କୋଭାକ୍ସିନର ଦ୍ବିତୀୟ ଡୋଜ ନେବା ପରେ ୦.୦୪% ଏବଂ କୋଭିସିଲ୍ଟ ନେବା ପରେ ୦.୦୩% ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି: କେନ୍ଦ୍ର

Advertisment
କୋଭାକ୍ସିନର ଦ୍ବିତୀୟ ଡୋଜ ନେବା ପରେ ୦.୦୪%  ଏବଂ କୋଭିସିଲ୍ଟ ନେବା ପରେ ୦.୦୩% ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି: କେନ୍ଦ୍ର

indiatoday

ନୂଆଦିଲ୍ଲୀ: କୋଭାକ୍ସିନର ଦ୍ୱିତୀୟ ଡୋଜ ଗ୍ରହଣ କରିଥିବା ପ୍ରାୟ ୦.୦୪% ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ସହ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ନେବା ପରେ ୦.୦୩% ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ସଂକ୍ରମଣ ବିଷୟରେ ଏହି ତଥ୍ୟ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ପ୍ରକାଶ କରାଯାଇଛି। ଟିକାକରଣର ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ ଗ୍ରହଣ କରିବାର ଅନେକ ଦିନ ପରେ ଯେଉଁମାନେ କରୋନା ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ତଥ୍ୟ ଦେଇଛି ଆଇସିଏମ୍ଆର।

ତଥ୍ୟରେ କୁହାଯାଇଛି ଯେ,  ଟିକା ନେବା ପରେ ୧୦,୦୦୦ଲୋକଙ୍କ ମଧ୍ୟରୁ ମାତ୍ର ୨-୪ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। କୋଭିସିଲ୍ଡର ପ୍ରାୟ ୭୦ପ୍ରତିଶତ ପ୍ରଭାବ ଥିବାବେଳେ କୋଭାକ୍ସିନ୍ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପ୍ରାୟ ୮୧ ପ୍ରତିଶତ ମଧ୍ୟବର୍ତ୍ତୀକାଳୀନ କାର୍ଯ୍ୟକାରିତା ପ୍ରଦର୍ଶନ କରିଥିବା ଜଣାଯାଇଛି। ଟିକାକରଣ ପରେ କରୋନା ଆକ୍ରାନ୍ତ ସଂଖ୍ୟା କମ ହେବା ସହ ମୃତ୍ୟୁସଂଖ୍ୟା କମ ହେଉଥିବା ଆଇସିଏମଆର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe