ଛତିଶଗଡ଼ରେ ମାଓବାଦୀଙ୍କ ‘ଆଇଇଡି’ ବିସ୍ଫୋରଣରେ ସିଆରପିଏଫ୍‌ ‘କୋବ୍ରା’ ବାଟାଲିୟନ୍‌ ଅଧିକାରୀ ସହିଦ

Advertisment
ଛତିଶଗଡ଼ରେ ମାଓବାଦୀଙ୍କ ‘ଆଇଇଡି’ ବିସ୍ଫୋରଣରେ ସିଆରପିଏଫ୍‌ ‘କୋବ୍ରା’ ବାଟାଲିୟନ୍‌ ଅଧିକାରୀ ସହିଦ

Image Courtesy of Hindustan Times

ରାୟପୁର: ଶନିବାର ରାତିରେ ସୁକୁମା ଜିଲ୍ଲାର ତାଦମେତଲା ଅଞ୍ଚଳରେ ମାଓବାଦୀଙ୍କ ‘ଆଇଇଡି’ ବିସ୍ଫୋରଣରେ ‘ସିଆର୍‌ପିଏଫ୍‌’ ‘କମାଣ୍ଡୋ ବାଟାଲିୟନ୍‌ ଫର୍‌ ରିଜୋଲ୍ୟୁଟ୍‌ ଆକ୍ସନ୍‌’ (କୋବ୍ରା) ବାଟାଲିୟନ୍‌ର ଜଣେ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ସହିଦ ହୋଇଛନ୍ତି ଓ ଅନ୍ୟ ସାତଜଣ ଆହତ ହୋଇଛନ୍ତି।

ଗଣମାଧ୍ୟମକୁ ବସ୍ତର ପୁଲିସ ଇନ୍ସପେକ୍ଟର୍‌ ଜେନେରାଲ୍‌ ସୁନ୍ଦରରାଜ ପି କହିଛନ୍ତି ଯେ, ମାଓବାଦୀମାନେ ବସାଇ ଥିବା ‘ଆଇଇଡି’ ବିସ୍ଫୋରଣ କାରଣରୁ ଶନିବାର ରାତିରେ ନକ୍ସଲ୍‌ ବିରୋଧୀ ଅଭିଯାନରେ ବାହାରିଥିବା ‘କୋବ୍ରା’ ଟିମ୍‌ର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ସମେତ ଆଠଜଣ କର୍ମଚାରୀ ଆହତ ହୋଇଥିଲେ। ରାତି ପ୍ରାୟ ୧୦ଟା ବେଳେ ତାଦମେତଲା ଗାଁ ପାଖ ଜଙ୍ଗଲରେ ସେମାନେ ତଲାସ ଚଳାଇ ଫେରୁଥିବା ବେଳେ ଦୁଇଟି ‘ଆଇଇଡି’ ବିସ୍ଫୋରଣ ଘଟିଥିଲା।

publive-image Image Courtesy of India Today

ରାତି ପ୍ରାୟ ୧୨.୪୫ରେ ଆଠଜଣ ଆହତଙ୍କୁ ବିମାନ ଯୋଗେ ରାୟପୁର ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଆହତ ହୋଇଥିବା ସହକାରୀ କମାଣ୍ଡାଣ୍ଟ୍‌ ନୀତିନ ଭାଲେରାଓଙ୍କର ରବିବାର ସକାଳେ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଥିବା କଥା ଆଇ.ଜି. କହିଛନ୍ତି।

ଅନ୍ୟ ସାତଜଣ ବିପଦମୁକ୍ତ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe