ଘର ପାଣି ଟାଙ୍କିରୁ ମିଳିଲା ଏକକୋଟି ଟଙ୍କା: ଭିଡିଓ ଦେଖନ୍ତୁ

Advertisment
ଘର ପାଣି ଟାଙ୍କିରୁ ମିଳିଲା ଏକକୋଟି ଟଙ୍କା: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଦମୋହରେ ରାୟ ବ୍ରଦର୍ସଙ୍କ ଘରେ ଆୟକର ବିଭାଗ କରିଥିବା ଚଢ଼ାଉକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଆୟକର ବିଭାଗର ଅଧିକାରୀମାନେ ଚଢ଼ାଉ ସମୟରେ ପାଣି ଟାଙ୍କିରୁ ମିଳିଥିବା ଟଙ୍କା ଶୁ୍ଖାଉଥିବା ଦେଖିବାକୁ ମିଳିଛି।

ଗତ ଗୁରୁବାର ସକାଳ ପାଞ୍ଚଟା ବେଳେ ଆୟକର ବିଭାଗର ୨୦୦ ଅଧିକାରୀ ଏବଂ କର୍ମଚାରୀ ୪୦ ଟି ଗାଡିରେ ଦମୋହର ମଦ ବ୍ୟବସାୟୀ ଶଙ୍କର ରାୟ ଏବଂ ତାଙ୍କ ଭାଇଙ୍କ ଘର ଉପରେ ଚଢ଼ାଉ କରିଥିଲେ।

ଜବଲପୁର ଆୟକର ବିଭାଗର ଜଏଣ୍ଟ କମିଶନର ମୁନମୁନ ଶର୍ମା କହିଛନ୍ତି ଯେ ଦଳକୁ ରାୟ ପରିବାରରୁ ୮ କୋଟି ଟଙ୍କା ନଗଦ ମିଳିଛି। ଏଥିସହିତ ଘର ପାଣି ଟାଙ୍କି ଭିତରୁ ୧ କୋଟି ଟଙ୍କା ମିଳିଥିଲା। ଏତଦ ବ୍ୟତୀତ ତିନି କିଲୋଗ୍ରାମ ସୁନା ମଧ୍ୟ ଜବତ କରାଯାଇଛି।

ରାୟ ବ୍ରଦର୍ସଙ୍କ ଘରେ ଆୟକର ବିଭାଗର ଚଢ଼ାଉ ୩୯ ଘଣ୍ଟା ଧରି ଚାଲିଥିଲା । ଦୁଇ ଦିନ ପୂର୍ବେ ଇନଷ୍ଟାଗ୍ରାମ ଆକାଉଣ୍ଟରେ memewalanewsନାମରେ ଏକ ଭିଡିଓ ଅପଲୋଡ୍ କରାଯାଇଥିଲା। ଯେଉଁଥିରେ ଦାବି କରାଯାଇଛି ଯେ ଏହି ଭିଡିଓ ରାୟ ବ୍ରଦର୍ସ ଘରେ ଆୟକର ବିଭାଗର ଚଢ଼ାଉ ସମୟର ଦୃଶ୍ୟ ରହିଛି। ଭିଡିଓରେ ପାଣି ଟାଙ୍କିରୁ ମିଳିଥିବା ଟଙ୍କାକୁ ଅଧିକାରୀମାନେ ହେୟାର ଡ୍ରାୟରରେ ଶୁଖାଯାଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe