ନୂଆ ପଞ୍ଜାବ କ୍ୟାବିନେଟ୍‌ରେ ମନ୍ତ୍ରୀ ରୂପେ ଶପଥ ନେଲେ ୧୦ଜଣ ‘ଆପ୍‌’ ବିଧାୟକ

Advertisment
ନୂଆ ପଞ୍ଜାବ କ୍ୟାବିନେଟ୍‌ରେ ମନ୍ତ୍ରୀ ରୂପେ ଶପଥ ନେଲେ ୧୦ଜଣ ‘ଆପ୍‌’ ବିଧାୟକ

Image Courtesy of India Today

ଚଣ୍ଡୀଗଡ଼: ଆଜି ଚଣ୍ଡୀଗଡ଼ସ୍ଥିତ ରାଜଭବନରେ ପଞ୍ଜାବ ରାଜ୍ୟର ନୂଆ କ୍ୟାବିନେଟ୍‌ରେ ଜଣେ ନେତ୍ରୀଙ୍କ ସମେତ ‘ଆମ୍‌ ଆଦ୍‌ମୀ ପାର୍ଟି’ର ୧୦ଜଣ ବିଧାୟକ ମନ୍ତ୍ରୀରୂପେ ଶପଥ ଗ୍ରହଣ କରିଛନ୍ତି।

ଆଜି ଶପଥ ଗ୍ରହଣ କରିଥିବା ‘ଆପ୍‌’ ବିଧାୟକମାନେ ହେଉଛନ୍ତି, ହର୍‌ପାଲ୍‌ ସିଂହ ଚୀମା, ଡାକ୍ତର ବଲ୍‌ଜିତ୍‌ କ‌ୌର୍, ହର୍‌ଭଜନ ସିଂହ ଇଟିଓ, ଡାକ୍ତର ବିଜୟ ସିଙ୍ଗ୍‌ଲା, ଲାଲ୍‌ଚାନ୍ଦ୍‌ କଟାରୁଚକ୍‌, ଗୁର୍‌ମୀତ୍‌ ସିଂହ ମୀତ୍‌ ହାୟେର୍‌, କୁଲ୍‌ଦୀପ୍‌ ସିଂହ ଧାଲିୱାଲା, ଲାଲ୍‌ଜିତ୍‌ ସିଂହ ଭୁଲ୍ଲର୍‌, ବ୍ରାମ୍‌ ଶଙ୍କେର୍‌ (ଜିମ୍ପା) ଓ ହରିଓତ୍‌ ସିଂହ ବେନ୍‌ସ୍‌।

publive-image Image Courtesy of Zee News

ଏଥିପାଇଁ ଶପଥ ନେବା ପୂର୍ବରୁ ପଞ୍ଜାବବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରି ‘ଆପ୍‌’ ନେତ୍ରୀ ବଲ୍‌ଜିତ୍‌ କୌର କହି‌ଥିଲେ, ପଞ୍ଜାବ ଜନସାଧାରଣଏବଂ ଦଳର ହାଇକମାଣ୍ଡ୍‌ଙ୍କୁ ଧନ୍ୟବାଦ। କ୍ୟାବିନେଟ୍‌ରେ ଜଣେ ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବା ‘ଆପ୍‌’ର ଉତ୍ତମ ମନୋଭାବ। ମୁଁ ମୋର ସମସ୍ତ କର୍ତ୍ତବ୍ୟ ପାଳନ କରିବି। ଜଣେ ମହିଳା ତଥା ଜଣେ ଡାକ୍ତର ଭାବେ ମୁଁ ମହିଳା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ ପାଇଁ କାମ କରିବି।

ଆଜିର ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ ଝିଆ ସୀରତ୍‌ କୌର୍‌ ମାନ୍‌ ଏବଂ ପୁଅ ଦିଲ୍‌ଶାନ୍‌ ମାନ୍‌ ଯୋଗ ଦେଇଥିଲେ।

ଆଜି ନବଗଠିତ କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe