Weekly Horoscope 2026 Feb 1 To Feb 7: ଜାଣନ୍ତୁ ଏ ସପ୍ତାହର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

Weekly Horoscope

Weekly Horoscope Photograph: (sambad.in)

ମେଷ:-ରବି ଓ ସୋମବାର ଚାକିରିରେ ସଫଳତା ମିଳିପାରେ। ମଙ୍ଗଳ ଓ ବୁଧବାର କୌଣସି ଭଲ ଖବର ପାଇବେ। ଗୁରୁ, ଶୁକ୍ର ଓଶନିବାର ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପଇବେ।

ବୃଷ:-ରବି ଓ ସୋମବାର ପରିବାର ଲୋକଙ୍କ ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ଗୁରୁ ଶୁକ୍ର ଓ ଶନିବାର ଆମଦାନିର ନୂଆ ଉତ୍ସ ପାଇବେ।

ମିଥୁନ:-ରବି ଓ ସୋମବାର ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ମଙ୍ଗଳ ଓ ବୁଧବାର ଉନ୍ନତି ପାଇଁ ନୂଆ ସାଧନ ପାଇବେ। ଗୁରୁ ଶୁକ୍ର ଓ ଶନିବାର ବୈବାହିକ ଜୀବନ‌ରେ ସୌହାର୍ଦ୍ଦ ବଜାୟ ରହିବ।

କର୍କଟ:-ରବି ଓ ସୋମବାର ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ମଙ୍ଗଳ ଓ ବୁଧବାର ଭାଗୀଦାରି ବେପାରରେ ଲାଭ ପାଇବେ। ଗୁରୁ ଶୁକ୍ର ଓ ଶନିବାର ଆହ୍ବାନର ପଛଘୁଞ୍ଚା ଦେବେନାହିଁ।

ସିଂହ:-ରବି ଓ ସୋମବାର ସମସ୍ୟାର ସମାଧାନ ଲାଗି ମାର୍ଗ ଖୋଜିନେବେ। ମଙ୍ଗଳ ଓ ବୁଧବାର ବେପାରୀଙ୍କ ଲାଗି ସମୟ ଭଲ। ଗୁରୁ ଶୁକ୍ର ଓ ଶନିବାର ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ।

କନ୍ୟା:-ରବି ଓ ସୋମବାର ବ୍ୟବସାୟ କାମରେ ଅନୁକୂଳତା ରହିବ। ମଙ୍ଗଳ ଓ ବୁଧବାର ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ। ଗୁରୁ ଶୁକ୍ର ଓ ଶନିବାର ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ।

ତୁଳା:-ରବି ଓ ସୋମବାର ବ୍ୟବସାୟରେ ଭଲ ପରିଣାମ ପାଇବେ। ମଙ୍ଗଳ ଓ ବୁଧବାର କୌଣସି ବଡ଼ ଦାୟିତ୍ବ ପାଇବେ। ଗୁରୁ ଶକ୍ର ଓ ଶନିବାର ସକାରାତ୍ମକ ଲୋକଙ୍କ ପରାମର୍ଶରେ ଲାଭ ହେବ।

ବିଛା:-ରବି ଓ ସୋମବାର ନୂଆ କାମ ଆରମ୍ଭ କରନ୍ତୁ ଲାଭ ଦାୟକ ରହିବ। ମଙ୍ଗଳ ଓ ବୁଧବାର ପୁତ୍ର ପକ୍ଷରୁ ସୁଖ ପାଇବେ। ଗୁରୁ ଶୁକ୍ର ଓ ଶନିବାର ଜମି ଓ ଭବନରେ ନିବେଶ ଲାଗି ଭାବି ପାରନ୍ତି।

ଧନୁ:-ରବି ଓ ସୋମବାର ନୂଆ କରିବା ଲାଗି ନୂଆ ନିୟମ ଉପରେ ବିଚାର କରିବେ। ମଙ୍ଗଳ ଓ ବୁଧବାର ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଗୁରୁ ଶୁକ୍ର ଓ ଶନିବାର ନବ ବିବାହିତ ବାହାରକୁ ବୁଲି ଯିବେ।

ମକର:-ରବି ଓ ସୋମବାର କାମ କରିବା ଲାଗି ନୂଆ ନିୟମ ଉପରେ ବିଚାର କରିବେ। ମଙ୍ଗଳ ଓ ବୁଧବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଗୁରୁ ଶୁକ୍ର ଓ ଶନିବାର ଧର୍ମ କାର୍ଯ୍ୟରେ ମନ ଲାଗିବ।

କୁମ୍ଭ:-ରବି ଓ ସୋମବାର ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ମଙ୍ଗଳ ଓ ବୁଧବାର ସମାଜରେ ଆପଣଙ୍କ ଭାବମୂର୍ତ୍ତି ଭଲ ହେବ। ଗୁରୁ ଶୁକ୍ର ଓ ଶନିବାର କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ।

ମୀନ:-ରବି ଓ ସୋମବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ମଙ୍ଗଳ ଓ ବୁଧବାର ପ୍ରେମୀ ଯୁଗଳଙ୍କ ସମୟ ଭଲ। ଗୁରୁ, ଶୁକ୍ର ଓ ଶନିବାର ଜରୁରୀ କାମରେ ଜୀବନସାଥୀ ସହଯୋଗ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe