ଦକ୍ଷିଣ ମୁମ୍ବାଇସ୍ଥିତ ୬୦ ମହଲା କୋଠାର ୧୯ ତାଲାରେ ଅଗ୍ନିକାଣ୍ଡ: ଜଣେ ମୃତ

Advertisment
ଦକ୍ଷିଣ ମୁମ୍ବାଇସ୍ଥିତ ୬୦ ମହଲା କୋଠାର ୧୯ ତାଲାରେ ଅଗ୍ନିକାଣ୍ଡ: ଜଣେ ମୃତ

Image Courtesy of NDTV

ମୁମ୍ବାଇ: ଦକ୍ଷିଣ ମୁମ୍ବାଇର ଲାଲ୍‌ବାଗ୍‌ ଅନ୍ତର୍ଗତ ଅବିଘ୍ନ ପାର୍କ ସୋସାଇଟି ନାମକ ବିଳାସମୟ ୬୦ ମହଲାବିଶିଷ୍ଟ ଅଟ୍ଟାଳିକାରେ ଭୀଷଣ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି।

କ୍ୟୁରି ରୋଡ୍‌ ଅଞ୍ଚଳରେ ଥିବା ଉକ୍ତ ବହୁତଳ ଅଟ୍ଟାଳିକାରେ ନିଆଁ ଲାଗିଥିବା ଖବର ମଧ୍ୟାହ୍ନ ୧୨ଟା ବେଳେ ଅଗ୍ନିଶମ ବିଭାଗ ପାଇଥିବା କଥା କହିଛି।
ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଉଦ୍ୟମ ଚଳାଇଛନ୍ତି। ନିଆଁ ଗ୍ରାସ କରିଥିବା ୧୯ ମହଲାରୁ ଜଣେ ବ୍ୟକ୍ତି ଖସି ପଡୁଥିବା ଦୃଶ୍ୟ ଭିଡିଓ ଚିତ୍ରରୁ ଦେଖାଯାଉଛି। ଭୀଷଣ ଅଗ୍ନିକାଣ୍ଡରୁ ଉପରକୁ ଉଠୁଥିବା ବହଳ କଳା ଧୂଆଁ ମାଇଲ୍‌ ମାଇଲ୍‌ ଦୂରକୁ ଦେଖାଯାଉଛି।

publive-image Image Courtesy of Indian Today

‘କେଇଏମ୍‌ ହସ୍ପିଟାଲ୍‌’ର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି, ମୃତବ୍ୟକ୍ତିଜଣକ ହେଉଛନ୍ତି ୩୦ ବର୍ଷିୟ ଅରୁଣ ତିଓ୍ଵାରି। ତାଙ୍କୁ ଦିନ ୧୨.୪୫ରେ ମୃତାବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା।

ଉଦ୍ଧାର କାର୍ଯ୍ୟ ତଦାରଖ ନିମନ୍ତେ ମୁମ୍ବାଇ ମେୟର୍‌ କିଶୋରୀ ପେଦ୍‌ନେକର୍‌, ଅଗ୍ନିଶମ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ମେୟର୍‌ ପେଦ୍‌ନେକର୍‌ କହିଛନ୍ତି, ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି ଏବଂ ଉଦ୍ଧାର ଅଭିଯାନ ଚାଲୁ ରହିଛି। ଛାନିଆରେ ଜଣେ ବ୍ୟକ୍ତି କୋଠାରୁ ଡେଇଁ ପଡ଼ିଛନ୍ତି। ଏଥିରେ ଅଗ୍ନିଶମ ଟିମ୍‌ ବିଫଳ ହୋଇଛନ୍ତି ବୋଲି ଆମେ କହିପାରିବା ନାହିଁ। ଦୟାପୂର୍ବକ ଗୁଜବ ରଟନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe