Image Source: India Today
ଶ୍ରୀନଗର: ଶୁକ୍ରବାର ସକାଳେ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ଦାଇରୂ କୀଗାମ୍ ଗାଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନମୟ ଘଟିବା କାରଣରୁ ଜଣେ ଆତଙ୍କବାଦୀ ନିହତ ହୋଇଛି।
ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ସେ ଅଞ୍ଚଳରେ ଆତଙ୍କବାଦୀମାନେ ଥିବା ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ କର୍ଡନ୍ ଆଣ୍ଡ୍ ସର୍ଚ ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ସାମିଲ ହୋଇଥିଲେ ପୁଲିସ, ସେନା ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀର ମିଳିତ ଟିମ୍।
ସନ୍ଦିଗ୍ଧ ସ୍ଥଳକୁ ନିରାପତ୍ତା ବଳ ବେଢ଼ିଯିବା ପରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସେମାନଙ୍କୁ ମୁକାବିଲା କରିବାକୁ ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା ବୋଲି ସମ୍ପୃକ୍ତ ସରକାରୀ ଅଧିକାରୀଜଣକ କହିଛନ୍ତି।
ଏବେ ମଧ୍ୟ ଘଟଣାସ୍ଥଳରେ ଗୁଳି ବିନିମୟ ଚାଲିଛି।
Follow Us