ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଆମ ନିକଟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

weekly horoscope

ମେଷ: ଜୀବନରେ ପରିବର୍ତ୍ତନ ଆପଣଙ୍କ ଲାଗି ଅନୁକୂଳ ରହିବ। ସମସ୍ତ କାମରେ ସଫଳ ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବାବେଳେ ଘରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ। ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ପଦୋନ୍ନତିର ଯୋଗ ରହିଛି। ରାଜନୀତିକ ଲୋକଙ୍କର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଗାଡ଼ି କିଣିବା ଲାଗି ପରିବାରର ପୂରା ସହଯୋଗ ପାଇବେ। ବନ୍ଧୁ ସହିତ ପ୍ରାକୃତିକ ଭରା ଅଞ୍ଚଳକୁ ଭ୍ରମଣରେ ଯିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ପାଇବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

ବୃଷ:କୌଣସି ସମସ୍ୟାର ସମାଧାନ କରିବା ପାଇଁ ଭାଗ୍ୟର ପୂରା ସହଯୋଗ ପାଇବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭବନ ନିର୍ମାଣ କରୁଥିବା ଲୋକ ନୂଆ କାମ ପାଇବେ। ଲୁଗା ବ୍ୟବସାୟୀ ବ୍ୟବସାୟର ବିସ୍ତାର କରିବେ। ଅଫିସ୍‌ରେ କରିଥିବା ଭଲ କାମ ପାଇଁ ସମ୍ମାନିତ ହେବେ। କୌଣସି ରଚନା ଓ ଲିଖନ କାର୍ଯ୍ୟ ସଂପୂର୍ଣ୍ଣ ହେବା ଯୋଗୁଁ ଖୁସି ଅନୁଭବ କରିବେ। ପରିବାରରେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ନିର୍ମିତ ହେବ। ଜୀବନସାଥୀ ସହିତ ନୂଆ ଜାଗାକୁ ଭ୍ରମଣରେ ଯାଇପାରନ୍ତି। ଶିକ୍ଷକ ଛାତ୍ରଛାତ୍ରୀଙ୍କର ସନ୍ଦେହ ଦୂର କରିବେ। ସ୍ବାସ୍ଥ୍ୟ ଭଲ ରହିବ।

ମିଥୁନ :ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ବ୍ୟବସାୟରେ ମନପ୍ରାଣ ଢ‌ାଳି କାମ କରିବେ ଏବଂ ପ୍ରଚୁର ଲାଭ ପାଇବେ। ବିବାଦଠାରୁ ଦୂରରେ ରହନ୍ତୁ। ଅଫିସ୍‌ରେ କିଛି ଏଭଳି କାମ କରିବେ ଯାହାଦ୍ବାରା ଆପଣଙ୍କର ପ୍ରଶଂସା ହେବ। କୌଣସି କାମରେ ରାଜ୍ୟ ବାହାରକୁ ଯିବାର ସୁଯୋଗ ପାଇବେ। ମହିଳାମାନଙ୍କର ଆଧ୍ୟାତ୍ମିକ ଭାବନା ବଢ଼ିବ। ପାରିବାରିକ ଜୀବନ ବହୁତ ଭଲ ରହିବ। ପ୍ରିୟଜନଙ୍କ ସହିତ ମଉଜ ମଜଲିସ କରିବା ପାଇଁ ବଢ଼ିଆ ଅବସର ପାଇବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍‌ କରିବା ଲାଗି ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟ ଠିକ୍ ଓ ସତେଜ ରହିବ।

କର୍କଟ:ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବାର ଅବସର ପାଇବେ। କ୍ୟାରିୟର୍‌ ମାମଲାରେ ସଠିକ୍ ବିଚାର କରିପାରନ୍ତି। ପୁଞ୍ଜି ବଜାରରେ ନିବେଶ କରିବାକୁ ଚାହୁଥିଲେ ବୁଝିଶୁଝି ନିବେଶ କରନ୍ତୁ। ଅଫିସ୍‌ରେ ପ୍ରତିଯୋଗିତା ଭଳି ସ୍ଥିତି ସୃଷ୍ଟି ହୋଇପାରେ। ଡାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ। ପାରିବାରିକ ଜୀବନ ସମୃଦ୍ଧ ଓ ଶାନ୍ତିପୂର୍ଣ୍ଣ ରହିବ। ସନ୍ତାନର ପ୍ରଗତି ହେତୁରୁ ମନ ଖୁସି ରହିବ। ଛାତ୍ରଛାତ୍ରୀ ଏକାନ୍ତ ଜାଗାରେ ଅଧ୍ୟୟନ କରନ୍ତୁ ମନ ଲାଗିବ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।

ସିଂହ :କୌଣସି କାମ କରିବା ପାଇଁ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ଅନୁକୂଳ ରହିବ। ଦୂରସ୍ଥାନକୁ ଯିବାର ଯୋଗ ରହିଛି। ଆପଣଙ୍କର ଖର୍ଚ୍ଚ ବଢ଼ିବା ହେତୁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇପାରିବେ। ଅଫିସ୍‌ରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ରହିବେ। ଚାକିରି ଖୋଜୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଭଲ ଉଦ୍ୟୋଗରୁ ସାକ୍ଷାତ୍‌କାର ପାଇଁ ଖବର ଆସିବ। ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଯେଉଁମାନଙ୍କର ବିବାହ କଥାବାର୍ତ୍ତା ଲାଗି ରହିଛି ସେମାନଙ୍କର ଫାଇନାଲ ହୋଇଯିବ। ବିଦ୍ୟାର୍ଥୀ କ୍ୟାରିୟର୍‌ ସମ୍ବନ୍ଧରେ ଶୁଭ ସୂଚନା ପାଇବେ।

କନ୍ୟା:ଭାଗ୍ୟ ଆପଣଙ୍କ ଉପରେ ଦୟାବାନ ରହିବ। ଭୁଲ୍‌ ପରାମର୍ଶ ଦେଉଥିବା ଲୋକଙ୍କ ଠାରୁ ଦୂରେଇ ରହନ୍ତୁ। ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବେ। ଆମଦାନି ବଢ଼ିବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଫିସ୍‌ରେ ଆପଣଙ୍କ କଥା ଓ କାମ କରିବା କୌଶଳ ଲୋକଙ୍କୁ ଖୁସି କରାଇବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବିଦେଶ ଯିବାର ଯୋଗ ରହିଛି। ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ସମ୍ମାନିତ ହୋଇପାରନ୍ତି। ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଶୁଭ। ପୁରୁଣା ରୋଗ ସମସ୍ୟା ବଢ଼ାଇପାରେ।

ତୁଳା :ଆପଣଙ୍କର ଏକାଗ୍ରତା ଓ ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। କୌଣସି ବ୍ୟକ୍ତିଙ୍କ ଠାରୁ କିଛି ନୂଆ କରିବା ପାଇଁ ପ୍ରେରଣା ପାଇବେ। ବ୍ୟବସାୟ ସଂପର୍କରେ ଯାତ୍ରା ଲାଭପ୍ରଦ ହେବ। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ କାମ କରୁଥିବା ଲୋକ ନୂଆ ପ୍ରୋଜେକ୍ଟ୍‌ ପାଇବେ। ପରିବାରରେ ଲୋକମାନଙ୍କର ଉତ୍ସାହ ବଜାୟ ରହିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। କୋର୍ଟକଚେରି ମାମଲାରେ ଚିନ୍ତା ବଢ଼ିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟାକରନ୍ତୁ। ଛାତ୍ରଛାତ୍ରୀ ପରିଶ୍ରମର ଫଳ ନିଶ୍ଚୟ ପାଇବେ। ମଧୁମେହ ରୋଗୀ ଆରାମ ପାଇବେ। ଭାବିଚିନ୍ତି ଭୋଜନ କରନ୍ତୁ। ଯେମିତି ଅନ୍ନ ସେମିତି ମନ ରହିବ।

ବିଛା :ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବାପାଙ୍କ କହିବା ମାର୍ଗରେ ଚାଲନ୍ତୁ ସଫଳତା ପାଇବେ। ସରାକରୀ ଚାକିରିଆଙ୍କ ଲାଗି ସମୟ ଠିକ୍ ରହିବ। ସଫ୍ଟୱେର୍‌ ଇଂଜିନିୟର୍‌ଙ୍କ ଲାଗି ବିଦେଶ କଂପାନିରୁ ଚାକିରି ସୁଯୋଗ ଆସିପାରେ। ଲେଖନ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭଲ ଅବସର ପାଇବେ। କୋର୍ଟକଚେରି ଫଇସଲା ଆପଣଙ୍କ ପକ୍ଷରେ ହେବ। ପରିବାର ସହିତ କୌଣସି ଧାର୍ମିକ ଯାତ୍ରାରେ ଯିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ। ତୈଳଯୁକ୍ତ ମସଲା ଖାଦ୍ୟ ବର୍ଜନ କରନ୍ତୁ। ଗାଡ଼ି ସାବଧାନତାର ସହ ଚଳାନ୍ତୁ।

ଧନୁ :ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ବହୁତ ଭଲ କରିବ। ଛୋଟଧରଣର କିଛି କାମ କରିବେ ଯାହା ଭବିଷ୍ୟତରେ ଯଥେଷ୍ଟ ଲାଭ ଦେବ। କୌଣସି ପ୍ରକାର ବଡ଼ ନିବେଶ କରିବା ପାଇଁ ଭାବୁଥିଲେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ଦରମା ବୃଦ୍ଧିହେବ। ଲେଖନ ଓ ପ୍ରକାଶନ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭଲ ଅବସର ପାଇବେ। ପାରିବାରିକ ଜୀବନ ଭଲ ରହିବ। ଘରେ କୌଣସି ବଡ଼ ଆୟୋଜନର ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ନିଜର ଜୀବନ ଶୈଳୀ ଓ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ।

ମକର :କଠିନ ପରିସ୍ଥିତିରେ କେହି ନା କେହି ଆପଣଙ୍କୁ ସାହାଯ୍ୟ ସହଯୋଗ କରିବେ। ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ଆପଣଙ୍କ ଲାଗି ଫଳପ୍ରଦ ରହିବ। ଚାକିରି ସମ୍ବନ୍ଧୀୟ ସବୁ ଇଚ୍ଛା ପୂରା ହେବ। ଦରମା ବୃଦ୍ଧି ସହ ପଦୋନ୍ନତି ମିଳିବ। ଅଭିନୟ କ୍ଷେତ୍ରରେ ରୁଚି ରଖୁଥିବା ଲୋକ ନୂଆ ଅବସର ପାଇବେ। ବୟସାଧିକ ବ୍ୟକ୍ତିମାନେ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ପାରିବାରିକ ସୁଖ ଯୋଗ ପ୍ରବଳ ରହିଛି। ଜୀବନସାଥୀ ସହିତ ପ୍ରାକୃତିକ ଭରା ଅଞ୍ଚଳକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀ ପାଠପଢ଼ାରେ ନିଜର ଦାୟିତ୍ବକୁ ଭଲଭାବେ ବୁଝିବେ। ସ୍ବାସ୍ଥ୍ୟ ବହୁତ ଭଲ ରହିବ।

କୁମ୍ଭ:ନୂଆ ଶକ୍ତି ଆପଣଙ୍କୁ ସଫଳତାର ନିକଟତର କରିବ। ନିଜ କାମରେ ମନ ଖୁବ୍ ସକାରାତ୍ମକ ରହିବ। ବ୍ୟବସାୟରେ ଲାଭ ପାଇଁ ଲୋକ ପାଇବେ। ଇଂଜିନିୟର୍‌ମାନେ କୌଣସି ଲକ୍ଷ୍ୟ ପୂରା କରିବେ। ଚାକିରି ଚେଷ୍ଟାରେ ଲାଗି ରହିଥିବା ବ୍ୟକ୍ତିମାନେ ସଫଳତା ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ, ଭବିଷ୍ୟତରେ ଆସିବାକୁ ଥିବା ଅଶାନ୍ତିରୁ ରକ୍ଷା ପାଇଯିବେ। ପାରିବାରିକ ବାତାବରଣ ସକାରାତ୍ମକ ରହିବ। ସ୍କୁଲ୍‌ରେ ଶିକ୍ଷକ ଆପଣଙ୍କ କାମରେ ଖୁସି ହେବେନାହିଁ। ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ବାହାର ଖାଦ୍ୟ ବର୍ଜନ କରନ୍ତୁ।

ମୀନ :ଚିନ୍ତା କରିଥିବା ସବୁ କାମ ଠିକ୍ ଭାବରେ କରିବେ। ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକଙ୍କୁ ପସନ୍ଦ ଆସିବ। କାରବାର କ୍ଷେତ୍ରରେ ଆପଣଙ୍କର ଲାଭ ହେବ। ଅଫିସ୍‌ରେ ନୂଆ ଦାୟିତ୍ବ ନେବାରେ ପଛଘୁଞ୍ଚା ଦିଅନ୍ତୁ ନାହିଁ। କୌଣସି ପୈତୃକ ସଂପତ୍ତି ଆପଣ ହାସଲ କରିବେ। ବୈବାହିକ ଜୀବନରେ କଟୁତା ଦୂର ହେବ। ଟଙ୍କାପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହେବ। ବନ୍ଧୁ ସହିତ ମିଶି କୌଣସି ମନୋରଞ୍ଜନ କାର୍ଯ୍ୟରେ ଅଂଶଗ୍ରହଣ କରିବାର ଅବସର ପାଇବେ। ଛାତ୍ରଛାତ୍ରୀଙ୍କୁ କୌଣସି ବିଶେଷ କ୍ଷେତ୍ରରେ ଲାଭ ହୋଇପାରେ। ସୁଷମ ଖାଦ୍ୟ ଭୋଜନ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe