ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଆମ ନିକଟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

weekly horoscope

ମେଷ:କ୍ୟାରିୟର୍‌କୁ ସୁନ୍ଦର କରିବା ଲାଗି ସଫଳ ହେବେ। ଆପଣଙ୍କ ବ୍ୟବହାରରେ ଉତ୍ତମ ପରିବର୍ତ୍ତନ ପାଇଁ ଆପଣଙ୍କୁ କିଛି ଭଲ ବନ୍ଧୁ ମିଳିବେ। ପନିପରିବା ବ୍ୟବସାୟୀ ଆଶାଠୁ ଅଧିକ ଲାଭ ପାଇବେ। ଅଫିସରେ ବରିଷ୍ଠଙ୍କଠାରୁ କିଛି ନୂଆ ଶିଖିବେ। ସଫ୍ଟୱେର୍‌ ଇଂଜିନିୟରଙ୍କ ଲାଗି ବହୁରାଷ୍ଟ୍ରୀୟ କଂପାନିରୁ ଚାକିରି ସୁଯୋଗ ରହିଛି। ବୈବାହିକ ଜୀବନ ସୁଖକର ରହିବ। ଅବିବାହିତଙ୍କ ଲାଗି ନିକଟ ସଂପର୍କୀୟ ବିବାହ ପ୍ରସ୍ତାବ ନେଇ ଆସିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ। ମଧୁମେହ ରୋଗୀ ଆରାମ ପାଇବେ। ବାହାର କାମରେ ଗଲାବେଳେ ଯାନବାହନ ସାବଧାନତାର ସହ ଚଳାନ୍ତୁ।

ବୃଷ:କାମ ପ୍ରତି ଆପଣଙ୍କର ଆତ୍ମବିଶ୍ବାସ ଉନ୍ନତି ପଥରେ ଆଗେଇ ନେବ। ଆପଣଙ୍କ ବ୍ୟବହାରରେ ଅନେକ ପ୍ରଭାବିତ ହେବେ। ବ୍ୟବସାୟରେ ବିକ୍ରି ବଢ଼ିବ। ବିଲ୍‌ଡର୍ସ ଭଲ ଲାଭ ପାଇବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ଦରମା ବୃଦ୍ଧି ହୋଇପାରେ। ସମାଜରେ ଭଲ କାମ ପାଇଁ ଆପଣ ସମ୍ମାନିତ ହୋଇପାରନ୍ତି। ବିରୋଧୀଙ୍କ ସହ ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ। ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ଧାର୍ମିକ ଯାତ୍ରାରେ ଯିବା ପାଇଁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ସ୍ବାସ୍ଥ୍ୟରେ ସୁଧାର ହେବ।

ମିଥୁନ :ଉଜ୍ଜ୍ବଳ ଭବିଷ୍ୟତ ଲାଗି ନୂଆ ପଦକ୍ଷେପ ନେବେ। ଅନ୍ୟମାନଙ୍କ ମାଧ୍ୟମରେ ନିଜର କାମ କରାଇ ନେବା‌େର ସକ୍ଷମ ରହିବେ। ବେପାରରେ ଆପଣ କାମ କରିବା କୌଶଳ ବଦଳାଇବେ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଭଲ ଜାଗାରେ ଚାକିରି ପାଇବେ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବଜାୟ ରଖିବେ। କୃ‌ଷିଜୀବୀଙ୍କ ଲାଗି ସମୟ ଭଲ। ଅସହାୟଙ୍କୁ ସାହାଯ୍ୟ କରିବାର ଅବସର ପାଇବେ। ପତ୍ନୀଙ୍କ ସହିତ ବ୍ୟବହାରରେ କୋମଳତା ରକ୍ଷା କରନ୍ତୁ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।

କର୍କଟ:ବିବାଦଠାରୁ ଦୂରରେ ରହି ଅଧିକ ପରିଶ୍ରମ କରନ୍ତୁ, ସଫଳତା ପାଇବେ। ବ୍ୟବସାୟରେ ରାଜ୍ୟ ବାହାରକୁ ଯିବାର ଥିଲେ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ ସଫଳ ହେବେ। ପୁଞ୍ଜି ବଜାରରେ ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଅଫିସରେ ନିଜ କାମରେ ମନୋଯୋଗ ଦିଅନ୍ତୁ। ଅଧିକାରୀମାନଙ୍କ ସହ ତଳାମେଳ ରଖନ୍ତୁ। କଣ୍ଠଶିଳ୍ପୀ ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ପାଇବେ। ପରିବାରରେ ଶାନ୍ତି ରହିବ। ଜୀବନସାଥୀ ଆପଣଙ୍କ ସଚ୍ଚୋଟତାରେ ପ୍ରଭାବିତ ହେବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ। ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବେ।

