ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-ଧର୍ମକାର୍ଯ୍ୟରେ ମନ ଲାଗିବ। ଅଫିସର କୌଣସି କାମରେ ଦୂରସ୍ଥାନକୁ ଯାଇପାରନ୍ତି। ପରିବାରରେ ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ‌ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ‌

ବୃଷ:-ସମସ୍ତଙ୍କ ସହଯୋଗ ପାଇବେ। ବ୍ୟବସାୟରେ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।‌

ମିଥୁନ:-ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ସଫଳତାର ଶିଖରରେ ପହଞ୍ଚିବେ। ପ୍ରତିଯୋଗିତାମୂଳକ ପରୀକ୍ଷା‌ ସଂପର୍କରେ ଭଲ ଖବର ପାଇବେ। ‌

କର୍କଟ:-ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ। କୌଣସି ବନ୍ଧୁ ସହିତ ବସି ଭବିଷ୍ୟତ ଯୋଜନା ଉପରେ ବିଚାର ବିମର୍ଶ କରିବେ। ଜମି କିଣିବା ଯୋଗ ଅଛି। ‌

ସିଂହ:-ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କାର୍ଯ୍ୟକ୍ଷେତ୍ରରେ ପୂର୍ବ ଜଣାଶୁଣାରୁ ଲାଭ ପାଇବେ। ଆପଣଙ୍କର ନୂଆ କୌଶଳ ଆପଣଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବ। ଦାମ୍ପତ୍ୟ ଜୀବନରେ ଖୁସି ରହିବ। ‌

କନ୍ୟା:-ଆଧ୍ୟାତ୍ମିକ ଓ ଧାର୍ମିକ ବିଷୟରେ ରୁଚି ବଢ଼ିବ। ଜମି ସମ୍ବନ୍ଧୀୟ କାମରେ ପୁଞି ଲଗାନ୍ତୁ ଲାଭ ହେବ। ଘରକୁ କୁଣିଆ ଆସିବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବହୁତ ଭଲ ରହିବ।

ତୁଳା:-ଶିକ୍ଷକଙ୍କ ଲାଗି ଦିନଟି ବହୁତ ଭଲ ରହିବ। ମହତ୍ବପୂର୍ଣ୍ଣ କାର୍ଯ୍ୟରେ ମାଆଙ୍କ ସହଯୋଗ ପାଇବେ। ଭଲ ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ। ଆମଦାନି ବଢ଼ିବା ପାଇଁ କୌଣସି ମାର୍ଗ ଖୋଲିବ।

ବିଛା:-ପରିବାର ଓ ବ୍ୟବସାୟରେ ନିଜର ଦାୟିତ୍ବକୁ ଭଲଭାବେ ତୁଲାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଅନ୍ୟମାନଙ୍କ ସହିତ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। ‌

ଧନୁ:-ପରିବାର ସହିତ ସଦଭାବନାପୂର୍ବକ ସମୟ ବିତାଇବେ। ବେପାରରେ ଲାଭ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସଦ୍ଧି ମିଳିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ‌

ମକର:-ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ହେବ। ଅର୍ଥ ପାଇଁ କୌଣସି କାମ ସ୍ଥଗିତ ହୋଇପାରେ। କୌଣସି ବ୍ୟକ୍ତି କ୍ଷତି ପହଞ୍ଚାଇପାରନ୍ତି। ତେଣୁ ସତର୍କ ରୁହନ୍ତୁ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ‌

କୁମ୍ଭ:-ବାପାଙ୍କ ସହଯୋଗରେ ଜରୁରୀ କାମ ପୂରା ହୋଇଯିବ। ଭାଗୀଦାରି ବେପାରରେ ଆପଣଙ୍କୁ ଲାଭ ହେବ। ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ‌

ମୀନ:-ଆପଣଙ୍କ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କାମରେ ବନ୍ଧୁର ପରାମର୍ଶ ନେବା ଲାଭପ୍ରଦ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହକୁ ଯିବାର ମଉକା ପାଇବେ। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe