ଶୋପିଆଁ ଏନ୍‌କାଉଣ୍ଟର୍‌: ଜଣେ ଆତଙ୍କବାଦୀ ନିହତ, ଜଣେ ଯବାନ ଆହତ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ନୌସେରାରେ ଗୁଳି ବିନିମୟ ବେଳେ ଯବାନ ସହିଦ

Image Souce: Hindustan Times

ଶ୍ରୀନଗର: ଶୁକ୍ରବାର ସକାଳେ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ଆତଙ୍କବାଦୀ ଏବଂ ମିଳିତ ନିରାପତ୍ତା ବଳ ଟିମ୍‌ ମଧ୍ୟରେ ଚାଲିଥିବା ଗୁଳି ବିନିମୟ ଘଟଣାରେ ଜଣେ ଆତଙ୍କବାଦୀ ନିହତ ହୋଇଛି ଏବଂ ଜଣେ ପାରା ଟ୍ରୁପର୍‌ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଗୁଡ଼ାଏ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଜିଲ୍ଲାର ଜୈନପୋରା ଅନ୍ତର୍ଗତ ଦ୍ରାଗଦ୍‌ ଗାଁରେ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏନ୍‌କାଉଣ୍ଟର୍‌ ବନ୍ଦ ହୋଇଥିଲେ ମଧ୍ୟ ଘଟଣାସ୍ଥଳରେ ସର୍ଚ ଅପରେସନ୍‌ ଚାଲିଛି।

ସମ୍ପୃକ୍ତ ସ୍ଥାନରେ ଅନ୍ୟୂନ ଦୁଇ ତିନି ଜଣ ଆତଙ୍କବାଦୀ ଛକି ରହିଥିବା ବିଶ୍ୱାସ କରାଯାଉଛି।

ଦାଙ୍ଗେର୍‌ପୋରା ଗାଁରେ ଆତଙ୍କବାଦୀମାନେ ଛପି ରହିଥିବାର ସୂଚନା ପାଇବା ପରେ ଗୁରୁବାର ଦିନ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ସେଠାରେ ଦୁଇଜଣ ଆତଙ୍କବାଦୀ ଲୁଚିଥିଲେ। ସେମାନଙ୍କ ସଙ୍କ୍ରାନ୍ତରେ ଖବର ପାଇ ସେନାର ୨୨ ରାଷ୍ଟ୍ରୀୟ ରାଇଫଲ୍‌ ଏବଂ ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌ ସର୍ଚ ଅପରେସନ୍‌ ଆରମ୍ଭ କରିଥିଲା।

ପ୍ରତିଷେଧ ବ୍ୟବସ୍ଥା ସ୍ୱରୂପ ସାପୋର୍‌ରେ ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe