ଶ୍ରୀନଗର ଏନ୍‌କାଉଣ୍ଟର୍‌ରେ ଦୁଇ ଆତଙ୍କବାଦୀ ନିହତ; ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ

Advertisment
ଶ୍ରୀନଗର ଏନ୍‌କାଉଣ୍ଟର୍‌ରେ ଦୁଇ ଆତଙ୍କବାଦୀ ନିହତ; ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ

Image Source: NDTV

ଶ୍ରୀନଗର: ବୁଧବାର ଦିନ ଶ୍ରୀନଗ ସହର ବାହାରେ ଗୁଳି ବିନିମୟ ଘଟି କେନ୍ଦ୍ରୀୟ ରିଜର୍ଭ ପୁଲିସ୍‌ର (ସିଆର୍‌ପିଏଫ୍‌) ଜଣେ ଯବାନ ସହିଦ ହୋଇଛନ୍ତି ଓ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।

ଶାଲତେଙ୍ଗାର ଲେଓ୍ଵପୋରା ଅଞ୍ଚଳରେ ଆତଙ୍କବାଦୀମାନେ ନିରାପତ୍ତା ବଳ ଉପରକୁ ଗୁଳି ଚଳାଇଥିଲେ ବୋଲି ପୁଲିସ କର୍ମଚାରୀମାନେ କହିଛନ୍ତି। ନିରାପତ୍ତା ବଳ ଏହାର ପାଲଟା ଜବାବ ଦେବାରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ।

publive-image Image Source: Hindustan Times

ଏହା ପୂର୍ବରୁ ରବିବାର ଦିନ ଲାଲ୍‌ଚୌକ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଗ୍ରେନେଡ୍‌ ନିକ୍ଷେପ ଯୋଗୁଁ ଦୁଇଜଣ ନିରାପତ୍ତାକର୍ମୀ ଓ ସାତଜଣ ସାଧାରଣ ନାଗରିକ ଆହତ ହୋଇଥିଲେ।

ସହରର ଜନଗହଳିଭରା ଲାଲ୍‌ଚୌକ ଅଞ୍ଚଳ ଅନ୍ତର୍ଗତ ପ୍ରତାପ ପାର୍କ ନିକଟରେ କର୍ତ୍ତବ୍ୟରତ ସିଆର୍‌ପିଏଫ୍‌ କର୍ମଚାରୀଙ୍କ ଉପରକୁ ଆତଙ୍କବାଦୀମାନେ ଦୁଇଟି ଗ୍ରେନେଡ୍‌ ନିକ୍ଷେପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe