ଏପ୍ରିଲ ୧୦ ସୁଦ୍ଧା ୧ଲକ୍ଷ ୬୧ହଜାର ନମୁନା ପରୀକ୍ଷା

Advertisment
୧୨ ରାଜ୍ୟରେ ପ୍ରବେଶ ପାଇଁ ନେଗେଟିଭ୍‌ ରିପୋର୍ଟ ଜରୁରି

US News & World Report

ନୂଆଦିଲ୍ଲୀ,: ଏପ୍ରିଲ ୧୦ ସୁଦ୍ଧା‌ ଆଇସିଏମ୍‌ଆର (ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ‌୍) ୧.୬ ଲକ୍ଷରୁ ଅଧିକ କରୋନା ଟେଷ୍ଟ୍‌ କରିଛି ଏବଂ ଏଥି ମଧ୍ୟରୁ ୬,୮୭୨ ନମୁନା ରିପୋର୍ଟ ପଜିଟିଭ୍‌ ଆସିଛି। ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି ଯେ, ଏପ୍ରିଲ ୧୦ ରାତି ୯ଟା ସୁଦ୍ଧା ଏହା ୧ଲକ୍ଷ ୬୧ ହଜାର ୩୩୦ଟି ନମୁନା ପରୀକ୍ଷା କରିଛି। ୧,୪୭,୦୩୪ ଲୋକଙ୍କଠାରୁ ୧,୬୧,୩୩୦ ନମୁନା ପରୀକ୍ଷା କରାଯାଇଛି। କେବଳ ଶୁକ୍ରବାର ଦେଶବ୍ୟାପୀ ୧୫୬୬୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଥି ମଧ୍ୟରୁ ୪୩୩ ଜଣଙ୍କ ଶରୀରରେ ଭାଇରସ୍‌ ପଜିଟିଭ୍‌ ଥିଲା। ଭ‌ାରତରେ କୋଭିଡ୍‌ ହଟ୍‌ସ୍ପଟ୍‌ଗୁଡ଼ିକରେ ପରୀକ୍ଷା‌ ବଢ଼ାଇବା ପାଇଁ ଟେଷ୍ଟିଂ ରଣନୀତି‌ରେ ପରିବର୍ତ୍ତନ ଅଣାଯାଇଛି। ଆଇସିଏମ୍‌ଆର ଅଧିକାରୀ କହିଛନ୍ତି ‌ଯେ ଦେଶରେ ଏବେ ସମୁଦାୟ ୨୧୩ ଟେଷ୍ଟିଂ ଲା‌ବ୍ରୋଟୋରି ଅଛି। ଏଥି ମଧ୍ୟରୁ ୧୪୬ଟି ସରକାରୀ ଏବଂ ୬୭ଟି ଘରୋଇ ଲ୍ୟାବ୍‌ ରହିଛି। ଅନ୍ୟପକ୍ଷେ ଆଇସିଏମ୍‌ଆର ପକ୍ଷରୁ ଆରମ୍ଭ ହୋଇଥିବା ରୢାପିଡ୍‌ ଟେଷ୍ଟିଂରୁ ଏହା ଜଣାପଡ଼ିଛି ଯେ, ଅଧିକାଂଶ କରୋନା ଆକ୍ରାନ୍ତଙ୍କର କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନାହିଁ କି ସେମାନେ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିନ‌ାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe