ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

weekly horo

ମେଷ:ଭବିଷ୍ୟତ ଲାଗି କୌଣସି ବିଶେଷ ନିର୍ଣ୍ଣୟ ନେବେ। ବେପାର ବଣିଜ କାମରେ ଦୂରସ୍ଥାନକୁ ଯିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଅଫିସ୍‌ରେ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ କିଛି ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ। ଚାକିରି ଖୋଜୁଥିବା ବ୍ୟକ୍ତି ଭଲ ଜାଗାରେ ଚାକିରି ପାଇବେ। ବୟସାଧିକ ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। କିଛି ଲୋକ ଆପଣଙ୍କ କାମରେ ଅସହମତ ହୋଇପାରନ୍ତି।

ବୃଷ:ଜୀବନରେ ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। କାର୍ଯ୍ୟକ୍ଷେତ୍ରରେ ନୂଆ ଲୋକଙ୍କ ସହଯୋଗ ପାଇବେ। ଈଶ୍ବରଙ୍କ ପ୍ରତି ଆସ୍ଥା ବଢ଼ିବ। ଅଫିସ୍‌ କାର୍ଯ୍ୟରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ସରକାରୀ ଚାକିରିଆଙ୍କର ମନପସନ୍ଦ ଜାଗାକୁ ବଦଳି ହେବାର ସମ୍ଭାବନା ରହିଛି। ଓକିଲଙ୍କ ଲାଗି ସମୟ ଭଲ। ଘରର କୌଣସି ପରିବର୍ତ୍ତନ ପାଇଁ ନିର୍ଣ୍ଣୟ ନେଇ ପାରନ୍ତି। ପ୍ରିୟଜନଙ୍କ ସହିତ ବାହାରକୁ ଭ୍ରମଣରେ ଯିବା ଯୋଜନା କରିବେ।

ମିଥୁନ :ଆପଣଙ୍କ ଭାବନା ସକାରାତ୍ମକ ରହିବ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ। ତେଜରାତି ଦୋକାନୀଙ୍କର ଯଥେଷ୍ଟ ଲାଭ ହେବ। ଟଙ୍କାପଇସା ନେବା ଦେବା‌ ‌ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହେବ। ଲେଖକଙ୍କ ଲାଗି ସମୟ ଭଲ। ନୂଆ କାହାଣୀ ଲେଖିବା ଲାଗି ମନରେ ନୂଆ ବିଷୟ ଆସିବ। ଜମି ସଂପର୍କିତ ମାମଲା ସମାଧାନ ହୋଇଯିବ।

କର୍କଟ:ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚ ରହିବ। ଆମଦାନି ବଢ଼ାଇବା ଲାଗି କୌଣସି ନୂଆ ଯୋଜନା ମସ୍ତିଷ୍କରେ ଆସିବ। କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ସରକାରୀ କର୍ମଚାରୀ କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସମ୍ମୁଖୀନ ହେବେ। ଚାକିରି ଖୋଜୁଥିବା ଲୋକ ଭଲ ଚାକିରି ପାଇବେ। କୋର୍ଟକଚେରି ମାମଲାରେ ଭଲ ଖବର ପାଇବେ। ମହିଳାଙ୍କର କଳା ସାହିତ୍ୟ କ୍ଷେତ୍ରରେ ଅଧିକ ମନ ଲାଗିବ।

ସିଂହ :ପ୍ରଗତିରେ ଲାଗି ରହିଥିବା ବାଧା ଦୂର ହେବ। ବିଶେଷ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇ ପାରନ୍ତି। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଅବସର ପାଇବେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଅଫିସ୍‌ରେ ଏକ ସଙ୍ଗରେ ଅନେକ ପ୍ରକାର କାମ ହାତକୁ ନେଇ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି। ସହକର୍ମୀଙ୍କ ସହିତ ବଚସା ହୋଇପାରେ। ନିର୍ମାଣ କାର୍ଯ୍ୟ କରୁଥିବା ଲୋକ ନୂଆ ପ୍ରୋଜେକ୍ଟ ପାଇବେ। ଲୋକେ ଆପଣଙ୍କ ବ୍ୟକ୍ତିତ୍ବରେ ଖୁସି ରହିବେ।

କନ୍ୟା:ବ୍ୟବସାୟରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଧନଲାଭର କିଛି ମଉକା ପାଇବେ। ବାଦବିବାଦ ଠାରୁ ଦୂରେଇ ରହନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବଡ଼ ନେତାଙ୍କ ସହିତ ମିଶିବାର ଅବସର ପାଇବେ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କର କିଛି ଆଶା ପୂରଣ ହେବ। କୋର୍ଟକଚେରି ମାମଲା ଆପଣଙ୍କ ପକ୍ଷରେ ଆସିବ। ସୋସିଆଲ୍‌ ମିଡ଼ିଆରେ ବନ୍ଧୁ ସଂଖ୍ୟା ବଢ଼ିବେ। ଆଧ୍ୟାତ୍ମିକତାରେ ମନକୁ ଅଧିକ ଶାନ୍ତ ରଖିବା ପାଇଁ ଚେଷ୍ଟା କରିବେ।

