ଗ୍ରାମାଞ୍ଚଳରେ ନିର୍ମିତ ତିନି ଶୌଚାଳୟରୁ ଗୋଟିଏ ଅସୁରକ୍ଷିତ: ସର୍ଭେ

Advertisment
ଗ୍ରାମାଞ୍ଚଳରେ ନିର୍ମିତ ତିନି ଶୌଚାଳୟରୁ ଗୋଟିଏ ଅସୁରକ୍ଷିତ: ସର୍ଭେ

Image Courtesy of TOI

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ନିର୍ମିତ ପ୍ରତି ତିନିଟି ଶୌଚାଳୟ ମଧ୍ୟରୁ ପ୍ରାୟ ଗୋଟିଏ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା ମାନଦଣ୍ଡ ହିସାବରେ ଅସୁରକ୍ଷିତ ବୋଲି ସ୍ୱଚ୍ଛ ଭାରତ ମିସନ୍‌ ଅଧୀନରେ କରାଯାଇଥିବା ଏକ ଟେକ୍‌ନୋଲଜି ସର୍ଭେ ନମୁନାରୁ ଜଣାପଡ଼ିଛି। ଉକ୍ତ ଶୌଚାଳୟଗୁଡ଼ିକ ମଧ୍ୟରୁ ୬୦ ପ୍ରତିଶତ ଟୁଇନ୍‌-ଲିଚ୍‌ ପିଟ୍‌ସ୍‌ ବୋଲି ଜଣା ଯାଇଛି। ଏହାକୁ ଅପେକ୍ଷାକୃତ ସୁରକ୍ଷିତ ବିଚାରି ସ୍ୱଚ୍ଛ ଭାରତ ମିସନ୍‌ ଯୋଜନାରେ ସରକାର ଏହାର ପ୍ରସାର କରାଉଛନ୍ତି।

ଲାଭରହିତ ଆନ୍ତର୍ଜାତିକ ସଂସ୍ଥାନ ‘ଓ୍ଵାଟର୍‌ ଏଡ୍‌’ ଦ୍ୱାରା ଗତ ମାସରେ ୧, ୦୨୪ଟି ନିର୍ମିତ ଏବଂ ନିର୍ମାଣାଧୀନ ଶୌଚାଳୟ ଉପରେ କରାଯାଇଥିବା ସର୍ଭେ ପରେ ଏହି ତଥ୍ୟ ପ୍ରକାଶ ପାଇଛି। ‘କ୍ୱାଲିଟି ଆଣ୍ଡ୍‌ ସସ୍‌ଟେନାବିଲିଟି ଅଫ୍‌ ଟଏଲେଟ୍‌ସ୍‌’ ଶୀର୍ଷକ ଏହି ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ, ସର୍ଭେ କରାଯାଇଥିବା ଶୌଚାଳୟଗୁଡ଼ିକର ପ୍ରାୟ ୩୬% ଆଗାମୀ ଦୁଇ ବର୍ଷ ମଧ୍ୟରେ ନବୀକରଣ ଆବଶ୍ୟକ କରିବ। କାରଣ ସେ ସବୁ ଦୁଇ ପିଟ୍‌ ମଧ୍ୟରେ ସର୍ବନିମ୍ନ ବ୍ୟବଧାନ ନ ଥାଇ ତିଆରି ହୋଇଥିବା ଟୁଇନ୍‌ ପିଟ୍‌ ଟଏଲେଟ୍‌।

ମାର୍ଚ ମାସରେ ଆଠଟି ରାଜ୍ୟର ୧୬ଟି ଜିଲ୍ଲାରେ ଶୌଚାଳୟଗୁଡ଼ିକର ଦ୍ରୁତ ମୂଲ୍ୟାୟନ କରାଯାଇଥିଲା। ସର୍ଭେର ଫଳାଫଳ ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଯଦିବା ଏହା ଏକ କ୍ଷୁଦ୍ର ନମୁନା, ତଥାପି ଏହା ଦର୍ଶାଉଛି ଆହୁରି ନିରାପଦ ଏବଂ ଦୀର୍ଘସ୍ଥାୟୀ ଶୌଚାଳୟ ନିର୍ମାଣ କାହିଁକି ଆବଶ୍ୟକ।

ନିର୍ମିତ ୭୭୬ଟି ଶୌଚାଳୟର ଏକ ତୃତୀୟାଂଶ (୩୧%), କାର୍ଯ୍ୟକ୍ଷମ ହୋଇ ନ ଥିଲେ ମଧ୍ୟ, ଅସୁରକ୍ଷିତ। କାରଣ ମଳ ସଂକ୍ରାନ୍ତ ପଦାର୍ଥ ସହ ମଣିଷର ସଂସ୍ପର୍ଶ ରୋକିବାରେ ଏଗୁଡ଼ିକ ଗ୍ୟାରେଣ୍ଟି ଦେଉନାହାନ୍ତି। ଏଗୁଡ଼ିକର ଅଧିକାଂଶରେ ଟ୍ରାପ୍‌ ନ ଲଗିଥିବାରୁ ଏହାଦ୍ୱାରା ଜଳର ଉତ୍ସ ସଂକ୍ରମିତ ହେଉଥିବାର ସନ୍ଦେହ କରାଯାଉଥିବା କଥା ରିପୋର୍ଟ କହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe