ଦେଢ଼ ଲକ୍ଷ ତଳେ ଦୈନିକ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ନୂଆ ୧ ଲକ୍ଷ ୨୭ ହଜାର ପଜିଟିଭ ଚିହ୍ନଟ

ଦେଢ଼ ଲକ୍ଷ ତଳେ ଦୈନିକ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ନୂଆ ୧ ଲକ୍ଷ ୨୭ ହଜାର ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା କୋପ କମିବାରେ ଲାଗିଛି। ଗତ ସପ୍ତାହରେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୨ ଲକ୍ଷ ପାଖାପାଖି ରହୁଥିବା ବେଳେ ଦୀର୍ଘ ଚାରି ଦିନ ହେଲା ତାହା ଲଗାତାର ଦୁଇ ଲକ୍ଷର ଯଥେଷ୍ଟ ତଳେ ରହିଥିଲା | ତେବେ ଆଜି କରୋନା ସଂକ୍ରମଣ ୧ ଲକ୍ଷ ୩୦ ହଜାରରୁ କମ ରହିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୨୭ ହଜାର ୫୧୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ୨ ଲକ୍ଷ ୫୫ ହଜାର ୨୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ୨ ହଜାର ୭୯୫ ଜଣଙ୍କର ମୃତ୍ୟୁ ହୋଇଛି |

ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ବେ ସେହି ଅନୁସାରେ କମ୍‌ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିର ବିଷୟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସକାଳ ୮ଟା ସୁଦ୍ଧା ମିଳିଥିବା ସୂଚନାନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୨୭,୫୧୦ ଜଣ ନୂତନ ସଂକ୍ରମିତ ଠାବ ହୋଇଛନ୍ତି ଯାହା କି ଗତ ଏପ୍ରିଲ ୧୦ ତାରିଖ ପରଠାରୁ ଅର୍ଥାତ୍‌ ୫୩ ଦିନ ମଧ୍ୟରେ ସର୍ବନିମ୍ନ ବୋଲି ଜଣାଯାଇଛି।

ଏହି ସଂଖ୍ୟାକୁ ମିଶାଇ ଅଦ୍ୟାବଧି ମୋଟ ୨,୮୧,୭୫,୦୪୪ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏଥି ସହିତ ଦେଶରେ ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୩,୩୧,୮୯୫ରେ ପହଞ୍ଚିଛି। ଏବେ ଦେଶରେ ୧୮ ଲକ୍ଷ ୯୫ ହଜାର ୫୨୦ଟି ସକ୍ରିୟ ମାମଲା ଥିବାବେଳେ ସମୁଦାୟ ୨କୋଟି ୫୯ ଲକ୍ଷ ୪୭ ହଜାର ୬୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ସେହିପରି ସମୁଦାୟ ୨୧ କୋଟି ୬୦ ଲକ୍ଷ ୪୬ ହଜାର ୬୩୮ ଜଣଙ୍କୁ ଟିକା ଦିଆଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe