ଆମେରିକା ସୁପର୍‌ମାର୍କେଟ୍‌ରେ ଗୁଳିକାଣ୍ଡ ଜଣେ ମୃତ, ୧୨ଜଣ ଆହତ

Advertisment
ଆମେରିକା ସୁପର୍‌ମାର୍କେଟ୍‌ରେ ଗୁଳିକାଣ୍ଡ ଜଣେ ମୃତ, ୧୨ଜଣ ଆହତ

ଟେନସି (ଯୁକ୍ତରାଷ୍ଟ୍ର ଆମେରିକା): ଗୁରୁବାର ଦିନ ଟେନସି ସୁପରମାର୍କେଟ୍‌ରେ ଜଣେ ବନ୍ଧୁକଧାରୀ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ଅନ୍ୟ ୧୨ଜଣଙ୍କୁ ଆହତ କରିବା ପରେ ଆତ୍ମହତ୍ୟା କରିଥିବା କଥା ପୁଲିସ କହିଛି।

ଗୁଳିକାଣ୍ଡ ଯୋଗୁଁ ଅଧିକାଂଶ କ୍ରେତା ଓ ସୁପର୍‌ମାର୍କେଟ୍‌ର କର୍ମଚାରୀମାନେ ଆତଙ୍କିତ ହୋଇ କରିଡର୍‌ ବାଟ ଦେଇ ଖସି ପଳାଇବାକୁ ଉଦ୍ୟମ କରିଥିବା ବେଳେ ଅନ୍ୟ କେତେଜଣ ଷ୍ଟୋର୍‌ ଫ୍ରିଜର୍‌ ମଧ୍ୟରେ ଆଶ୍ରୟ ନେଇଥିଲେ।

publive-image Image Courtesy of CNN

ପୁଲିସ ମୁଖ୍ୟ ଡେଲ୍‌ ଲେନ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି, କଲ୍ୟୁଭିଲ୍‌ ଉପନଗରୀ ମେମ୍‌ଫିସ୍‌ସ୍ଥିତ ‘କ୍ରୋଗର୍‌ ଗ୍ରସରି’ରେ ସଙ୍ଗଠିତ ଏହି ଗୁଳିକାଣ୍ଡରେ ଆହତ ହୋଇଥିବା ୧୨ଜଣଙ୍କ ମଧ୍ୟରୁ ଜଣେ ଶଲ୍ୟ ଚିକିତ୍ସା ବିଭାଗ ଏବଂ ଅନ୍ୟ ଜଣେ ‘ଇଣ୍ଟେନ୍‌ସିଭ୍‌ କେୟାର୍‌’ରେ ଅଛନ୍ତି। ଆହତ ୧୨ଜଣଙ୍କ ବ୍ୟତୀତ ଭୀତସ୍ତ୍ରସ୍ତ ହୋଇଯାଇଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କର ମଧ୍ୟ ଚିକିତ୍ସା ଚାଲିଛି। ଠିକ୍‌ ଗୁଳିକାଣ୍ଡ ପରେ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚଥିଲା।

publive-image Image Courtesy of India Today

‘ରେଗ୍‌-ଟିଭି’ ରିପୋର୍ଟ ଅନୁସାରେ, ଗୁଳି ଚଳାଇଥିବା ବ୍ୟକ୍ତିଜଣକ ଉକ୍ତ ସୁପର୍‌ମାର୍କେଟ୍‌ରେ କାମ କରୁଥିଲେ। କୌଣସି କାରଣରୁ ଗତକାଲି ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା।

ଗୁଳିକାଣ୍ଡ ସମୟରେ ସୁପର୍‌ମାର୍କେଟ୍‌ରେ ୪୪ଜଣ କର୍ମଚାରୀ ଏବଂ ଅଗଣିତ ଗ୍ରାହକ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe