ମୋମୋ ଖାଇବା ପରେ ଚାଲିଗଲା ୩୧ବର୍ଷୀୟ ମହିଳାଙ୍କ ଜୀବନ, ୧୫ ଅସୁସ୍ଥ

ମୋମୋ ଖାଇବା ପରେ ଚାଲିଗଲା ୩୧ବର୍ଷୀୟ ମହିଳାଙ୍କ ଜୀବନ। ୧୫ଜଣ ଅସୁସ୍ଥ ହୋଇଥିବା ନେଇ ସୂଚନା। ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଘଟିଛି ଏଭଳି ଘଟଣା। ଏବେ ପୁଲିସ ଘଟଣାର ଯାଞ୍ଚ କରୁଛି।

momomos

ହାଇଦ୍ରାବାଦ: ମୋମୋ ଖାଇବା ପରେ ଚାଲିଗଲା ୩୧ବର୍ଷୀୟ ମହିଳାଙ୍କ ଜୀବନ। ୧୫ଜଣ ଅସୁସ୍ଥ ହୋଇଥିବା ନେଇ ସୂଚନା। ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଘଟିଛି ଏଭଳି ଘଟଣା। ଏବେ ପୁଲିସ ଏହି ଘଟଣାର ଯାଞ୍ଚ କରୁଛି। ସୂଚନା ମିଳିଛି ଯେ, ଅସୁସ୍ଥ ହୋଇଥିବା ଲୋକମାନେ ସମାନ ଦୋକାନରୁ ମେ‌ାମୋ ଖାଇଥିଲେ ।

ପୁଲିସର କହିବା ମୁତାବକ, ମୃତ ମହିଳା ଏବଂ ଅସୁସ୍ଥ ହୋଇଥିବା ଲୋକମାନେ 'ଦିଲ୍ଲୀ ମୋମୋସ୍' ନାମକ ଏକ ଖାଦ୍ୟ ଷ୍ଟଲରୁ ମୋମୋ ଖାଇଥିଲେ। ଚିନ୍ତଲ ବସ୍ତିରେ ଅବସ୍ଥିତ ଏହି ଷ୍ଟଲଟି ପ୍ରାୟ ତିନିମାସ ପୂର୍ବେ ବିହାରରୁ ଆସିଥିବା ୬ଜଣ ବ୍ୟକ୍ତିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏବେ ଏହି ଷ୍ଟଲ ଚଳାଉଥିବା ଲୋକଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି।

ମୃତ ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ମୋମୋ ଖାଇ ଘରକୁ ଫେରିବା ପରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଚିକିତ୍ସିତ ଅବସ୍ଥାରେ ତାଙ୍କର ସୋମବାର ମୃତ୍ୟୁ ହୋଇଥିଲା। ମହିଳାଙ୍କ ମୃତ୍ୟୁ ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଯାଞ୍ଚ କରିବାରୁ ଅଭିଯୁକ୍ତଙ୍କ ପାଖରେ ଷ୍ଟଲ ଖୋଲିବା ପାଇଁ ବୈଧ ଲାଇସେନ୍ସ ନଥିବା ଜଣାପଡ଼ିଥିଲା। ଏହି ଘଟଣା ପରେ ଲାଇସେନ୍ସ ନଥିବା ରାସ୍ତାକଡ଼ର ଷ୍ଟଲରୁ ଖାଦ୍ୟ ଖାଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe