Weekly Horoscope Photograph: (sambad.in)
ମେଷ: ରବି ଓ ସୋମବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର ଉନ୍ନତି ଲାଗି ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ଶନିବାର ଅଧ୍ୟୟନରେ ଭଲ ପରିଣାମ ପାଇବେ।
ବୃଷ: ରବି ଓ ସୋମବାର ଛୋଟିଆ ସୁଯୋଗ ଆପଣଙ୍କୁ ଶେଠ ବନାଇପାରେ। ମଙ୍ଗଳ ଓ ବୁଧବାର ବନ୍ଧୁଙ୍କ ସାହାଯ୍ୟ ପାଇବେ। ଗୁରୁ ଓ ଶୁକ୍ରବାର ଭ୍ରମଣ ସୁଖଦ ରହିବ। ଶନିବାର ମସ୍ତିଷ୍କରେ ନୂଆ ନୂଆ ବିଚାର ଆସିବ।
ମିଥୁନ: ରବି ଓ ସୋମବାର ସମାଜରେ ପ୍ରସିଦ୍ଧି ବଢ଼ିବ। ମଙ୍ଗଳ ଓ ବୁଧବାର ଜମି ଓ ଭବନରେ ନିବେଶ ଲାଗି ଭାବି ପାରନ୍ତି। ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ଜୀବନ ଭଲ ରହିବ। ଶନିବାର ପୁରୁଣା କାମ ସମାପ୍ତ କରିବେ।
କର୍କଟ: ରବି ଓ ସୋମବାର ଧର୍ମ କାର୍ଯ୍ୟରେ ମନ ଲାଗିବ। ମଙ୍ଗଳ ଓ ବୁଧବାର ବ୍ୟବସାୟରେ ଭଲ ପରିଣାମ ପାଇବେ। ଗୁରୁ ଓ ଶୁକ୍ରବାର ଜୀବନରେ ନୂଆ ନୂଆ ଖୁସି ଆସିବ। ଶନିବାର ବିରୋଧୀ ପ୍ରତି ସାବଧାନ ରହନ୍ତୁ।
ସିଂହ: ରବି ଓ ସୋମବାର ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର ନୂଆ ଚାକିରିର ସୁଯୋଗ ଆସିବ। ଗରୁ ଓ ଶୁକ୍ରବାର ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। ଶନିବାର ଉନ୍ନତିର ନୂଆ ରାସ୍ତା ପାଇବେ।
କନ୍ୟା: ରବି ଓ ସୋମବାର ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ମଙ୍ଗଳ ଓ ବୁଧବାର ନୂଆ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର ଅଫିସ୍ରେ ଆପଣଙ୍କ କର୍ତ୍ତୃତ୍ବ ବଢ଼ିବ। ଶନିବାର ବିବାଦଠୁ ଦୂରରେ ରହନ୍ତୁ।
ତୁଳା
ତୁଳା: ରବି ଓ ସୋମବାର ନିଜର ସ୍ଥିତିକୁ ମଜଭୁତ କରିପାରିବେ। ମଙ୍ଗଳ ଓ ବୁଧବାର ଦାମ୍ପତ୍ୟ ଜୀବନରେ ଖୁସି ରହିବ। ଗୁରୁ ଓ ଶୁକ୍ରବାର ପୂର୍ବ କାର୍ଯ୍ୟର ପ୍ରଶଂସା ପାଇବେ। ଶନିବାର ଚିନ୍ତାମୁକ୍ତ ରହିବେ।
ବିଛା: ରବି ଓ ସୋମବାର ଦାୟିତ୍ବ ସୁଚାରୁରୂପେ ତୁଲାଇବେ। ମଙ୍ଗଳ ଓ ବୁଧବାର ଘରକୁ ବନ୍ଧୁ ଆସିବେ। ଗୁରୁ ଓ ଶୁକ୍ରବାର ମନରେ ନୂଆ ନୂଆ ବିଚାର ସମାବେଶ ହେବ। ଶନିବାର ଘରେ ସୁଖ ସମୃଦ୍ଧି ବୃଦ୍ଧିହେବ।
ଧନୁ: ରବି ଓ ସୋମବାର ଲୋକେ ଆପଣଙ୍କ କଥାରେ ଧ୍ୟାନ ଦେବେ। ମଙ୍ଗଳ ଓ ବୁଧବାର ଚାକିରି ବଦଳାଇବା ଲାଗି ଭାବିପାରନ୍ତି। ଗୁରୁ ଓ ଶୁକ୍ରବାର ଭାବିଥିବା କାମ ପୂରା ହେବ। ଶନିବାର ବନ୍ଧୁର ଭାବନାକୁ ବୁଝିବେ।
ମକର: ରବି ଓ ସୋମବାର ଆର୍ଥିକ ସ୍ଥିତି ଭଲ ରହିବ। ମଙ୍ଗଳ ଓ ବୁଧବାର ଚାକିରିରେ ସଫଳତା ମିଳିପାରେ। ଗୁରୁ ଓ ଶୁକ୍ରବାର ସମୟ ସୁଖ ଓ ଶାନ୍ତିପୂର୍ବକ ବିତିବ। ଶନିବାର କୌଣସି ଶୁଭ ସୂଚନା ପାଇବେ।
କୁମ୍ଭ: ରବି ଓ ସୋମବାର କ୍ୟାରିୟର୍ରେ ନୂଆ ଅବସର ଆସିବ। ମଙ୍ଗଳ ଓ ବୁଧବାର ବ୍ୟବସାୟରେ ଲାଭ ହେବ। ଗୁରୁ ଓ ଶୁକ୍ରବାର ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ଶନିବାର କାମରେ ଦୂରସ୍ଥାନକୁ ଯିବେ।
ମୀନ: ରବି ଓ ସୋମବାର ବକେୟା ଅର୍ଥ ପାଇବେ। ମଙ୍ଗଳ ଓ ବୁଧବାର ରୋଜଗାରର ମଉକା ପାଇବେ। ଗୁରୁ ଓ ଶୁକ୍ରବାର ସହକର୍ମୀଙ୍କ ସହ ବନ୍ଧୁତା ହେବ। ଶନିବାର ସାମାଜିକସ୍ତରରେ ଲୋକପ୍ରିୟତା ବଢ଼ିବ।
Follow Us