Weekly Horoscope Photograph: (sambad.in)
ମେଷ: ରବି ଓ ସୋମବାର ସାହସ ବଢ଼ିବ, ସମ୍ମାନ ମିଳିବ ଓ ଟଙ୍କାପଇସା ଆସିବ। ମଙ୍ଗଳ ଓ ବୁଧବାର ପରିବାରରେ ପରିବେଶ ଆନନ୍ଦ ଉଲ୍ଲାସ ରହିବ। ଗୁରୁ, ଶୁକ୍ର ଓ ଶନିବାର ରାଜନୈତିକ ପ୍ରଭାବ ବୃଦ୍ଧି ହେବ।
ବୃଷ: ରବି ଓ ସୋମବାର ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଭଲ ହେବ। ମଙ୍ଗଳ ଓ ବୁଧବାର କ୍ୟାରିୟର୍ ଗଢ଼ିବା ଲାଗି ନୂଆ ସୁଯୋଗ ଅଛି। ଗୁରୁ, ଶୁକ୍ର ଓ ଶନିବାର ପରିବାରରେ ହସଖୁସି ପରିବେଶ ରହିବ।
ମିଥୁନ: ରବି ଓ ସୋମବାର ବ୍ୟବହାରରେ ବିନମ୍ରତା ରଖନ୍ତୁ, ବହୁତ କିଛି ହାସଲ କରିପାରିବେ। ମଙ୍ଗଳ ଓ ବୁଧବାର ଚାକିରିରେ ପଦୋନ୍ନତି ସମ୍ଭାବନା। ଗୁରୁ, ଶୁକ୍ର ଓ ଶନିବାର ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ।
କର୍କଟ: ରବି ଓ ସୋମବାର ଚାକିରିରେ ଦରମା ବଢ଼ିବ। ମଙ୍ଗଳ ଓ ବୁଧବାର ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି। ଗୁରୁ, ଶୁକ୍ର ଓ ଶନିବାର ଅବିବାହିତାମାନେ ସୁନ୍ଦର କଳ୍ପନାରେ ବିଭୋର ରହିବେ।
ସିଂହ: ରବି ଓ ସୋମବାର ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ମଙ୍ଗଳ ଓ ବୁଧବାର ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଗୁରୁ, ଶୁକ୍ର ଓ ଶନିବାର ବିବାହ ତାରିଖ ଫାଇନାଲ୍ ହୋଇପାରେ।
କନ୍ୟା: ରବି ଓ ସୋମବାର ଲକ୍ଷ୍ୟପ୍ରାପ୍ତି ଦିଗରେ ଅଗ୍ରସର ହେବେ। ମଙ୍ଗଳ ଓ ବୁଧବାର ଜୀବନସାଥୀ ସହିତ ଭଲ ତାଳମେଳ ରହିବ। ଗୁରୁ, ଶୁକ୍ର ଓ ଶନିବାର ବେପାରରେ ଆଶାଠୁ ଅଧିକ ଲାଭ ପାଇବେ।
ତୁଳା
ତୁଳା: ରବି ଓ ସୋମବାର ଅଳଙ୍କାର ଡିଜାଇନିଙ୍ଗ୍ କରୁଥିବା ଲୋକ ସଫଳହେବେ। ମଙ୍ଗଳ ଓ ବୁଧବାର ଜମି କିଣିବାରେ ଅର୍ଥ ଲଗାନ୍ତୁ। ଗୁରୁ, ଶୁକ୍ର ଓ ଶନିବାର ଭାଗୀଦାରି କାରବାରରେ ଲାଭ ପାଇବେ।
ବିଛା: ରବି ଓ ସୋମବାର ବ୍ୟକ୍ତିତ୍ବ ସୂର୍ଯ୍ୟ ଭଳି ଚମକିବ। ମଙ୍ଗଳ ଓ ବୁଧବାର ବ୍ୟବସାୟରେ ନୂଆ ନୂଆ ପ୍ରୟୋଗ କରିବେ। ଗୁରୁ, ଶୁକ୍ର ଓ ଶନିବାର ସମାଜରେ ଆପଣଙ୍କର ଭଲ କାମ ପାଇଁ ଲୋକପ୍ରିୟତା ବଢ଼ିବ।
ଧନୁ: ରବି ଓ ସୋମବାର ବ୍ୟବସାୟରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର ଚାକିରି ଖୋଜୁଥିବା ବ୍ୟକ୍ତି ଭଲ ଜାଗାରେ ଚାକିରିର ସୁଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମକର: ରବି ଓ ସୋମବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ମଙ୍ଗଳ ଓ ବୁଧବାର ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ରହିବେ। ଗୁରୁ, ଶୁକ୍ର ଓ ଶନିବାର ଛାତ୍ରଛାତ୍ରୀ ନିଜ ଦାୟିତ୍ବ ଭଲଭାବେ ବୁଝିବେ।
କୁମ୍ଭ: ରବି ଓ ସୋମବାର ବ୍ୟବସାୟରେ ପ୍ରଗତି ପାଇଁ ଯୋଜନା କରିବେ। ମଙ୍ଗଳ ଓ ବୁଧବାର କ୍ୟାରିୟର୍ ଗଢ଼ିବା ପାଇଁ ସୁଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର ମହିଳାମାନେ ଘର କାମ ସୁଚାରୁରୂପେ କରିବେ।
ମୀନ: ରବି ଓ ସୋମବାର ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଭଲ। ମଙ୍ଗଳ ଓ ବୁଧବାର କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ସୃଷ୍ଟିହେବ। ଗୁରୁ, ଶୁକ୍ର ଓ ଶନିବାର କ୍ରିକେଟ୍ ଖେଳାଳି ନୂଆ କୀର୍ତ୍ତିମାନ୍ ସ୍ଥାପନ କରିବେ।
Follow Us