ସିଂହ : ସକାରାତ୍ମକ ଚିନ୍ତା ଆପଣଙ୍କୁ ଅଶାନ୍ତିରୁ ରକ୍ଷା କରିବ। ଆପଣଙ୍କର ଏଭଳି ଲୋକଙ୍କ ସହିତ ସାକ୍ଷାତ୍‌ ହେବ ସେ ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହେବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଚିନ୍ତା କରିବେ। ଶିକ୍ଷା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ସମୟ ଲାଭଦାୟକ ରହିବ। ବୟସାଧିକ ବ୍ୟକ୍ତିମାନଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗକୁ ରହିବ। ଲେଖକ କୌଣସି ପୁସ୍ତକ ସମାପ୍ତ କରିବାରରେ ସଫଳ ରହିବେ। ପାରିବାରିକ ଜୀବନ ସୁଖମୟ ରହିବ। ଆବଶ୍ୟକ ଜିନିଷ କିଣିବାରେ ଖର୍ଚ୍ଚ ଅଧିକ ହୋଇପାରେ। ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଉତ୍ତମ ଫଳ ପାଇବେ।

କନ୍ୟା: ଗ୍ରହ ଚଳନ ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିବ। କିଛି ମହତ୍ତ୍ବପୂର୍ଣ୍ଣ ଅବସର ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଚାକିରି କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ରହିଛି। ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ଖୁସି ଖବର ପାଇବେ। ଖେଳାଳି ନିଜ ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ। ପରିବାରରେ ଭଲ ପରିବେଶ ରହିବ। ମହିଳାମାନେ ଘର ବଗିଚାରେ କିଛି ପନିପରିବା ଗଛ ଲଗାଇ ପାରନ୍ତି। ବନ୍ଧୁ ସହିତ ବିଦେଶ ଯିବାର ଯୋଜନା କରି‌ବେ। ଛାତ୍ରଛାତ୍ରୀ ନିଜର ପ୍ରୋଜେକ୍ଟ ପୂରା କରିବାରେ ସିନିୟରଙ୍କ ସହଯୋଗ ପାଇବେ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ। ମାନସିକ ରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରିବେ।

ତୁଳା : ଆର୍ଥିକ ବିଷୟକୁ ନେଇ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ। ଭାବିଥିବା କାମ ଧୀରେ ଧୀରେ ସଂପୂର୍ଣ୍ଣ କରିବେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ସମୟ ଭଲ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ପିଲାର ସଫଳତା ଉପରେ ଗର୍ବ ଅନୁଭବ କରିବେ। ବନ୍ଧୁ ସହିତ ବାହାରକୁ ଭ୍ରମଣରେ ଯିବା ଯୋଜନା କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ, ସଫଳତା ପାଇବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ। ଚର୍ମରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରିବେ।

ବିଛା :ପୂର୍ବ କଥାକୁ ନେଇ ସଂଶୟରେ ରହିବେ। ଅର୍ଥ ସମ୍ବନ୍ଧରେ ବଡ଼ ଫଇସଲା ଭାବିଚିନ୍ତି ନିଅନ୍ତୁ। ଅଳଙ୍କାର ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ଦୂରସଂଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଭଲ ସମୟ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଲାଗି ବହୁରାଷ୍ଟ୍ରୀୟ କଂପାନିରୁ ଖବର ଆସିବ। ଲେଖାଲେଖି କରୁଥିବା ବ୍ୟକ୍ତିବିଶେଷ ଖୁସି ଖବର ପାଇବେ। ଖେଳାଳିମାନେ ଅଭ୍ୟାସରେ ଅଧିକ ପରିଶ୍ରମ କରିବେ। ଇଲେକ୍ଟ୍ରିକ୍ ବାଇକ୍‌ କିଣିବା ଲାଗି ବିଚାର କରିବେ। ପରିବାରରେ ସୁଖ ସନ୍ତୋଷ ବୃଦ୍ଧି ହେବ। ଘରର ସୌନ୍ଦର୍ଯ୍ୟୀକରଣ କାମ କରାଇ ପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ।

ଧନୁ :ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଅନୁଭବୀଙ୍କ ପରାମର୍ଶ ନିଅନ୍ତୁ ଭଲ ହେବ। ଔଷଧ ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ଚାକିରି ଖୋଜୁଥିବା ଲୋକ ଭଲ ଖବର ପାଇବେ। ବୟସାଧିକ ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଲେଖକଙ୍କର କୌଣସି ପୁସ୍ତକ ପ୍ରକାଶିତ ହେବ। ଯୋଗ ଅଭ୍ୟାସ କରାଉଥିବା ମହିଳାମାନେ ଗ୍ରାହକଙ୍କଠାରୁ ଯଥେଷ୍ଟ ଲାଭ ପାଇବେ। ଘରୋଇ ସମସ୍ୟା ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା‌େର ସଫଳ ହେବେ। ଆୟବ୍ୟୟର ସମନ୍ବୟ ବଜାୟ ରହିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ା ପ୍ରତି ରୁଚି ବଢ଼ିବ। ଶରୀର ସୁସ୍ଥ ରହିବ।

ମକର :ଅଯଥା କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ନୂଆ ବେପାର କରିବାକୁ ଚାହୁଥିଲେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ହସ୍ତଶିଳ୍ପ କାରବାରରେ ଭଲ ଲାଭ ହେବ। ଅଫିସ୍‌ରେ ଆପଣଙ୍କ କାମକୁ ସହକର୍ମୀ ପ୍ରଶଂସା କରିବେ। ଚାକିରି ଖୋଜୁଥିବା ଯୁବକଙ୍କ ଲାଗି କୌଣସି ବଡ଼ ଉଦ୍ୟୋଗରେ ସୁଯୋଗ ରହିଛି। ସାମାଜିକ ସେବା କ୍ଷେତ୍ରରେ ଥିବା ଲୋକଙ୍କର ସମ୍ମାନ ବଢ଼ିବ। ଜୀବନସାଥୀ ସହିତ ସମ୍ବନ୍ଧ ମିଷ୍ଟତାପୂର୍ଣ୍ଣ ରହିବ। ଛାତ୍ରୀଙ୍କ କ୍ୟାରିୟର୍‌ରେ ନୂଆ ପରିବର୍ତ୍ତନ ଆସିବ। ଛାତ୍ର ନୂଆ ବନ୍ଧୁ ବନାଇବେ। ସ୍ବାସ୍ଥ୍ୟ ଭଲ ରହିବ। ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।

କୁମ୍ଭ:ଅନ୍ୟକୁ ଯେତିକି ଗୁରୁତ୍ବ ଦେବେ ଆପଣ ସେତିକି ଗୁରୁତ୍ବ ପାଇବେ। ବ୍ୟବସାୟର ଭାଗୀଦାରି ସହିତ ଦୂରସ୍ଥାନକୁ ଯିବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବାକୁ ଚାହୁଥିଲେ, ନିଜର ବଜେଟ ଅନୁସା‌େର ନିବେଶ କରନ୍ତୁ। ଅଫିସ୍‌ରେ କାମର ବୋଝ ଅଧିକ ରହିବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି କୌଣସି ଜାଗାରେ ପ୍ରଦର୍ଶନ ପାଇଁ ସୁଯୋଗ ପାଇବେ। ଜମି କିଣିବା ଯୋଗ ରହିଛି। ପରିବାର ଲୋକଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ଜୀବନସାଥୀଙ୍କୁ ଦାମିକା ଉପହାର ଦେବେ। ହୋଟେଲ ମ୍ୟାନେଜ୍‌ମେଣ୍ଟ୍‌ ଛାତ୍ର ଚାକିରି ପାଇବେ। ସ୍ବାସ୍ଥ୍ୟଗତ ସମସ୍ୟାରୁ କିଛି ଆରାମ ପାଇବେ।

ମୀନ :ବନ୍ଧୁଙ୍କର ପରାମର୍ଶ ଆପଣଙ୍କ କାମରେ ଆସିବ। କ୍ୟାରିୟର୍‌ରେ ସଫଳତାର ଖୁବ୍ ନିକଟତର ହେବେ। ଯେଉଁ ଗୃହିଣୀମାନେ ନୂଆ ବ୍ୟବସାୟ କରିବାକୁ ଇଚ୍ଛୁକ ସେମାନଙ୍କ ଲାଗି ଉତ୍ତମ ସମୟ। ଅଫିସରେ ସାଥି‌େର କାମ କରୁଥିବା ଲୋକଙ୍କର ପୂରା ସହଯୋଗ ପାଇବେ। ଚାକିରି ପାଇଁ ପରିଶ୍ରମ କରୁଥିବା ଲୋକ ଖୁସି ଖବର ପାଇବେ। କୋର୍ଟ ମାମଲାରେ ଆରାମ ପାଇବେ। ଘରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ। ଛାତ୍ର ନୂଆ ଗତିବିଧିରେ ସାମିଲ ହେବେ। ଛାତ୍ରୀ ନୃତ୍ୟ କ୍ଲାସ୍‌ରେ ଯୋଗ ଦେଇପାରନ୍ତି। ଉଦର ଯନ୍ତ୍ରଣା ଉପଶମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe