Weekly Horoscope Photograph: (sambad.in)
ମେଷ: ରବି, ସୋମ ଓ ମଙ୍ଗଳବାର ନୂଆ ଲୋକଙ୍କ ସହିତ ମିଶନ୍ତୁ, ଲାଭ ପାଇବେ। ବୁଧ ଓ ଗୁରୁବାର ବ୍ୟବସାୟରେ ନୂଆ ପ୍ରୟୋଗ କରି ସଫଳ ହେବେ। ଶୁକ୍ର ଓ ଶନିବାର ଜୀବନସାଥୀ ସହିତ ଭଲ ସମୟ ବିତାଇବେ।
ବୃଷ: ରବି, ସୋମ ଓ ମଙ୍ଗଳବାର ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ। ବୁଧ ଓ ଗୁରୁବାର ନିବେଶ କରନ୍ତୁ, ଭବିଷ୍ୟତରେ ଲାଭଦାୟକ ହେବ। ଶୁକ୍ର ଓ ଶନିବାର ବାଣିଜ୍ୟ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହଯୋଗ ପାଇବେ।
ମିଥୁନ: ରବି, ସୋମ ଓ ମଙ୍ଗଳବାର ଅଫିସ୍ରେ ସବୁ ଲୋକଙ୍କ ସହିତ ତାଳମେଳ ରହିବ। ବୁଧ ଓ ଗୁରୁବାର ପାରିବାରିକ ବାତାବରଣ ଭଲ ରହିବ। ଶୁକ୍ର ଓ ଶନିବାର ନୂଆ କାରବାରରେ ରୂପରେଖ ପ୍ରସ୍ତୁତ କରିବେ।
କର୍କଟ: ରବି, ସୋମ ଓ ମଙ୍ଗଳବାର ଦେଶ ବିଦେଶରୁ ଶୁଭ ଖବର ପାଇବେ। ବୁଧ ଓ ଗୁରୁବାର ଦୀର୍ଘକାଳୀନ ବିବାଦ ସମାଧାନ ହୋଇଯିବ। ଶୁକ୍ର ଓ ଶନିବାର ଇଚ୍ଛା ପୂରଣ କରିବାର ଚେଷ୍ଟା ଫଳପ୍ରଦ ହେବ।
ସିଂହ: ରବି, ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ, ସମ୍ମାନ ବଢ଼ିବ। ବୁଧ ଓ ଗୁରୁବାର କାରବାରରେ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର ଜୀବନଶୈଳୀ ପରିବର୍ତ୍ତନ କରିପାରନ୍ତି।
କନ୍ୟା: ରବି, ସୋମ ଓ ମଙ୍ଗଳବାର ଭାଗ୍ୟ ଉପରେ ଭରସା ନକରି ପରିଶ୍ରମ କରନ୍ତୁ। ବୁଧ ଓ ଗୁରୁବାର ସରକାରୀ ଓ ସାମାଜିକ କାର୍ଯ୍ୟରେ ପ୍ରଗତି ହେବ। ଶୁକ୍ର ଓ ଶନିବାର ମୁରବିଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ।
ତୁଳା
ତୁଳା: ରବି, ସୋମ ଓ ମଙ୍ଗଳବାର ଆମଦାନି ପାଇଁ ନୂଆ ଉତ୍ସ ପାଇବେ। ବୁଧ ଓ ଗୁରୁବାର କାରବାରରେ ଏକ ଲୟ ପ୍ରସ୍ତୁତ କରି କାମ କରନ୍ତୁ। ଶୁକ୍ର ଓ ଶନିବାର ବିଶେଷ କାମରେ ଅନ୍ୟଲୋକଙ୍କ ସହଯୋଗ ପାଇବେ।
ବିଛା: ରବି, ସୋମ ଓ ମଙ୍ଗଳବାର ଆଶାଠୁ ଅଧିକ ସଫଳତା ପାଇବେ। ବୁଧ ଓ ଗୁରୁବାର ପ୍ରିୟଜନ ସହିତ ଲାଗି ରହିଥିବା ମନାନ୍ତର ଦୂର ହେବ। ଶୁକ୍ର ଓ ଶନିବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ।
ଧନୁ: ରବି, ସୋମ ଓ ମଙ୍ଗଳବାର ପ୍ରଶିକ୍ଷଣ ଓ କଳା ସହ ସଂପର୍କିତ କାର୍ଯ୍ୟରେ ପ୍ରଗତି ହେବ। ବୁଧ ଓ ଗୁରୁବାର ବଡ଼ କଂପାନି ସହ ସଉଦା ପକ୍କା ହେବ। ଶୁକ୍ର ଓ ଶନିବାର ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
ମକର: ରବି, ସୋମ ଓ ମଙ୍ଗଳବାର ପରିବାର ବିବାଦଠୁ ଦୂରରେ ରହନ୍ତୁ। ବୁଧ ଓ ଗୁରୁବାର ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ। ଶୁକ୍ର ଓ ଶନିବାର ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି।
କୁମ୍ଭ: ରବି, ସୋମ ଓ ମଙ୍ଗଳବାର ନୂଆ କାର୍ଯ୍ୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ବୁଧ ଓ ଗୁରୁବାର ଅନ୍ତରଙ୍ଗ ବନ୍ଧୁଠୁ ସାହାଯ୍ୟ ମିଳିବାର ସମ୍ଭାବନା। ଶୁକ୍ର ଓ ଶନିବାର ସଂଗୀତ ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।
ମୀନ: ରବି, ସୋମ ଓ ମଙ୍ଗଳବାର ଅଧିକାରୀବର୍ଗ ଆପଣଙ୍କ କାମର ପ୍ରଶଂସା କରିବେ। ବୁଧ ଓ ଗୁରୁବାର ଓକିଲ ପୁରୁଣା ମକଦ୍ଦମାରେ ସଫଳତା ପାଇବେ। ଶୁକ୍ର ଓ ଶନିବାର ଛାତ୍ର ନୂଆ ଟାଇମ୍ ଟେବୁଲ୍ ପ୍ରସ୍ତୁତ କରନ୍ତୁ।
Follow Us