ଜମ୍ମୁ ଓ କଶ୍ମୀର: କୁଲ୍‌ଗାମ୍‌ ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ, ତଲାସ ଅଭିଯାନ ଜାରି

Advertisment
ଜମ୍ମୁ ଓ କଶ୍ମୀର: କୁଲ୍‌ଗାମ୍‌ ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ, ତଲାସ ଅଭିଯାନ ଜାରି

Image Courtesy of Zee News

ନୂଆଦିଲ୍ଲୀ: ରବିବାର ଦିନ ଜମ୍ମୁ ଓ କଶ୍ମୀରର କୁଲଗାମ୍‌ ଜିଲ୍ଲାର ମୁନାନ୍ଦ ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।

ପୁଲିସ ଅଧିକାରୀଜଣକ କହିବା ଅନୁସାରେ, କୁଲ୍‌ଗାମ୍‌ ଏନ୍‌କାଉଣ୍ଟର୍‌ରେ ଜଣେ ଅଚିହ୍ନା ଆତଙ୍କବାଦୀ ନିହତ ହୋଇଛି। ତଲାସ ଅଭିଯାନ ଚାଲୁ ରହିଛି।

ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ପୁଲିସ ଓ ସେନାର ମିଳିତ ଟିମ୍‌ ସେ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସ ଅଭିଯାନ ଚଳାଇବା କାରଣରୁ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ସନ୍ଦିଗ୍ଧ ସ୍ଥାନ ଆଡ଼କୁ ନିରାପତ୍ତା ବଳ କ୍ରମଶଃ ଅଗ୍ରସର ହେବାରୁ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ନିରାପତ୍ତା ବଳ ପାଲଟା ଗୁଳି ଚଳାଇବା ଫଳରେ ‘ଏନ୍‌କାଉଣ୍ଟର୍‌’ର ସୂତ୍ରପାତ ହୋଇଥିଲା ବୋଲି ସମ୍ପୃକ୍ତ ପୁଲିସ ଅଧିକାରୀଜଣକ କହିଛନ୍ତି।

publive-image Image Courtesy of India Today

ଏହା ବ୍ୟତିରେକେ, ବନ୍ଦୀପୋରାର ଉପର ଅଞ୍ଚଳରେ ଥିବା ଶୋକବାବା ଅରଣ୍ୟରେ ମଧ୍ୟ ତଲାସ ଅଭିଯାନ ଚାଲିଛି। ସେଠାରେ ଗତକାଲି ନିରାପତ୍ତା ବଳ ୩ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଆଉ ଜଣେ ଆତଙ୍କବାଦୀ ଆତ୍ମଗୋପନ କରିଥିବାରୁ ତାକୁ ଖୋଜି ବାହାର କରିବାକୁ ଉଦ୍ୟମ ଚାଲିଛି।

ପ୍ରାପ୍ତ ତଥ୍ୟାବଳୀ ଅନୁସାରେ, ଜୁଲାଇ ମାସରେ ୧୦ଟି ଏନ୍‌କାଉଣ୍ଟ୍‌ ଘଟିଛି ଏବଂ ସେଥିରେ ୨୧ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବର୍ଷ ଏ ପର୍ଯ୍ୟନ୍ତ କଶ୍ମୀରରେ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନର ୮୬ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା କଥା ନିରାପତ୍ତା ବଳ ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe