ରୁଷୀୟ ଆକ୍ରମଣର ୭ ଦିନ ସୁଦ୍ଧା ୧ ନିୟୁତ ୟୁକ୍ରେନୀୟ ଦେଶ ଛାଡ଼ି ପଳାୟନ କରିଛନ୍ତି: ଜାତିସଂଘ

Advertisment
ରୁଷୀୟ ଆକ୍ରମଣର ୭ ଦିନ ସୁଦ୍ଧା ୧ ନିୟୁତ ୟୁକ୍ରେନୀୟ ଦେଶ ଛାଡ଼ି ପଳାୟନ କରିଛନ୍ତି: ଜାତିସଂଘ

ଜିନିଭା: ରୁଷ୍‌ ଆକ୍ରମଣ କରିବାର ସପ୍ତାହକ ମଧ୍ୟରେ ୧ ନିୟୁତ ୟୁକ୍ରେନୀୟ ଦେଶ ଛାଡ଼ି ପଳାୟନ କରିଥିବା କଥା ଜାତିସଂଘ ଶରଣାର୍ଥୀ ଏଜେନ୍‌ସି କହିଛି। ‘ୟୁଏନ୍‌ଏଚ୍‌ସିଆର୍‌’ ହିସାବ ଅନୁ‌ସାରେ ଗୋଟିଏ ସପ୍ତାହରୁ କମ୍‌ ସମୟ ମଧ୍ୟରେ ୟୁକ୍ରେନ୍‌ ଜନସଂଖ୍ୟାର ୨%ରୁ ଅଧିକ ଦେଶ ଛାଡ଼ିଛନ୍ତି। ୨୦୨୦ ସୁଦ୍ଧା ୟୁକ୍ରେନ୍‌ର ସମୁଦାୟ ଜନସଂଖ୍ୟା ୪୪ ନିୟୁତ ଥିବା କଥା ‘ବିଶ୍ବ ବ୍ୟାଙ୍କ୍’ ଗଣନାରୁ ଜଣାପଡ଼ିଥିଲା।

ପ୍ରାୟ ୪ ନିୟୁତ ଜନତା ୟୁକ୍ରେନ୍‌ ଛାଡ଼ି ଚାଲିଯାଇ ପାରନ୍ତି ବୋଲି ‘ୟୁଏନ୍‌ଏଚ୍‌ସିଆର୍‌’ ଭବିଷ୍ୟବାଣୀ କରିଛି। ଦେଶତ୍ୟାଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇ ପାରେ ବୋଲି ମଧ୍ୟ ଜାତସଂଘ ଏଜେନ୍‌ସି କହିଛି।

publive-image Image Courtesy of India Today

ଇ-ମେଲ୍‌ରେ ‘ୟୁଏନ୍‌ଏଚ୍‌ସିଆର୍‌’ ମୁଖପାତ୍ର ଜୋଙ୍ଗ୍‌-ଆହ୍‌ ଗେଡିନି-ୱିଲିୟମ୍‌ସ୍‌ ଲେଖିଛନ୍ତି: ଜାତୀୟ କର୍ତ୍ତୃପକ୍ଷଙ୍କଦ୍ବାରା ସଂଗୃହୀତ ଗଣନା ଆଧାରିତ ଆମ ତଥ୍ୟାବଳି ସୂଚାଉଛି ଯେ, କେନ୍ଦ୍ରୀୟ ୟୁରୋପ୍‌ରେ ରାତି ଅଧ ସୁଦ୍ଧା ୧ ନିୟୁତ ଜନତା ଦେଶ ଛାଡ଼ି ଚାଲିଯାଇଛନ୍ତି।

publive-image Image Courtesy of Euro News

ଟୁଇଟ୍‌ କରି ଜାତିସଂଘ ଶରଣାର୍ଥୀ ହାଇ କମିସନର୍‌ ଫିଲିପ୍ପୋ ଗ୍ରାଣ୍ଡି ଲେଖିଛନ୍ତି: ମାତ୍ର ୭ ଦିନରେ ୟୁକ୍ରେନ୍‌ରୁ ୧ ନିୟୁତ ଶରଣାର୍ଥୀ ପଡ଼ୋଶୀ ଦେଶମାନଙ୍କୁ ଚାଲିଯାଇଛନ୍ତି।

ବୁଧବାର ଦିନ ‘ୟୁଏନ୍‌ଏଚ୍‌ସିଆର୍‌’ର ମୁଖପାତ୍ର ଶାବିୟା ମଣ୍ଟୁ କହିଛନ୍ତି, ଏଭଳି ହାରରେ ୟୁକ୍ରେନ୍‌ରୁ ବାହାରି ଚାଲିଲେ ଏହା ଚଳିତ ଶତାବ୍ଦୀର ସବୁଠୁ ବଡ଼ ଶରଣାର୍ଥୀ ସଙ୍କଟର ଉତ୍ସ ପାଲଟି ଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe