୧ରୁ ୧୦ ଦିନିଆ ‘ଆଦି ମହୋତ୍ସବ’

Advertisment
୧ରୁ ୧୦ ଦିନିଆ ‘ଆଦି ମହୋତ୍ସବ’

The Morning Chronicle

ନୂଆଦିଲ୍ଲୀ : ଆଗାମୀ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ଆନ୍‌ଲାଇନ୍ ଜରିଆରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ‘ଆଦି ମହୋତ୍ସବ’ର ଆୟୋଜନ କରାଯାଉଛି। ‘ଆଦି ମହୋତ୍ସବ’ରେ ଓଡ଼ିଶା ସମେତ ଆଦିବାସୀ ବହୁଳ ରାଜ୍ୟର କଳାକାର ଓ ଶିଳ୍ପୀମାନେ ଯୋଗଦେବେ।

ଆଦିବାସୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦିତ ଅନେକ ସାମଗ୍ରୀଗୁଡ଼ିକ ‘ଆଦି ମହୋତ୍ସବ’ରେ ପ୍ରଦର୍ଶନ କରାଯିବ। ଏତଦ୍‌ବ୍ୟତୀତ ଆଦିବାସୀମାନଙ୍କର ପାରମ୍ପରିକ ବ୍ୟଞ୍ଜନ ତଥା ସଂସ୍କୃତି ମଧ୍ୟ ପରିବେଷଣ କରାଯିବ। ଦେଶର ସମସ୍ତ ଆଦିବାସୀମାନଙ୍କୁ ସେମାନଙ୍କର କଳା, ସଂସ୍କୃତି, ଉତ୍ପାଦକଗୁଡ଼ିକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରିବା ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ଟ୍ରାଇଫେଡ୍ ଦ୍ୱାରା ଏହି ମହୋତ୍ସବର ଆୟୋଜନ କରାଯାଉଛି। ଭର୍ଚୁଆଲ ଆଦି ମହୋତ୍ସବକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଦି ମହୋତ୍ସବର ୫୦୦ରୁ ଊର୍ଦ୍ଧ୍ବ ଆଦିବାସୀମାନେ ଯୋଗ ଦେବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe