ମେଷ: ରବିବାର ଭାବିଥିବା କାମ ପୂରା ହେବ। ସୋମ ଓ ମଙ୍ଗଳବାର ବିକାଶ କାର୍ଯ୍ୟର ଗତି ଦ୍ରୁତ ହେବ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଶୁକ୍ର ଓ ଶନିବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ।
ବୃଷ: ରବିବାର ନିଜ କାମରେ ବ୍ୟସ୍ତ ରହିବେ। ସୋମ ଓ ମଙ୍ଗଳବାର ପାରିବାରିକ ଜୀବନ ଶାନ୍ତିମୟ ରହିବ। ବୁଧ ଓ ଗୁରୁବାର ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷ‌େର ହେବ। ଶୁକ୍ର ଓ ଶନିବାର ସମାଜରେ ମାନସମ୍ମାନ ବଢ଼ିବ।
ମିଥୁନ: ରବିବାର ନୂଆ ଦାୟିତ୍ବ ପାଇବେ। ସୋମ ଓ ମଙ୍ଗଳବାର କାମ କରିବା ବେଳେ ମନ ଶାନ୍ତ ରଖନ୍ତୁ। ବୁଧ ଓ ଗୁରୁବାର ଅଫିସ୍‌ରେ ପ୍ରଦର୍ଶନ ପ୍ରଶଂସନୀୟ ହେବ। ଶୁକ୍ର ଓ ଶନିବାର ଭବିଷ୍ୟତ ଲାଗି ଯୋଜନା କରିବେ।
କର୍କଟ: ରବିବାର ଭବିଥିବା କାମ ସଂପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ବୁଧ ଓ ଗୁରୁବାର ଜୀବନସାଥୀ ସହିତ ମତଭେଦ ହୋଇପାରେ। ଶୁକ୍ର ଓ ଶନିବାର ଧନ ସଂପତ୍ତି ବୃଦ୍ଧି ହେବ।
ସିଂହ: ରବିବାର ଆର୍ଥିକ ସ୍ଥିତି ଭଲ ରହିବ। ସୋମ ଓ ମଙ୍ଗଳବାର ଜୀବନ ପ୍ରତି ଦୃଷ୍ଟିକୋଣ ସକାରାତ୍ମକ ପାଇବେ। ବୁଧ ଓ ଗୁରୁବାର ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଶୁକ୍ର ଓ ଶନିବାର ନିଜର କର୍ତ୍ତବ୍ୟ ପ୍ରତି ସତର୍କ ରହନ୍ତୁ।
କନ୍ୟା: ରବିବାର ବନ୍ଧୁ ସହିତ ସାକ୍ଷାତ ହେବ। ସୋମ ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ। ବୁଧ ଓ ଗୁରୁବାର ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର ନୂଆ ବ୍ୟବସାୟ ଆୟର ସାଧନ ବନିବ।

Advertisment

ଆହୁରି ପଢ଼ନ୍ତୁ: Paracetamol in Pregnancy: ଗର୍ଭାବସ୍ଥାରେ ପାରାସିଟାମଲ୍ ନିରାପଦ, ଅଟିଜିମ୍‌ର କୌଣସି ବିପଦ ନାହିଁ" ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କଲା ନୂତନ ଅଧ୍ୟୟନ
ତୁଳା: ରବିବାର ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ସୋମ ଓ ମଙ୍ଗଳବାର ଚିଡ଼ଚିଡ଼ାପଣ ଦୂର କରିବାକୁ ଚେଷ୍ଟା କରନ୍ତୁ। ବୁଧ ଓ ଗୁରୁବାର ମନ ଧର୍ମକାର୍ଯ୍ୟରେ ଲାଗି ରହିବ। ଶୁକ୍ର ଓ ଶନିବାର ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ।
ବିଛା: ରବିବାର ଆୟରେ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ଭଲ କାମ କରିବେ। ବୁଧ ଓ ଗୁରୁବାର ଜମି ବା ଗାଡ଼ି କିଣାବିକା ହେବ। ଶୁକ୍ର ଓ ଶନିବାର ଛାତ୍ରଛାତ୍ରୀଙ୍କର ଧ୍ୟାନ ପାଠପଢ଼ାରେ ଲାଗି ରହିବ।

ଆହୁରି ପଢ଼ନ୍ତୁ: Nerovirus in China: ଚୀନ୍‌ରେ ନୋରୋଭାଇରସ୍‌ ଆତଙ୍କ: ୧୦୦ରୁ ଅଧିକ ଛାତ୍ରଛାତ୍ରୀ ସଂକ୍ରମିତ
ଧନୁ: ରବିବାର ବ୍ୟବସାୟରେ ଧନଲାଭ ହେବ। ସୋମ ଓ ମଙ୍ଗଳବାର ବେପାର ଆରମ୍ଭ ଲାଗି ସମୟ ଭଲ। ବୁଧ ଓ ଗୁରୁବାର କାମରେ ଅଧିକ ପୁଞ୍ଜି ଲଗାଇ ପାରନ୍ତି। ଶୁକ୍ର ଓ ଶନିବାର ଅଫିସ୍‌ରେ କର୍ତ୍ତୃପକ୍ଷ ପ୍ରଶଂସା କରିବେ।
ମକର: ରବିବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ସୋମ ଓ ମଙ୍ଗଳବାର ଆମଦାନି ବୃଦ୍ଧି ଲାଗି ଯୋଜନା ଆସିବ। ବୁଧ ଓ ଗୁରୁବାର ଜମି ସମ୍ବନ୍ଧୀୟ କାମ ପୂରା ହେବ। ଶୁକ୍ର ଓ ଶନିବାର ଧାର ଦେଇଥିବା ଅର୍ଥ ପାଇବେ।
କୁମ୍ଭ: ରବିବାର କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ସୋମ ଓ ମଙ୍ଗଳବାର ପ୍ରେମୀଯୁଗଳ ନିଜ ସାଥୀର ଭାବନାକୁ ବୁଝିବେ। ବୁଧ ଓ ଗୁରୁବାର ନୂଆ କାର୍ଯ୍ୟରେ ସଫଳତା ପାଇବେ। ଶୁକ୍ର ଓ ଶନିବାର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମୀନ: ରବିବାର କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ସୋମ ଓ ମଙ୍ଗଳବାର ରାଜନୀତିକ କାର୍ଯ୍ୟ ସଂପନ୍ନ ହେବ। ବୁଧ ଓ ଗୁରୁବାର ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର ଜୀବନରେ ଖୁସିର ଆଗମନ ହେବ।