିର୍ମାଣ ହେବ। ଆପଣଙ୍କ ଆର୍ଥିକ ସ୍ଥିତିରେ ମଜଭୁତ ଆସିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ହାସଲ ହେବ। 

କର୍କଟ: ବେପାରରେ ନିବେଶ ପାଇଁ ଭଲ ଦିନଟିଏ। ସୋପ୍ଟୟର ଇଂଜିନିୟର ନିଜର ଲକ୍ଷ୍ୟ ପୂରା କରିନେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଶିକ୍ଷାର୍ଥୀ ‌ପାଠପଢ଼ାରେ ଧ୍ୟାନ ଦିଅନ୍ତୁ। 

ସିଂହ: ଅଫିସରେ ସହକର୍ମୀଙ୍କ ସହିତ ମିଳିମିଶି ରହିବା ଦରକାର। ଗରିବ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ। ବ୍ୟବସାୟରେ ବଡ଼ ଡ଼ିଲ୍ ହୋଇପାରେ। ନବବିବାହିତ ଦମ୍ପତିଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ। 

କନ୍ୟା: ଜୀବନସାଥୀ ଠାରୁ କୌଣସି ଉପହାର ପାଇବେ। ପରିବାରରେ ସୁଖ ଶାନ୍ତିର ବାତାବରଣ ନିର୍ମାଣ ହେବ। ବ୍ୟବସାୟ କ୍ଷେତ୍ରରେ କୌଣସି ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ପାଇବେ। 

ତୁଳା: ଅଫିସରେ ଆପଣଙ୍କ କାମ ବଦଳି ପାରେ। କୌଣସି ଜିନିଷକୁ ନେଇ ବହୁତ ଉତ୍ସାହିତ ରହିବେ। ରାଜନୀତିରେ ଆପଣଙ୍କର ମାନ ସମ୍ମାନ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ। 

ବିଛା: ଧୈର୍ଯ୍ୟ ଧରି ରହିଲେ ଆପଣଙ୍କର ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କର ଭାଇ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ବ୍ୟବସାୟ ଭଲଭାବେ ଆଗକୁ ବଢ଼ିବ। ଅଫିସରେ ପଦୋନ୍ନତି ହେବାର ସୁଯୋଗ ଅଛି। 

ଧନୁ: ମିଡ଼ିଆ କ୍ଷେତ୍ରରେ ଥିବା ଲୋକ ଭଲ ଖବର ପାଇବେ। ଚାକିରି ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲ ଯିବାର ଯୋଜନା କରିବେ। 

ମକର: ଆପଣଙ୍କ ଭାଇ ଆପଣଙ୍କର କୌଣସି କାମରେ ସାହାଯ୍ୟ କରିବେ। ନୂତନ ଚିନ୍ତାଧାରରେ ବ୍ୟବସାୟ ଆଗକୁ ବଢ଼ାଇ ପାରନ୍ତି। ଶତ୍ରୁ ଦବି ରହିବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ। 

କୁମ୍ଭ: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ଆପଣଙ୍କର ବଡ଼ଙ୍କ ଠାରୁ ପରାମର୍ଶ ଅବଶ୍ୟ ନିଅନ୍ତୁ। ଅଫିସରେ ଅଧୁରା କାର୍ଯ୍ୟ ପୂରା ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଜାୟ ରହିବ। 

ମୀନ: ବେପାରର ଗତି ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଶିକ୍ଷକଙ୍କର ଦରମା ବୃଦ୍ଧି ହେବ। ରାଜନୀତିକ ଲୋକ କୌଣସି ସମାରୋହରେ ନିଜର କଥା ରଖିବେ। ଅଚାନକ ଧନଲାଭର ସମ୍ଭାବନା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe