ସକାଳ ୧୦ଟା ସୁଦ୍ଧା ଆସାମରେ ୧୦.୨୧% ଏବଂ ପଶ୍ଚିମବଙ୍ଗରେ ୧୫.୩୦% ମତଦାନ

ସକାଳ ୧୦ଟା ସୁଦ୍ଧା ଆସାମରେ ୧୦.୨୧% ଏବଂ ପଶ୍ଚିମବଙ୍ଗରେ ୧୫.୩୦% ମତଦାନ

ନୂଆଦିଲ୍ଲୀ: ଆଜି ସକାଳ ୭ଟାରେ ଆସାମ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣରେ ପୂର୍ବାହ୍ନ ୧୦ଟା ସୁଦ୍ଧା ଯଥାକ୍ରମେ ୧୦.୨୧% ଓ ୧୫.୩୦% ମତଦାନ ହୋଇଥିବା ଭାରତର ନିର୍ବାଚନ କମିସନ୍‌ରୁ ସୂଚନା ମିଳିଛି।

ଏଯାବତ୍‌ ପଶ୍ଚିମବଙ୍ଗରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଥିଲେ ସୁଦ୍ଧା କେତେକ ପ୍ରସଙ୍ଗରେ ଆପତ୍ତି ଜଣାଇବାକୁ ତୃଣମୂଳ କଂଗ୍ରେସ ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ଆଜି ମଧ୍ୟାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବେ।

publive-image Image Courtesy of India Today

ବିଜେପିକୁ ତୀବ୍ର ସମାଲୋଚନା କରିବା ସହ ‘ତୃଣମୂଳ’ର ବିଜୟ ସୁନିଶ୍ଚିତ ବୋଲି ତୃଣମୂଳ କଂଗ୍ରେସର ସାଂସଦ ଡେରେକ୍‌ ଓ’ବ୍ରିୟେନ୍‌ କହିଛନ୍ତି। ନନ୍ଦୀଗ୍ରାମରେ ଥିବା ନିଜ ବାରିରେ ବଙ୍ଗ ଦୁହିତା ବଙ୍ଗର ବିଶ୍ୱାସଘାତକଙ୍କୁ ପରାସ୍ତ କରିବେ।

publive-image Image Courtesy of India

୧୪୯ ନମ୍ବର ବୁଥ୍‌ରେ ଭୋଟର୍‌ମାନଙ୍କୁ ପ୍ରଭାବିତ କରାଯାଉଥିବା ଏବଂ କେତେକ ସ୍ଥାନରେ ‘ଇଭିଏମ୍‌’ କାମ କରୁ ନ ଥିବା କଥା ଶୁଭେନ୍ଦୁଙ୍କ ଭାଇ କହିଛନ୍ତି।

ସେହିଭଳି, କେତେକ ସ୍ଥାନରେ ବିଜେପି ବୁଥ୍‌ ଜବରଦଖଲ କରିଥିବା ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ବାଙ୍କୁଡ଼ାରେ ପୁଲିସ ଭୋଟର୍‌ମାନଙ୍କୁ ବାଡ଼ିଆପିଟା କରିଥିବା କଥା ମଧ୍ୟ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି।

ଏହାଛଡ଼ା, ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ସତସାତମଲ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଡିୟୁଟିରେ ଥିବା ଦୁଇଜଣ ନିରାପତ୍ତା କର୍ମଚାରୀ ଗୁଳି ଚୋଟରେ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe