News Munite
ନୂଆଦିଲ୍ଲୀ: ବିଭିନ୍ନ ଭାରତୀୟ ବ୍ୟାଙ୍କ୍ର ଡେବିଟ୍ ଓ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ୧.୩ ମିଲିୟନ୍ କାର୍ଡଧାରୀ ଏବେ ବିପଦରେ। ବିଭିନ୍ନ ଭାରତୀୟ ବ୍ୟାଙ୍କର ୧.୩ ମିଲିୟନ ଡେବିଟ୍ ଓ କ୍ରେଡିଟ୍ କାର୍ଡର ‘ଡିଟେଲ୍’କୁ ହ୍ୟାକରମାନେ ହ୍ୟାକ୍ କରିନେବା ସହ ଏହାକୁ ଡାର୍କ ୱେବ୍ ଜରିଆରେ ଖୋଲା ବିକ୍ରୟ କରୁଛନ୍ତି। ଜେଡ୍ଡିନେଟ୍ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଏହି ରିପୋର୍ଟ ଅନୁଯାୟୀ ଏହି ସବୁ କାର୍ଡରେ ଉପଲବ୍ଧ ଥିବା ୧୩୦ ମିଲିୟନ ଡଲାର ମୂଲ୍ୟର ଅର୍ଥରାଶି ସାଇବର ଅପରାଧୀମାନଙ୍କୁ ହାତକୁ ଚାଲିଯିବାର ସମ୍ଭାବନା ଓ ଆଶଙ୍କା ସୃଷ୍ଟି ହୋଇଛି। ହ୍ୟାକରମାନେ ୯୨୦ କୋଟି ବିନିମୟରେ ଏହି ସବୁ ତଥ୍ୟକୁ ଡାର୍କ ୱେବ୍ ଜରିଆରେ ସାଇବର ଅପରାଧୀମାନଙ୍କୁ ବିକ୍ରୟ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି।
Zee News Indiaସାଇବର ସୁରକ୍ଷା ଉପରେ ଗବେଷଣା ଚଲାଇଥିବା ଗ୍ରୁପ୍-ଆଇବିଏ ମଧ୍ୟ ଏକାଧିକ ଭାରତୀୟ ବ୍ୟାଙ୍କ୍ର ଡେବିଟ୍ ଓ କ୍ରେଡିଟ୍ କାର୍ଡଧାରୀ ମାନଙ୍କର ‘ଡିଟେଲ୍’ ଏବେ ନିଲାମୀ ଜରିଆରେ ବିକ୍ରୟ ହେଉଥିବା ଜାଣିବାକୁ ପାଇଛି। ଏଥିରେ ଏକାଧିକ ଭାରତୀୟ ବ୍ୟାଙ୍କର ଡେବିଟ୍ ଓ କ୍ରେଡିଟ୍ କାର୍ଡଧାରୀ ଗ୍ରାହକଙ୍କ ‘ଡିଟେଲ’ ରହିଛି। ଗୋଟିଏ ଗୋଟିଏ ବ୍ୟାଙ୍କ୍ର ତଥ୍ୟ ୧୦୦ ଡଲାର ମୂଲ୍ୟରେ ନିଲାମ କରାଯାଉ ଥିବା କହିଛି ଏହି ସଂସ୍ଥା।
Follow Us