ତୁଳା :ଜୀବନରେ ଲାଗି ରହିଥିବା ସବୁ ସମସ୍ୟାର ସମାଧାନ ବାହାରିବ। ସଂପତ୍ତି ବଢ଼ାଇବା ଲାଗି ଯୋଜନା ସଫଳ ହେବ। ନିବେଶ ମାମଲାରେ ନୂଆ ପରାମର୍ଶ ପାଇବେ। ଚାକିରିଜୀବୀ ଅଧିକ ଦାୟିତ୍ବ ବହନ କରିବା ଯୋଗୁଁ ଅଫିସରେ ଅଧିକ ସମୟ ରହିବେ। ଶତ୍ରୁପକ୍ଷ ଆପଣଙ୍କ ପ୍ରଭାବରେ ହାଲିଆ ରହିବେ। ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ଘରେ କୌଣସି ଧାର୍ମିକ କାର୍ଯ୍ୟ ଅାୟୋଜନ କରିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।

ବିଛା :କିଛି ଲୋକ ଜାଣିଶୁଣି ଆପଣଙ୍କ କାମରେ ବାଧା ସୃଷ୍ଟି କରିପାରନ୍ତି। ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ଦୁଇ ତିନିଜଣଙ୍କ ମତାମତ ନିଅନ୍ତୁ। ପରିଶ୍ରମ ବଳରେ ନିଜ କାମ ପୂରା କରିବାରେ ସଫଳ ହେବେ। ବାହାର ବ୍ୟକ୍ତିଙ୍କ ଦ୍ବାରା ବେପାରରେ ଲାଭ ହେବ। ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ପିଲାଙ୍କ ସ୍ବପ୍ନ ସାକାର ପାଇଁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଅଛି।

ଧନୁ :କ୍ୟାରିୟର୍‌ ସମ୍ବନ୍ଧରେ କ୍ଷମତାଠାରୁ ଅଧିକ ଦାୟିତ୍ବ ବହନ କରିବେ। ଅନ୍‌ଲାଇନ୍‌ ବ୍ୟବସାୟୀମାନେ ବଡ଼ ଅର୍ଡ଼ର ପାଇବେ। ଅଚାନକ କିଛି ଖର୍ଚ୍ଚ ଆପଣଙ୍କ ସାମନାକୁ ଆସିବ। ଅର୍ଥ ମାମଲାକୁ ନେଇ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଆଶା କରିଥିବା ଜାଗାରେ ଚାକିରି ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ। ଜୀବନସାଥୀର ଭାବନାକୁ ବୁଝିବାରେ ବହୁ ପରିଣାମରେ ସଫଳତା ମିଳିପାରେ।

ମକର :ସକାରାତ୍ମକ ଭାବନା ହିତକର ସାବ୍ୟସ୍ତ ହେବ। ଯେଉଁ କାମ କରିବା ପାଇଁ ଚିନ୍ତା କରିଛନ୍ତି ଅଧିକ ପରିଶ୍ରମ ଓ ଏକାଗ୍ରତା ସହିତ ସଂପୂର୍ଣ୍ଣ କରିବେ। ଅନ୍ୟ ରାଜ୍ୟ ବା ବିଦେଶ ଯିବାର ଯୋଜନା କରିବେ। ବ୍ୟବସାୟ କରୁଥିବା ମହିଳାମାନେ ପରିବାର ଓ ବ୍ୟବସାୟ ମଧ୍ୟରେ ତାଳମେଳ ବଜାୟ ରଖିବେ। ଇଂଜିନିୟରଙ୍କ ଲାଗି କୌଣସି କଂପାନିରୁ ଚାକିରି ପାଇଁ ଡାକରା ଆସିବ। ପରିବାର ସହିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବେ। ନିଜର ସମସ୍ୟା ସାଙ୍ଗ ବା ବନ୍ଧୁଙ୍କୁ କହିବେ।

 କୁମ୍ଭ:ନିକଟ ସଂପର୍କୀୟ ଭଲ ପରାମର୍ଶ ଦେବେ। କ୍ୟାରିୟର୍‌ରେ ସଫଳତା ପାଇବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଅଫିସ୍‌ରେ କାମ ବୋଝ ଅଧିକ ହେବ ଓ ତାକୁ ସୁଚାରୁରୂପେ ତୁଲାଇ ପାରିବେ। ସରକାରୀ ମାମଲାରେ ଦଖଲ ଦେଲେ ଅଶାନ୍ତିକୁ ଆମନ୍ତ୍ରଣ କରିବେ। ନୂଆ ଗାଡ଼ି ବା ଜମି କିଣିବେ। ପରିବାରରେ ସମସ୍ତଙ୍କ ବ୍ୟବହାର ସକାରାତ୍ମକ ରହିବ।

ମୀନ :ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। କ୍ୟାରିୟର୍‌ ସଜାଡ଼ିବା ପାଇଁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ। ଭାଗୀଦାରିରେ କୌଣସି ଡିଲ୍ କରିବା ଲାଭଦାୟକ ହେବ। ମିଡିଆ କର୍ମୀମାନେ କାମ ପାଇଁ ଭଲ ସୁଯୋଗ ପାଇବେ। କୋର୍ଟକଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଲେଖନ ଓ ପ୍ରକାଶନ କ୍ଷେତ୍ରରେ ଥିବା ଲୋକ ଭଲ ସୁଯୋଗ ପାଇବେ। କୌଣସି ବିଶେଷ ବିଷୟରେ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିବେ।

horoscope 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe