ମେଷ:ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକମାନଙ୍କୁ ପ୍ରଭାବିତ କରିବ। ବିଶେଷ କାମ କରିବାକୁ ଚାହୁଥିଲେ, ନିଶ୍ଚୟ କରନ୍ତୁ, ସଫଳ ହେବେ। ବେପାରରେ ଯଥେଷ୍ଟ ଲାଭ ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ଭଲରହିବ। ଅଫିସ୍ରେ ନୂଆ କାମ ମିଳିପାରେ। ବିରୋଧୀଙ୍କ ସହ ଲାଗିରହିଥିବା ବିବାଦ ସମାପ୍ତ ହୋଇଯିବ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକ ନୂଆ ସନ୍ଧାନରେ ବଡ଼ ସଫଳତା ପାଇବେ। କୋର୍ଟ କଚେରି ମାମଲାରେ ସଫଳତା ପାଇପାରନ୍ତି।
ବୃଷ:ଜୀବନରେ ଖୁସି ଆସିବ। ଯେଉଁ ଲକ୍ଷ୍ୟ ନିର୍ଦ୍ଧାରିତ କରିଛନ୍ତି ତା’ର ନିକଟରେ ପହଞ୍ଚି ଯାଇପାରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ସରକାରୀ ଚାକିରିଆଙ୍କର କାମ ବୋଝ ବଢ଼ିପାରେ। ପୈତୃକ ସମ୍ପତ୍ତି ହାସଲ ହେବ। ସାହିତ୍ୟିକ ସାହିତ୍ୟ ବା କବିତା ଲେଖିପାରନ୍ତି। ସାଙ୍ଗସାଥୀ ମେଳରେ ଆପଣଙ୍କ ବ୍ୟକ୍ତିତ୍ବ ନିଆରା ରହିବ। ବଜେଟ୍ ପ୍ରତି ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନ ସକାରାତ୍ମକ ରହିବ।
ମିଥୁନ :ଉଚ୍ଚବର୍ଗର ଲୋକଙ୍କ ସହିତ ସଂପର୍କ ହେବ। ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ପୂର୍ବରୁ କରିଥିବା ନିବେଶରୁ ଭଲ ଲାଭ ପାଇବେ। ଚାକିରିଜୀବୀଙ୍କ ଲାଗି ସମୟ ଭଲ। ଅଧିକାରୀବର୍ଗ ଆପଣଙ୍କ କାମର ପ୍ରଶଂସା କରିବେ। ଶତ୍ରୁ ଆପଣଙ୍କ ପ୍ରଭାବରେ ଦବି ରହିବେ। ନେତାଙ୍କ ଲାଗି ସମୟ ଭଲ। କାମର ବ୍ୟସ୍ତତା ଅଧିକ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭାଇଭଉଣୀଙ୍କ ସହିତ ଭଲ ଜାଗାକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କର୍କଟ:ଆପଣଙ୍କ ଭିତରେ ଦୃଢ଼ ଆତ୍ମବିଶ୍ବାସ ରହିବ। ନୂଆ ବିଚାରରେ କାମ କରି ଯଥେଷ୍ଟ ଲାଭ ପାଇବେ। ବ୍ୟବସାୟ କାମରେ ଅନ୍ୟ ରାଜ୍ୟକୁ ଯିବେ। ଅଫିସ୍ରେ କାମ ବୋଝ ଅଧିକ ରହିପାରେ। କାହାରି ଉପରେ ରାଗିଲେ, ଅସୁବିଧାରେ ପଡ଼ି ଯାଇପାରନ୍ତି। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଲାଗି ଭଲ କମ୍ପାନିରୁ ସାକ୍ଷାତ୍କାର ଲାଗି ଫୋନ୍ ଆସିପାରେ। କୃଷିଜୀବୀଙ୍କୁ ଧନଲାଭ ହେବ। ପରିବାରରେ ସମସ୍ତଙ୍କ ସହିତ ସମ୍ବନ୍ଧ ଭଲ ରହିବ।
ସିଂହ :ସବୁ କଷ୍ଟ ନିବାରଣ ହେବ। ପରିଶ୍ରମ ବଳରେ ସଫଳତା ପାଇବେ। ଟ୍ରାଭେଲ୍ ଏଜେନ୍ସି କ୍ଷେତ୍ରରେ ଥିବା ଲୋକଙ୍କର ଭଲ ଆୟ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ସରକାରୀ ଚାକିରିଆଙ୍କର ପଦୋନ୍ନତି ଯୋଗ ଅଛି। ଚାକିରି ଖୋଜୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଚାକିରି ମିଳିବା ଯୋଗ ରହିଛି। ପାଖଲୋକ କିଛି ସମସ୍ୟା ସୃଷ୍ଟି କରିପାରନ୍ତି। ସାମାଜିକ ସଂଗଠନ କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପଦ ପ୍ରତିଷ୍ଠା ବୃଦ୍ଧି ହେବ।
କନ୍ୟା:କଥା କହିବା ଶୈଳୀରେ ଲୋକମାନଙ୍କୁ ପ୍ରଭାବିତ କରିବେ। ଉନ୍ନତିର କୌଣସି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ବେପାର ସଂପର୍କିତ ଗୋପନ କଥା କାହାରିକୁ ଜଣାନ୍ତୁ ନାହିଁ। ଆର୍ଥିକ ସ୍ଥିତିରେ ସ୍ଥିରତା ବଜାୟ ରହିବ। ଚାକିରିରେ ପଦୋନ୍ନତି ସହ ବଦଳି ହେବାର ସମ୍ଭାବନା। ଚାକିରି ଖୋଜୁଥିବା ବ୍ୟକ୍ତିବିଶେଷଙ୍କୁ ଭଲ ଚାକିରି ମିଳିପାରେ। ଖୁବ୍ ଉନ୍ନତି କରିବେ। କୌଣସି ଧାର୍ମିକ କାର୍ଯ୍ୟ କରିବାର ସୁଯୋଗ ପାଇବେ।
ତୁଳା :ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ଯିବ। ଯେଉଁ କାମ ଦୀର୍ଘଦିନରୁ ସଂପୂର୍ଣ୍ଣ କରିବାକୁ ଭାବୁଛନ୍ତି ତାହା କୌଣସି ବ୍ୟକ୍ତିଙ୍କ ମାଧ୍ୟମରେ ପୂରା ହୋଇଯିବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହୋଇପାରେ। ଜମି କିଣିବା ଲାଗି ଯୋଜନା କରିପାରନ୍ତି। ଗଣମାଧ୍ୟମ କ୍ଷେତ୍ରରେ ଥିବା ବ୍ୟକ୍ତି ଆଗକୁ ବଢ଼ିବାର ସୁଯୋଗ ପାଇବେ। ଲେଖକ ନୂଆ ରଚନା ଆରମ୍ଭ କରିବେ। ପାରିବାରିକ ଜୀବନ ସୁଖମୟ ରହିବ।
ବିଛା :ଯୋଜନା ପ୍ରସ୍ତୁତ କରିବା ଲାଗି ସମୟ ଅନୁକୂଳ। ସଂଘର୍ଷରେ ସଫଳ ନିଶ୍ଚୟ ହେବେ। ବ୍ୟବସାୟରେ କୌଣସି ବଡ଼ ସଉଦା ଫାଇନାଲ୍ ହୋଇପାରେ। ଘରୋଇ ସଂସ୍ଥାରେ ଚାକିରି କରୁଥିବା ଲୋକଙ୍କର ଦରମା ବୃଦ୍ଧି ଯୋଗ ଅଛି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ବରିଷ୍ଠ ନେତା ଆପଣଙ୍କ କାମର ପ୍ରଶଂସା କରିବେ। ଅଭିନୟ କ୍ଷେତ୍ରରେ ଥିବା ଲୋକ କୌଣସି ବଡ଼ ସୁଯୋଗ ପାଇବେ। ପାରିବାରିକ ବାତାବରଣ ଆନନ୍ଦମୟ ରହିବ।
ଧନୁ :ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା ନକରି ପରିଶ୍ରମ କରନ୍ତୁ। ଧନଲାଭର ନୂଆ ମଉକା ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ବହୁ ବର୍ଷରୁ ବିକ୍ରି ହେଉନଥିବା ଜମି ଭଲ ଦାମରେ ବିକ୍ରି ହୋଇଯିବ। ନୂଆ କାରବାରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ମୁରବିଙ୍କର ପରାମର୍ଶ ନିଅନ୍ତୁ। ଅଫିସ୍ରେ କରି ଆସୁଥିବା କାମକୁ ନେଇ ଆପଣଙ୍କର ପ୍ରଶଂସା ହେବ। କୋର୍ଟକଚେରି ମାମଲାରେ କୌଣସି ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ନେବା ଉଚିତ ହେବ।
ମକର :ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ପୂର୍ବରୁ କରିଥିବା ଯୋଜନା କାହାରିକୁ ଜଣାନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ବାପା, ବଡ଼ଭାଇଙ୍କ ସହଯୋଗରେ ନୂଆ ବେପାର ଆରମ୍ଭ କରିବାକୁ ଭାବି ପାରନ୍ତି। ଅଫିସ୍ରେ ସଭିଏଁ ଆପଣଙ୍କ ଉପରେ ଖୁସି ରହିବେ। ପ୍ରଶିକ୍ଷକଙ୍କଠାରୁ ଖେଳାଳି ବିଶେଷ କିଛି ଶିଖିବେ। କୋର୍ଟକଚେରି ମାମଲାରେ ଭଲ ଖବର ପାଇବେ। ପାରିବାରିକ ଜୀବନରେ ଉତ୍ସାହର ବାତାବରଣ ରହିବ।
କୁମ୍ଭ:ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। କୌଣସି କାମରେ ଭଲ ପ୍ରଦର୍ଶନ ଦେବା ପାଇଁ କିଛି ନୂଆ କରିବେ। ଶତ୍ରୁ ଆପଣଙ୍କ ଲାଗି ଯେତେ ସମସ୍ୟା ସୃଷ୍ଟି କରିବେ ସେତେ ଲାଭ ଓ ସମ୍ମାନ ପାଇବେ। ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସମ୍ପର୍କୀୟଙ୍କ ସହିତ ଫୋନ୍ରେ କଥା ହେବାବେଳେ ଏଭଳି କିଛି କହନ୍ତୁ ନାହିଁ ଯଦ୍ଦ୍ବାରା ଅଶାନ୍ତି ବଢ଼ିବ। ଅଫିସ୍ରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହିତ ବଚସା ହୋଇପାରେ।
ମୀନ :ଆପଣଙ୍କ ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ସୂତ୍ର ବାହାରିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଅଫିସ୍ରେ ଉପରିସ୍ଥ କର୍ମଚାରୀଙ୍କୁ ନିଜର ଅସୁବିଧା ଜଣାନ୍ତୁ, ସହଯୋଗ ପାଇବେ। ବୈବାହିକ ତଥା ପ୍ରେମ ସମ୍ବନ୍ଧରେ ମଧୁରତା ରଖିବା ଲାଗି ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ। ଘରେ ପୂଜାପାଠ ଆୟୋଜନ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପରିଣାମ ପାଇବେ।
Follow Us