ଜାଣନ୍ତୁ ଏ ସପ୍ତାହର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଆମ ନିକଟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଆମ ନିକଟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

weekly horoscope

ମେଷ:ଆପଣଙ୍କର ପ୍ରୟାସ ସଫଳ ହେବ। ବୈ‌େଦଶିକ ବେପାରବଣିଜରେ ବଡ଼ ଡିଲ୍ କରିପାରନ୍ତି। ଅଫିସ୍‌ରେ କାମ ବୋଝ ବଢ଼ିପାରେ। ସହକର୍ମୀଙ୍କ ସହଯୋଗ ବିନା ନିଜର କାମ ନିଜେ କରିବାକୁ ଚେଷ୍ଟାକରନ୍ତୁ। ପରିବାରଲୋକ ଆପଣଙ୍କ ଠାରୁ ଅନେକ କିଛି ଅାଶା କରିବେ। କୌଣସି ନିଷ୍ପତ୍ତି ନେବାରେ ଆପଣଙ୍କୁ ଟିକେ କଷ୍ଟହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ। ବନ୍ଧୁ ସହିତ ମିଶି ମଉଜମସ୍ତି କରିବାର ଅବସର ପାଇବେ। ଛାତ୍ରଛାତ୍ରୀ କୌଣସି କାମ ପୂରା କରିବା ପାଇଁ ଅଭିଭାବକଙ୍କର ସାହାଯ୍ୟ ନେବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବୃଷ:ସମୟ ଆପଣଙ୍କ ଲାଗି ଅନୁକୂଳ ରହିବ। ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳତା ଓ ଲାଭ ପାଇବେ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ଜମି ବେପାରୀଙ୍କର ଜମି ଭଲ ଦାମ୍‌ରେ ବିକ୍ରିହେବ। ଅଫିସ୍‌ରେ କୌଣସି କଥାକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଠିକ୍ କରିବାରେ ସକ୍ଷମ ହେବେ। ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସଫଳତା ପାଇବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଜୀବନସାଥୀଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଶୁଭ ରହିବ। ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।

ମିଥୁନ :ଲକ୍ଷ୍ୟ ପ୍ରତି ଗମ୍ଭୀରତାର ସହିତ ପ୍ରୟାସ ଜାରି ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ। ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଅଧିକ ମଜଭୁତ ହେବ। ବେପାରରେ ଉନ୍ନତିର ସମ୍ଭାବନା। ଅଫିସ୍‌ରେ ଅଧିକାରୀବର୍ଗଙ୍କର ସହଯୋଗ ପାଇ କାମ ସୁରୁଖୁରୁରେ କରିପାରିବେ। କୋର୍ଟ ମାମଲାରେ ବ୍ୟସ୍ତତା ବଢ଼ିପାରେ। କେହି ବିରୋଧୀ ଆପଣଙ୍କର କ୍ଷତି କରିବା ପାଇଁ ପ୍ରୟାସ କରିବେ, ମାତ୍ର ସଫଳ ହେବେ ନାହିଁ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ସଂଶୟସ୍ଥିତି ରହିବ। ପୁରୁଣା ରୋଗରୁ ଆରାମ ପାଇବେ। ଖାଦ୍ୟପେୟ ପ୍ରତି ସଜାଗ ରହନ୍ତୁ।

କର୍କଟ:ସକାରାତ୍ମକତାରେ ଭରି ରହିବେ। ମନରେ ନୂଆ ନୂଆ ବିଚାର ଆସିବ। ବାଣୀ ଓ ବ୍ୟବହାର ଭଲ ରଖନ୍ତୁ। ବେପାର ଉଦ୍ୟୋଗରେ ପ୍ରସିଦ୍ଧି ଅର୍ଜନ କରିବାର ସୁଯୋଗ ପାଇବେ। ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ଅଫିସ୍‌ରେ ଆପଣଙ୍କ କାମ‌େର କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ପାରିବାରିକ ପରିବେଶ ସକାରାତ୍ମକ ରହିବ। ସନ୍ତାନର ସଫଳତା ହେତୁ ଗୌରବାନ୍ବିତ ଅନୁଭବ କରିବେ। ପ୍ରିୟବନ୍ଧୁ ସହିତ ଭଲ ଜାଗାକୁ ଭ୍ରମଣରେ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ କମ୍ ଲାଗିପାରେ।

ସିଂହ :ମହିଳା ଶିଳ୍ପୋଦ୍ୟୋଗୀଙ୍କ ଲାଗି ସମୟ ବହୁତ ଭଲ। ବଡ଼ ଡିଲ୍ ହାତରେ ଲାଗିପାରେ। ଅଫିସ୍‌ରେ କୌଣସି ବଡ଼ କାମର ଦାୟିତ୍ବ ଗ୍ରହଣ କରିବେ। ଭାବୁକତାର ବଶବର୍ତ୍ତୀ ହୋଇ କାହାରିକୁ କଥା ଦିଅନ୍ତୁ ନାହିଁ। କାହାରିଠାରୁ ଅଧିକ ଆଶା ରଖନ୍ତୁ ନାହିଁ। କିଛି ମହିଳା ସାମାଜିକ କାର୍ଯ୍ୟରେ ଯୋଗଦେବେ। ଖେଳାଳିମାନେ ଅଧିକ ସମୟ ଅଭ୍ୟାସ କରନ୍ତୁ। ପାରିବାରିକ ଜୀବନ ସୁଖଶାନ୍ତିରେ ଭରିରହିବ। ଯେଉଁମାନେ ପ୍ରେମ କରୁଛନ୍ତି, ସେମାନେ ବିବାହ ପାଇଁ ନି‌‌‌‌‌ଷ୍ପତ୍ତି ନେଇପାରନ୍ତି। ଛାତ୍ରଛାତ୍ରୀ କ୍ୟାରିୟର୍‌ରେ ବଡ଼ ସଫଳତା ପାଇବେ। ସ୍ବାସ୍ଥ୍ୟ ନେଇ ଚିନ୍ତା କମିବ।

କନ୍ୟା:ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିପରୀତ ପରିସ୍ଥିତି ଆପଣଙ୍କୁ ବିଚଳିତ କରି ପାରିବନାହିଁ। ବେପାର ଉଦ୍ୟୋଗରେ ଆଶାଠୁ ଅଧିକ ଲାଭ ମିଳିବ। ଚାକିରିଜୀବୀ ନିଜ କାମରେ ଅଧିକ ଧ୍ୟାନଦେବେ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ଶୁଭ ସଂକେତ ପାଇପାରନ୍ତି। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। କୋର୍ଟକଚେରି ମାମଲାରେ ଭଲ ଖବର ପାଇବେ। ଘରର ପରିବେଶ ଠିକ୍ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଛାତ୍ରୀ କିଛି ନୂଆ ଶିକ୍ଷାଲାଭ କରିବେ। ଶରୀର ସୁସ୍ଥ ରହିବ।

ତୁଳା :ଯେଉଁ କାମ କରିବାକୁ ଚାହିବେ ବିନା ବାଧାରେ ସଂପୂର୍ଣ୍ଣ ହୋଇଯିବ। ଇସ୍ପାତ ବ୍ୟବସାୟରେ ବୃଦ୍ଧି ହେବ। ଆୟର ସ୍ଥିତି ଭଲ ରହିବ, ଖର୍ଚ୍ଚ ବଢ଼ିବ। ଅଫିସ୍‌ରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇ ସ୍ଥଗିତ ଥିବା କାମ ସଂପୂର୍ଣ୍ଣ କରିବେ। ରାଜନୀତି ସହ ଜଡ଼ିତ ଲୋକ ଦଳରେ କୌଣସି ଦାୟିତ୍ବ ଗ୍ରହଣ କରିବେ। କୃଷିଜୀବୀଙ୍କ ଲାଗି ଫସଲ ଦୃଷ୍ଟିରୁ ସମୟ ଅନୁକୂଳ। ପରିବାରରେ କୌଣସି ଲୋକ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ପ୍ରିୟଜନଠାରୁ ମନ ପସନ୍ଦର ଉପହାର ପାଇବେ। ଇଂଜିନିୟରିଂ କରୁଥିବା ଛାତ୍ରଛାତ୍ରୀ ଚାକିରି ସୁଯୋଗ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

ବିଛା :ଆଗକୁ ବଢ଼ିବା ପାଇଁ ଭଲ ସମୟ। କୌଣସି ବଡ଼ ଡିଲ୍ ଫାଇନାଲ୍‌ ହେବ। କର୍ତ୍ତୃପକ୍ଷଙ୍କୁ ଖୁସି କରିବା ଲାଗି ଅଧିକ ପରିଶ୍ରମ କରିବେ। ଚାକିରି ଖୋଜୁଥିବା ଲୋକ ଭଲ ଉଦ୍ୟୋଗରେ ଚାକିରି ପାଇବେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ପ୍ରସିଦ୍ଧି ଅର୍ଜନ କରିବେ। ବୈବାହିକ ଜୀବନରେ ସୁଖୀ ରହିବେ। ପିଲାଙ୍କ ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ। ଘନିଷ୍ଠ ବନ୍ଧୁ ସହିତ ସ୍ମରଣୀୟ ମୁହୂର୍ତ୍ତ ଅତିବାହିତ କରିବେ। ଛାତ୍ରଛାତ୍ରୀ ପଢ଼ାପଢ଼ିରେ ଏକାଗ୍ରତା ରଖିବାକୁ ଚେଷ୍ଟା କରନ୍ତୁ। ଭ୍ରମଣ ସମୟରେ ବାହାର ଖାଦ୍ୟପେୟ ପ୍ରତି ସଜାଗ ରହନ୍ତୁ। ମାନସିକ ରୂପେ ସୁସ୍ଥ ରହିବେ।

ଧନୁ :ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା। ନିଜର ଧୀଶକ୍ତି ବଳରେ କୌଣସି ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ। ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ବିଦେଶ ଯିବା ସ୍ବପ୍ନ ସାକାର ହୋଇପାରେ। ସରକାରୀ ଚାକିରିଆଙ୍କ ଲାଗି ପଦୋନ୍ନତି ସମ୍ଭାବନା। ଚାକିରି ବଦଳାଇବାକୁ ଚାହୁଥିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କୋର୍ଟକଚେରି ମାମଲାଠାରୁ ଦୂରେଇ ରହନ୍ତୁ। ପାରିବାରିକ ସମ୍ବନ୍ଧରେ ମଧୁରତା ଆସିବ। ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ଛାତ୍ରଛାତ୍ରୀ ମନ ମୁତାବକ ପରିଣାମ ପାଇବା ପାଇଁ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।

ମକର :ଆପଣ ବୁଦ୍ଧିମତ୍ତାର ସହିତ କାମ କରି ଯଥେଷ୍ଟ ସଫଳତା ପାଇବେ। ପୂର୍ବରୁ କରିଥିବା ନିବେଶରୁ ଯଥେଷ୍ଟ ଲାଭ ପାଇବେ। ଭାଗୀଦାରି କାରବାରରେ ସାଥୀ ସହିତ କୌଣସି ବିଷୟକୁ ନେଇ ମତଭେଦ ହେବ। ଅଫିସ୍‌ରେ ବାତାବରଣ ଅନୁକୂଳ ରହିବ। ଆପଣ କରିଆସୁଥିବା ଭଲ କାମ ପାଇଁ ଦରମା ବୃଦ୍ଧି ବା ପୁରସ୍କାର ପାଇବେ। ବେକାରଙ୍କ ଲାଗି ନୂଆ ଚାକିରିର ସୁଯୋଗ ଆସିପାରେ। ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବାର ଅବସର ପାଇବେ। ଘରୋଇ ଜିନିଷପତ୍ର କିଣିବାରେ ଖର୍ଚ୍ଚ ଅଧିକ ହେବ। ଛାତ୍ରଛାତ୍ରୀ ଅଧ୍ୟୟନରେ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

କୁମ୍ଭ:ଆପଣଙ୍କର ଶକ୍ତି ବଢ଼ିବ। ଉଜ୍ଜ୍ବଳ ଭବି‌ଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ ଏବଂ କ୍ରିୟାନ୍ବିତ କରିବା ଲାଗି ପ୍ରୟାସ କରିବେ। ଜମି ସମ୍ବନ୍ଧୀୟ କାମରେ କୌଣସି ବଡ଼ ସଉଦା କରିବେ। ବାଣୀ ଉପରେ ସଂଯମ ରଖିବା ସହ ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। ଅଫିସ୍‌ରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ନୂଆ ଗାଡ଼ି କିଣିବା ଲାଗି ଆଗ୍ରହ ବଢ଼ିବ। ଜନ କଲ୍ୟାଣ କାର୍ଯ୍ୟ କରୁଥିବା ମହିଳାମାନେ ଉଚିତ ଆଦର ସମ୍ମାନ ପାଇବେ। ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ। ଛାତ୍ରଛାତ୍ରୀ ଯୋଗ୍ୟତାରୁ କୌଣସି ମହତ୍ତ୍ବପୂର୍ଣ୍ଣ ଉପଲବ୍ଧି ପାଇବେ। ବାହାରେ ମସଲାଯୁକ୍ତ ଖାଦ୍ୟ ବର୍ଜନ କରନ୍ତୁ।

ମୀନ:ଆପଣ ଖୁବ୍ ଆଗକୁ ବଢ଼ିବେ। ଆପଣଙ୍କ ସକାରାତ୍ମକ ଚିନ୍ତାଧାରା କାର୍ଯ୍ୟରେ ସହଯୋଗ କରିବ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ପୁଞ୍ଜି ବଜାର କ୍ଷେତ୍ରରେ ଥିବା ଲୋକ ନିବେଶ କରିବା ସମୟରେ ଧୈର୍ଯ୍ୟ ଧରି କାମ କରନ୍ତୁ। ଅଫିସ୍‌ରେ ଆପଣ କରିଆସୁଥିବା କଠିନ ପରିଶ୍ରମର ଫଳ ପାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ମହିଳାମାନେ ଉଚିତ ଆଦର ସମ୍ମାନ ପାଇବେ। ପାରିବାରିକ ଜୀବନରେ ଖୁସି ବଜାୟ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାରେ ଚେଷ୍ଟା କରିବେ। ଚାକିରି ପାଇଁ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ସନ୍ତୋଷଜନକ ଫଳ ପାଇବେ। ଦେହ ଓ ମନ ଭଲ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe