Weekly Horoscope: ଜାଣନ୍ତୁ ଏ ସପ୍ତାହର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

Weekly Horoscope

Weekly Horoscope Photograph: (sambad.in)

ମେଷ: ରବି ଓ ସୋମବାର କାରବାରରେ ପରିଶ୍ରମ ଅନୁସାରେ ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ମନ ଚାହୁଥିବା କାମରେ ସଫଳତା ପାଇବେ। ଶୁକ୍ର ଓ ଶନିବାର ଜୀବନସାଥୀର ସହଯୋଗ ପାଇବେ।

ବୃଷ: ରବି ଓ ସୋମବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର ବନ୍ଧୁ ମାଧ୍ୟମରେ ଯୋଜନା ସଫଳ ହେବ। ଶୁକ୍ର ଓ ଶନିବାର ନିବେଶ ପୂର୍ବରୁ ଭଲ ଭାବେ ପରୀକ୍ଷାନିରୀକ୍ଷା କରନ୍ତୁ।

ମିଥୁନ: ରବି ଓ ସୋମବାର ନୂଆ କାମ ପାଇଁ ମନରେ ବିଚାର ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁକ୍ର ଓ ଶନିବାର ଚାକିରି ବଦଳାଇବା ସମୟ ଅନୁକୂଳ।

କର୍କଟ: ରବି ଓ ସୋମବାର ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ। ମଙ୍ଗଳ, ବୁଧ ଓ ଗୁରୁବାର ସମାଜରେ ଆପଣଙ୍କ ଭାବମୂର୍ତ୍ତି ଭଲ ହେବ। ଶୁକ୍ର ଓ ଶନିବାର ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ।

ସିଂହ: ରବି ଓ ସୋମବାର ଆୟବ୍ୟୟର ସମନ୍ବୟ ବନି ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ।

କନ୍ୟା: ରବି ଓ ସୋମବାର କ୍ୟାରିୟର୍‌ରେ ପରିବର୍ତ୍ତନ ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର କାମରେ ଦୂର ସ୍ଥାନକୁ ଯିବେ। ଶୁକ୍ର ଓ ଶନିବାର ପରିବାରରେ ଆପୋସୀ ତାଳମେଳ ରହିବ।

ତୁଳା

ତୁଳା: ରବି ଓ ସୋମବାର ଆର୍ଥିକ ସ୍ଥିତି ଭଲ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ଶୁକ୍ର ଓ ଶନିବାର ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ହେବେ।

ବିଛା: ରବି ଓ ସୋମବାର ଭଲ ଲାଭର ଯୋଗ ଅଛି। ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟବସାୟ କାମରେ ଅନୁକୂଳତା ବଜାୟ ରହିବ। ଶୁକ୍ର ଓ ଶନିବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ।

ଧନୁ: ରବି ଓ ସୋମବାର ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ମଙ୍ଗଳ, ବୁଧ ଓ ଗୁରୁବାର ଅଫିସ୍‌ରେ ନୂଆ ଦାୟିତ୍ବଗ୍ରହଣ କରିବେ। ଶୁକ୍ର ଓ ଶନିବାର ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ ବଢ଼ିବ।

ମକର: ରବି ଓ ସୋମବାର କୋର୍ଟକଚେରିରେ କିଛି ବାଧା ଆସିପାରେ। ମଙ୍ଗଳ, ବୁଧ ଓ ଗୁରୁବାର ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଶୁକ୍ର ଓ ଶନିବାର ସମାଜରେ ଉଚିତ ଆଦର ସମ୍ମାନ ପାଇବେ।

କୁମ୍ଭ: ରବି ଓ ସୋମବାର ଜମି ବ୍ୟବସାୟରେ ଲାଭ ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ। ଶୁକ୍ର ଓ ଶନିବାର ବୈବାହିକ ଜୀବନ ଖୁସିଭରା ରହିବ।

ମୀନ: ରବି ଓ ସୋମବାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର କୌଣସି ବଡ଼ ଦାୟିତ୍ବ ପାଇବେ। ଶୁକ୍ର ଓ ଶନିବାର ସମସ୍ୟାର ସମାଧାନ ପାଇଁ ମାର୍ଗ ଖୋଜିନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe