ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଆମ ନିକଟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

weekly horoscope

ମେଷ:ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ବ୍ୟବସାୟ‌େର ବଡ଼ ଗୋଷ୍ଠୀ ସହିତ ଯୋଡ଼ିହେବାର ସୁଯୋଗ ପାଇବେ। ଆପଣ ଯେଉଁ କାମ କରି ଆସୁଛନ୍ତି ତା’ର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ମହିଳାମାନେ ସାମାଜିକ କାର୍ଯ୍ୟରେ ଆଗୁଆ ରହିବେ। କୃଷିଜୀବୀ କୃଷି ଉପକରଣ କିଣିବାରେ ଲାଭ ପାଇବେ। ପରିବାରର ସମସ୍ତଙ୍କ ସହିତ ସମ୍ବନ୍ଧ ଭଲ ରହିବ। ପିଲାଙ୍କ ପ୍ରୋଜେକ୍ଟରେ ଯଥେଷ୍ଟ ଖର୍ଚ୍ଚ କରିବେ।

ବୃଷ:ଅଯଥା କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ଟ୍ରାଭେଲ୍ ଏଜେନ୍ସି କ୍ଷେତ୍ରରେ ଥିବା ଲୋକଙ୍କର ଆୟ ଭଲ ହେବ। ଅଫିସ୍‌ ତରଫରୁ ବାହାରକୁ ଯିବାର ସୁଯୋଗ ପାଇବେ। କାହାରି ସହିତ ବନ୍ଧୁତା କରିବା ପୂର୍ବରୁ ତାଙ୍କ ବ୍ୟବହାରକୁ ଭଲଭାବେ ଜାଣନ୍ତୁ। ନୂଆ ଗୃହ ସଂପତ୍ତି କିଣିବା ଲାଗି ବିଚାର କରିବେ। ନବ ବିବାହିତ ଦମ୍ପତି ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ବିଦ୍ୟାର୍ଥୀ ପରିଶ୍ରମର ବହୁତ ଭଲ ପରିଣାମ ପାଇବେ।

ମିଥୁନ:ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପାଇବେ। ଆପଣଙ୍କ ସୃଜନାତ୍ମକ କାମରେ ଲୋକେ ପ୍ରଭାବିତ ହେବେ। କିଛି ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଆପଣଙ୍କର ସଂପର୍କ ହେବ। ବ୍ୟବସାୟର ଡିଲ୍ ପାଇଁ ଓଡ଼ିଶା ବାହାରକୁ ଯାଇପାରନ୍ତି। କଂପ୍ୟୁଟର୍‌ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ କାର୍ଯ୍ୟକ୍ଷେତ୍ର ବଢ଼ାଇବାରେ ବାଧା ଆସିପାରେ। ଆପଣଙ୍କୁ ଭଲ ଚାକିରି ମିଳିପାରେ, ଖୁବ୍ ଉନ୍ନତି କରିବେ। ଅବିବାହିତ ମହିଳାଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।

କର୍କଟ:ପରିଶ୍ରମ ଓ ସାମର୍ଥ୍ୟରେ କାର୍ଯ୍ୟକ୍ଷେତ୍ରରେ ବହୁତ କିଛି ପ୍ରାପ୍ତ କରିନେବେ। କ୍ରୋଧ ଓ ଅହଂକାର ଉପରେ ନିୟନ୍ତ୍ରଣ ରଖନ୍ତୁ। ଜମି କିଣିବା ଲାଗି ଯୋଜନା କରିପାରନ୍ତି। କୌଣସି ଶୁଭ ଖବର ମିଳିବା ଯୋଗୁଁ ଘରେ ଉତ୍ସବ ଭଳି ବାତାବରଣ ରହିବ। ପ୍ରେମୀଯୁଗଳଙ୍କ ଲାଗି ଭଲ ସମୟ। ଜଣଙ୍କର ଅନ୍ୟଜଣଙ୍କ ପ୍ରତି ମଧୁର ଭାବନା ବିକାଶ ହେବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ। ସ୍ବାସ୍ଥ୍ୟ ପୂର୍ବାପେକ୍ଷା ଭଲ ହେବ।

ସିଂହ :କିଛି ଉତ୍ତମ ପରିବର୍ତ୍ତନ ପାଇଁ ଚେଷ୍ଟା କରିବେ। ବ୍ୟବସାୟ ପାଇଁ ନୂଆ ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ଡିଲ୍ ଫାଇନାଲ୍‌ ହୋଇଯିବ। ଯଦି ଅଫିସ୍‌ରେ କିଛି ସମସ୍ୟା ଲାଗି ରହିଛି ତେବେ ଉପରିସ୍ଥ କର୍ମଚାରୀଙ୍କ ସହିତ କଥାବାର୍ତ୍ତା କରନ୍ତୁ ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ବରିଷ୍ଠ ନେତା ଆପଣଙ୍କ କାମର ପ୍ରଶଂସା କରିବେ। ଅଭିନୟ କ୍ଷେତ୍ରରେ ବ୍ୟକ୍ତିମାନେ କୌଣସି ବଡ଼ ସୁଯୋଗ ପାଇବେ।

କନ୍ୟା:ଏଭଳି ପରିସ୍ଥିତି ଠାରୁ ଦୂରରେ ରହନ୍ତୁ ଯେଉଁଥିରେ ଆପଣ ଅସୁବିଧା ଅନୁଭବ କରୁଛନ୍ତି। ଭାବନା ସକାରାତ୍ମକ କରି ରଖନ୍ତୁ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗରେ ଆପଣଙ୍କୁ ଲାଭ ପ୍ରାପ୍ତହେବ। ବହୁଦିନରୁ ବିକ୍ରି ହେଉ ନଥିବା ଜମି ଭଲ ଦାମରେ ବିକ୍ରି କରିପାରିବେ। ଅଫିସ୍‌ରେ ନୂଆକରି ଯୋଗ ଦେଇଥିବା କର୍ମଚାରୀଙ୍କ ସହିତ ବ୍ୟବହାର ଟିକେ ସହଜ ରଖନ୍ତୁ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।

ତୁଳା :ଆପଣଙ୍କ ବ୍ୟକ୍ତିତ୍ବକୁ ବିସ୍ତାରିତ କରିବା ଲାଗି ଚେଷ୍ଟା କରିବେ। କାମ ପ୍ରତି ଆପଣଙ୍କର ଖଟଣି ଆନନ୍ଦ ଆଣିଦେବ। ନୂଆ ଲୋକମାନଙ୍କ ସହିତ ସଂପର୍କ ଗଢ଼ିବେ। ବ୍ୟବସାୟରେ ନୂଆ ଗୋଷ୍ଠୀ ସହିତ ଯୋଡ଼ିହେବାର ବିଚାର କରିବେ। ଅଫିସ୍‌ରେ କୌଣସି କାମକୁ ନେଇ ବିଚାରବିମର୍ଶ କରିବାକୁ ପଡ଼ିପାରେ। ଖେଳାଳି ପ୍ରଶିକ୍ଷକଙ୍କଠାରୁ କିଛି ବିଶେଷ ଶିଖିବେ। ପଡ଼ୋଶୀ ଆପଣଙ୍କ ଶୁଭକାମରେ ସାହାଯ୍ୟ ସହଯୋଗ କରିବେ। ମହିଳାମାନେ ସୌନ୍ଦର୍ଯ୍ୟ ପ୍ରସାଧନ ଉପରେ ଖର୍ଚ୍ଚ କରିବେ।

ବିଛା:କିଛି ନୂଆ ଶିଖିବାର ସୁଯୋଗ ପାଇବେ। ବେପାରରେ ଆପଣ ଖୁବ୍ ଉନ୍ନତି କରିବେ। ଅଫିସ୍‌ରେ ବଡ଼ ଅଧିକାରୀମାନଙ୍କ ସହଯୋଗ ପାଇବା ଯୋଗୁଁ କାମ ସୁରୁଖୁରରେ କରିବେ। ଆପଣ ମନ ଚାହୁଥିବା କଂପାନିରେ ଚାକିରି ପାଇବା ଯୋଗୁଁ ଖୁସି ରହିବେ। କୋର୍ଟକଚେରିରେ ଲାଗି ରହିଥିବା ମକଦ୍ଦମା ଆପଣଙ୍କ ପକ୍ଷରେ ଆସିବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ପ୍ରିୟଜନଙ୍କ ସହିତ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି।

ଧନୁ :ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କ ସାଥ୍‌ ଦେବ। କୌଣସି ସମାରୋହରେ ଏଭଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ ସେ ଆପଣଙ୍କ ଲାଗି ବିଶେଷ ସାବ୍ୟସ୍ତ ହେବେ। କାରବାରରେ କିଛି ନୂଆ ଲୋକଙ୍କ ସହିତ ଯୋଡ଼ିହୋଇପାରନ୍ତି। ଜମିରେ ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ଭଲ ହେବ। ବେକାରଙ୍କ ଲାଗି ରୋଜଗାର ସୁଯୋଗ ଆସିବ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ପ୍ରିୟଜନଙ୍କଠାରୁ ଉପହାର ପାଇବେ।

ମକର :କୌଣସି ବିଶେଷ କାମ କରିବାକୁ ଚାହୁଥିଲେ ନିଶ୍ଚୟ କରନ୍ତୁ, ସଫଳ ହେବେ। ଅର୍ଥ ଚିନ୍ତା ଦୂର ହୋଇଯିବ। କାରବାର ବଢ଼ାଇବା ଲାଗି ମନରେ ନୂଆ ନୂଆ ବିଚାର ଆସିବ। ଅଫିସ୍‌ରେ ସହକର୍ମୀଙ୍କ ସହିତ ଭଲ ବ୍ୟବହାର ଆପଣଙ୍କ ସଫଳତାରେ ସହାୟକ ହେବ। କଳାକାରଙ୍କ ଲାଗି ସମୟ ବିଶେଷରୂପେ ଭଲ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସଫଳତା ଓ ଉଚ୍ଚ ପଦବି ମିଳିବା ଯୋଗ ରହିଛି। ବନ୍ଧୁ ସହିତ ସମ୍ବନ୍ଧ ଆହୁରି ମଜଭୁତ ହେବ।

କୁମ୍ଭ:ଏଭଳି ମାମଲାରେ ପଶନ୍ତୁ ନାହିଁ ଯେଉଁଥିରେ ଆପଣଙ୍କର କିଛି ନେବା ଓ ଦେବାର ନାହିଁ। ଯେଉଁମାନେ ମାଟି ବ୍ୟବସାୟ କରୁଛନ୍ତି ସେମାନଙ୍କ ଲାଗି ସମୟ ଲାଭପ୍ରଦ। ବିଦେଶରେ ଚାକିରି ଆଶାୟୀଙ୍କ ପାଇଁ ସମୟ ଭଲ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ନିଜର ଯୋଗ୍ୟତା ପାଇଁ ସମ୍ମାନିତ ହେବେ। ପାରିବାରିକ ଜୀବନ ସକାରାତ୍ମକ ରହିବ। ପରିବାରରେ କିଛି ପରିବର୍ତ୍ତନ ଦେଖିବାକୁ ପାଇବେ। ସଙ୍ଗୀତ ଛାତ୍ରଛାତ୍ରୀ ନୂଆ ଅବସର ପାଇବେ। ଶରୀର ସୁସ୍ଥ ରହିବ।

ମୀନ :ଆପଣଙ୍କର ସୃଜନଶୀଳତା ବୃଦ୍ଧି ହେବ। ଶୁଭ କାର୍ଯ୍ୟରେ ଖର୍ଚ୍ଚ କରିବେ। ବେପାର ସଂପର୍କିତ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ତଦ୍ଦ୍ବାରା ଆପଣଙ୍କର ଆୟର ଉତ୍ସ ଖୋଲିବ। ଚାକିରିଜୀବୀଙ୍କ ଲାଗି ଲାଭର ସ୍ଥିତି ସୃଷ୍ଟି ହେବ। ଅଫିସ୍‌ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଖେଳକୁଦ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଲାଭର ସୁଯୋଗ ପାଇବେ। ପରିବାର ଲୋକଙ୍କ ମଧ୍ୟରେ ସୌହାର୍ଦ୍ଦ ବଢ଼ିବ। ଜୀବନସାଥୀ ଆପଣଙ୍କୁ ଦେଇଥିବା ବଚନ ପୂରା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe