Weekly Horoscope: ଜାଣନ୍ତୁ ଏ ସପ୍ତାହର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

Weekly Horoscope

Weekly Horoscope Photograph: (sambad.in)

ମେଷ: ରବିବାର ଭ୍ରମଣ ସୁଖଦ ରହିବ। ସୋମ ଓ ମଙ୍ଗଳବାର ବେପାରରେ ଯଥେଷ୍ଟ ଲାଭ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର ପରିଶ୍ରମ ଅନୁସାରେ ଲାଭ କମ୍ ପାଇବେ। ଶନିବାର ଭାଗ୍ୟରେ ଉନ୍ନତି ଘଟିବ।

ବୃଷ: ରବିବାର ଆର୍ଥିକ ସ୍ଥିତି ଭଲ ରହିବ। ସୋମ ଓ ମଙ୍ଗଳବାର ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ବୁଧ, ଗୁରୁ ଓ ଶୁକ୍ରବାର ନୂଆ ଦାୟିତ୍ବ ପାଇବେ। ଶନିବାର ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ।

ମିଥୁନ: ରବିବାର ମାନସମ୍ମାନ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର ଗୀତ ସଂଗୀତରେ ରୁଚି ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର ପ୍ରତିଯୋଗିତାରେ ଅଗ୍ରଣୀ ରହିବେ। ଶନିବାର ପ୍ରେମରେ ସଫଳତା ପାଇବେ।

କର୍କଟ: ରବିବାର ଧାର୍ମିକ ପ୍ରବୃତ୍ତିର ବିକାଶ ହେବ। ସୋମ ଓ ମଙ୍ଗଳବାର କାରବାରରେ ସାବଧାନ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର ସଂଗୀତ ସାହିତ୍ୟରେ ରୁଚି ବଢ଼ିବ। ଶନିବାର ରୋଗ ଋଣରୁ ମୁକ୍ତି ପାଇବେ।

ସିଂହ: ରବିବାର କାର୍ଯ୍ୟରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର କିଛି ଭଲ ଲୋକଙ୍କ ସହିତ ସାକ୍ଷାତ ହେବ। ବୁଧ, ଗୁରୁ ଓ ଶୁକ୍ରବାର ସୁଖ ସଂପତ୍ତିରେ ବୃଦ୍ଧି ହେବ। ଶନିବାର ଖୁସି ଖବର ପାଇବେ।

କନ୍ୟା: ରବିବାର ଜମିରେ ନିବେଶ ଲାଗି ସମୟ ଭଲ। ସୋମ ଓ ମଙ୍ଗଳବାର ଭାଗୀଦାରି କାର୍ଯ୍ୟରେ ଲାଭ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର ବିଦେଶ ଯିବାର ଯୋଗ ଅଛି। ଶନିବାର କାର୍ଯ୍ୟ ବ୍ୟସ୍ତତାରେ ରହିବେ।

ତୁଳା

ତୁଳା: ରବିବାର ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। ସୋମ ଓ ମଙ୍ଗଳବାର ବ୍ୟକ୍ତିତ୍ବ ବିକଶିତ କରିବାକୁ ଚେଷ୍ଟା କରିବେ। ବୁଧ, ଗୁରୁ ଓ ଶୁକ୍ରବାର ବକେୟା ଅର୍ଥ ପାଇବେ। ଶନିବାର ନୂଆ କାର୍ଯ୍ୟରେ ରୁଚି ବଢ଼ିବ।

ବିଛା: ରବିବାର ଅଚାନକ ଧନଲାଭ ହେବ। ସୋମ ଓ ମଙ୍ଗଳବାର ପାରିବାରିକ ବାତାବରଣ ପ୍ରସନ୍ନତାବର୍ଦ୍ଧକ ରହିବ। ବୁଧ, ଗୁରୁ ଓ ଶୁକ୍ରବାର ଘର କିମ୍ବା ଗାଡ଼ି କିଣିବେ। ଶନିବାର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ରବିବାର ପଦୋନ୍ନତି ପ୍ରାପ୍ତ ହେବ। ସୋମ ଓ ମଙ୍ଗଳବାର ଦୀର୍ଘକାଳୀନ ବିବାଦ ସମାଧାନ ହେବ। ବୁଧ, ଗୁରୁ ଓ ଶୁକ୍ରବାର ଚାକିରି ବ୍ୟବସାୟରେ ମନ ଲାଗିବ। ଶନିବାର ଶତ୍ରୁ କ୍ଷତି ପାରନ୍ତି।

ମକର: ରବିବାର ଭାବିଥିବା କାମ ସଂପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର ବିକାଶ କାର୍ଯ୍ୟର ଗତି ଦ୍ରୁତ ହେବ। ବୁଧ, ଗୁରୁ ଓ ଶୁକ୍ରବାର ସବୁ ପ୍ରକାର କଷ୍ଟ ଦୂର ହେବ। ଶନିବାର ଖର୍ଚ୍ଚ କମ୍ କରନ୍ତୁ।

କୁମ୍ଭ: ରବିବାର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସୋମ ଓ ମଙ୍ଗଳବାର ଧର୍ମକାର୍ଯ୍ୟରେ ରୁଚି ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର ସବୁ କାମ ମନ ମୁତାବକ ପୂରା ହେବ। ଶନିବାର ମାନସମ୍ମାନ ବୃଦ୍ଧି ହେବ।

ମୀନ: ରବିବାର ଜନସଂପର୍କ କାର୍ଯ୍ୟରେ ଲାଭ ହେବ। ସୋମ ଓ ମଙ୍ଗଳବାର ନିଜର କର୍ତ୍ତବ୍ୟ ପ୍ରତି ସତର୍କ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର ଘରେ ଖୁସିର ମାହୋଲ ରହିବ। ଶନିବାର ଧନ ବୃଦ୍ଧି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe