ଉତ୍ତର କାଲିଫର୍ଣ୍ଣିଆରେ ଟ୍ରକ୍‌ ଦୁର୍ଘଟଣା କାରଣରୁ ୧ ନିୟୁତ ମହୁମାଛି ମୃତ

Advertisment
ଉତ୍ତର କାଲିଫର୍ଣ୍ଣିଆରେ ଟ୍ରକ୍‌ ଦୁର୍ଘଟଣା କାରଣରୁ ୧ ନିୟୁତ ମହୁମାଛି ମୃତ

Image Courtesy of The Seattle Times

ଅବର୍ଣ୍ଣ: ମହୁଫେଣା ସମେତ ମାଛିଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଉତ୍ତର କାଲିଫର୍ଣ୍ଣିଆରେ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାୟ ୧ ନିୟୁତ ମହୁମାଛି ପ୍ରାଣ ହରାଇଛନ୍ତି।

ଉତ୍ତର ସାକ୍ରାମେଣ୍ଟୋର ଅବର୍ଣ୍ଣଠାରେ ଗୁରୁବାର ରାତିରେ ଧୀର ବେଗରେ ଗତି କରୁଥିବା କାର୍‌ଗୁଡ଼ିକ ସହ ଧକ୍କା ଏଡ଼ାଇବାକୁ ଉଦ୍ୟମ କରୁଥିବାବେଳେ ଇଣ୍ଟର୍‌ଷ୍ଟେଟ୍‌-ଏଇଟି ଠାରେ ବିଶାଳ ଟ୍ରକ୍‌ଟି ବିପରୀତ ଦିଗକୁ ବୁଲିପଡ଼ିଲା ବୋଲି କର୍ତ୍ତୃପକ୍ଷମାନେ କହୁଛନ୍ତି।

ଟ୍ରକ୍‌ଟି ଏକ ଜଳାଶୟର ବନ୍ଧରେ ପିଟି ହୋଇଗଲା। ମାମୁଲି ଆଘାତ ପାଇ ଡ୍ରାଇଭର୍‌ ରକ୍ଷା ପାଇ ଯାଇଛି।

ବର୍ଷା ହେବାର ସମ୍ଭାବନା ଥିବାରୁ ଆଉ ସେ ମହୁଫେଣାଗୁଡ଼ିକୁ ଉଦ୍ଧାର କରାଯାଇ ପାରିବ ନାହିଁ ବୋଲି ମହୁମାଛିପାଳକମାନେ କହିବା ପରେ କର୍ତ୍ତୃକ୍ଷମାନେ ସାବୁନପାଣି ସିଞ୍ଚନ କରି ମାଛିଗୁଡ଼ିକୁ ମାରିବାକୁ ବାଧ୍ୟ ହୋଇଥିଲେ।

ମହୁମାଛିପାଳକ ନାଥନ୍‌ ସ୍ମିଥ୍‌ କହନ୍ତି: ଆଲ୍‌ମଣ୍ଡ୍‌ (ବାଦାମ) ଗଛରେ ପରାଗଯୋଗ କରାଇବା ନିମନ୍ତେ ୧ ମିଲିୟନ୍‌ ଡଲାର୍‌ରୁ ଅଧିକ ମୂଲ୍ୟର ଏହି ମାଛିମାନଙ୍କୁ ମଣ୍ଟାନାରୁ କାଲିଫର୍ଣ୍ଣିଆର କେନ୍ଦ୍ରୀୟ ଉପତ୍ୟକାକୁ ପରିବହନ କରାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe