Weekly Horoscope Photograph: (sambad.in)
ମେଷ: ରବିବାର ଅଶାନ୍ତି ନିବାରଣ ହେବ। ସୋମ ଓ ମଙ୍ଗଳବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ବୁଧ ଓ ଗୁରୁବାର ପାଠପଢ଼ାରେ ମନ ଲାଗିବ। ଶୁକ୍ର ଓ ଶନିବାର କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ।
ବୃଷ: ରବିବାର ବ୍ୟବସାୟରେ ଲାଭହେବ। ସୋମ ଓ ମଙ୍ଗଳବାର କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ବୁଧ ଓ ଗୁରୁବାର କୌଣସି ଭଲ ଜାଗାକୁ ବୁଲିଯିବେ। ଶୁକ୍ର ଓ ଶନିବାର କୋର୍ଟ ମାମଲାର ସମାଧାନ ହେବ।
ମିଥୁନ: ରବିବାର ଇଚ୍ଛା ପୂରଣହେବ। ସୋମ ଓ ମଙ୍ଗଳବାର ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ। ବୁଧ ଓ ଗୁରୁବାର ଲାଗି ରହିଥିବା ସମସ୍ୟା ସମାଧାନ ହେବ। ଶୁକ୍ର ଓ ଶନିବାର ସମ୍ବନ୍ଧରେ ନୂତନତ୍ବ ଆସିବ।
କର୍କଟ: ରବିବାର ଖର୍ଚ୍ଚ କମ୍ କରନ୍ତୁ। ସୋମ ଓ ମଙ୍ଗଳବାର ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ବୁଧ ଓ ଗୁରୁବାର ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ। ଶୁକ୍ର ଓ ଶନିବାର ଚାକିରିଆଙ୍କ ଲାଗି ସମୟ ଭଲ।
ସିଂହ: ରବିବାର ସକାରାତ୍ମକ ମାନସିକତା ରଖନ୍ତୁ। ସୋମ ଓ ମଙ୍ଗଳବାର ଅଧୁରା କାମର ଗତି ଆସିବ। ବୁଧ ଓ ଗୁରୁବାର ପ୍ରିୟଜନଙ୍କଠାରୁ ଉପହାର ପାଇବେ। ଶୁକ୍ର ଓ ଶନିବାର ଭଲ ଲାଭର ଯୋଗ ରହିଛି।
କନ୍ୟା: ରବିବାର ପାରିବାରିକ ସୁଖ ଯୋଗ ରହିଛି। ସୋମ ଓ ମଙ୍ଗଳବାର ଉନ୍ନତି ସୁଯୋଗ ହାତଛଡ଼ା କରନ୍ତୁନି। ବୁଧ ଓ ଗୁରୁବାର ସୁଖସୁବିଧା ବୃଦ୍ଧି ହେବ। ଶୁକ୍ର ଓ ଶନିବାର ଭଲ ଜାଗାରେ ନିବେଶ କରିପାରନ୍ତି।
ତୁଳା
ତୁଳା: ରବିବାର ମନ ଆଧ୍ୟାତ୍ମିକ ଦିଗକୁ ଢଳି ରହିବ। ସୋମ ଓ ମଙ୍ଗଳବାର ଆପଣଙ୍କ ସାମନାକୁ ନୂଆ ଚାଲେଞ୍ଜ ଆସିବ। ବୁଧ ଓ ଗୁରୁବାର ଭ୍ରମଣ ଲାଭପ୍ରଦ ହେବ। ଶୁକ୍ର ଓ ଶନିବାର ଘରଖର୍ଚ୍ଚ ବଢ଼ିପାରେ।
ବିଛା: ରବିବାର ଧନପ୍ରାପ୍ତି ପାଇଁ ଉତ୍ସ ପାଇବେ। ସୋମ ଓ ମଙ୍ଗଳବାର ଭାଗ୍ୟ ବୃଦ୍ଧିର ଅବସର ପାଇବେ। ବୁଧ ଓ ଗୁରୁବାର ବେପାରୀଙ୍କ ଲାଗି ସମୟ ଉତ୍ତମ। ଶୁକ୍ର ଓ ଶନିବାର ପରୀକ୍ଷାରେ ଭଲ କରିବେ।
ଧନୁ: ରବିବାର କୌଣସି କାମ ସଂପୂର୍ଣ୍ଣ ହୋଇଯିବ। ସୋମ ଓ ମଙ୍ଗଳବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୁଧ ଓ ଗୁରୁବାର ଧର୍ମକାର୍ଯ୍ୟରେ ମନ ଲାଗିବ। ଶୁକ୍ର ଓ ଶନିବାର ପୁତ୍ର ପକ୍ଷରୁ ସୁଖ ପାଇବେ।
ମକର: ରବିବାର ବ୍ୟବସାୟ କାର୍ଯ୍ୟରେ ପ୍ରଗତି ହେବ। ସୋମ ଓ ମଙ୍ଗଳବାର ବେପାରରେ ଲାଭ ହେବ। ବୁଧ ଓ ଗୁରୁବାର ବ୍ୟବହାରରେ ସଂଯମ ରଖନ୍ତୁ। ଶୁକ୍ର ଓ ଶନିବାର ପାରିବାରିକ ବାତାବରଣ ସକାରାତ୍ମକ ରହିବ।
କୁମ୍ଭ: ରବିବାର ପ୍ରେମ ସମ୍ବନ୍ଧ ମଧୁର ହେବ। ସୋମ ଓ ମଙ୍ଗଳବାର ବ୍ୟବସାୟରେ ସମ୍ଭାବନା ବଢ଼ିବ। ବୁଧ ଓ ଗୁରୁବାର ପଦୋନ୍ନତିର ସୂଚନା ପାଇବେ। ଶୁକ୍ର ଓ ଶନିବାର ନକାରାତ୍ମକ ଚିନ୍ତାରୁ ନିବୃତ୍ତ ରହନ୍ତୁ।
ମୀନ: ରବିବାର କଠିନ କାମରେ ହାର୍ ମାନିବେନି। ସୋମ ଓ ମଙ୍ଗଳବାର ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବ। ବୁଧ ଓ ଗୁରୁବାର ପ୍ରେମ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ।
Follow Us