ବେଆଇନ କରତକଳ ଜବତ, ମାଲିକ ଫେରାର

Advertisment

ବଲାଙ୍ଗୀର ଜିଲ୍ଳା ପାଟଣାଗଡ଼ ଓ ପଦ୍ମପୁର ଉପଖଣ୍ଡର ସୀମା ନିକଟରେ ଏକ ବେଆଇନ କରତକଳ ଠାବ କରାଯାଇ ବିଭିନ୍ନ ସାମଗ୍ରୀ ସହ ସାଗୁଆନ କାଠ ଜବତ୍ କରାଯାଇଛି। ଏହି ଚଢ଼ଉ ପରେ କରତକଳର ମାଲିକ ଫେରାର ଅଛନ୍ତି।

ବଲାଙ୍ଗୀର ଜିଲ୍ଳା ପାଟଣାଗଡ଼ ଓ ପଦ୍ମପୁର ଉପଖଣ୍ଡର ସୀମା ନିକଟରେ ଏକ ବେଆଇନ କରତକଳ ଠାବ କରାଯାଇ ବିଭିନ୍ନ ସାମଗ୍ରୀ ସହ ସାଗୁଆନ କାଠ ଜବତ୍ କରାଯାଇଛି। ଏହି ଚଢ଼ଉ ପରେ କରତକଳର ମାଲିକ ଫେରାର ଅଛନ୍ତି।

patnagarh

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଳା ପାଟଣାଗଡ଼ ଓ ପଦ୍ମପୁର ଉପଖଣ୍ଡର ସୀମା ନିକଟରେ ଏକ ବେଆଇନ କରତକଳ ଠାବ କରାଯାଇ ବିଭିନ୍ନ ସାମଗ୍ରୀ ସହ ସାଗୁଆନ କାଠ ଜବତ୍ କରାଯାଇଛି। 

ପାଟଣାଗଡ଼, ଖପ୍ରୋଖୋଲ ତଥା ହରିଶଙ୍କର ଓ ପଦ୍ମପୁର ରେଞ୍ଜର ପୋର୍ଡରରେ ଥିବା ହରିଶଙ୍କରରେଞ୍ଜ ଅଧିନରେ ଥିବା ଟେଙ୍ଗରାପଥର ଗ୍ରାମର ଜଙ୍ଗଲରେ ଏକ ବେଅଇନ କରତକଳ ଚାଲୁଥିବା ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ ଚଢଉ କରିଥିଲେ। ସେଠାରୁ ବେଆଇନ ଭାବେ ଚାଲୁଥିବା କରତକଳର ବିଭିନ୍ନ ସାମଗ୍ରୀ ଜବତ କରା ଯାଇଥିବା ସହ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ୍ କରି ଆଣିଥିବା ଜଣାପଡ଼ିଛି।

ବନ ବିଭାଗର କର୍ମଚାରୀ ଆସୁଥିବା ନେଇ ସୂଚନା ପାଇ ବେଆଇନ କରତକଳର ମାଲିକ ଫେରାର ମାରିଥିବା ଜଣାପଡ଼ିଛି। ତେବେ ଏହି ବେଆଇନ କରତକଳକୁ ନେଇ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନଥିବା ଜଣାପଡ଼ିଛି।  

Balangir

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe