ବିଦେଶରୁ ଫେରାଇ ଅଣାଯାଇଥିବା ୧୦ଟି ପ୍ରାଚୀନ ପ୍ରତିମୂର୍ତ୍ତି ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର ହେଲା

Advertisment
ବିଦେଶରୁ ଫେରାଇ ଅଣାଯାଇଥିବା ୧୦ଟି ପ୍ରାଚୀନ ପ୍ରତିମୂର୍ତ୍ତି ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର ହେଲା

ନୂଆଦିଲ୍ଲୀ:  ଅଷ୍ଟ୍ରେଲିଆ ଏବଂ ଆମେରିକାରୁ ଫେରାଇ ଅଣାଯାଇଥିବା ୧୦ଟି ପ୍ରାଚୀନ ପ୍ରତିମୂର୍ତ୍ତିକୁ ଆଜି ନୂଆଦିଲ୍ଲୀଠାରେ ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଉତ୍ତର ପୂର୍ବ କ୍ଷେତ୍ର ବିକାଶମନ୍ତ୍ରୀ ଶ୍ରୀଜି. କିଷନରେଡ୍ଡୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ କଳାକେନ୍ଦ୍ରଠାରେ ଆୟୋଜିତ ପ୍ରତିମୂର୍ତ୍ତି ହସ୍ତାନ୍ତର ସମାରୋହରେ ଯୋଗଦେଇ ତାମିଲନାଡ଼ୁ ସରକାରଙ୍କୁ ପ୍ରତିମୂର୍ତ୍ତିଗୁଡ଼ିକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରିଥିଲେ। ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ  ମୀନାକ୍ଷୀ ଲେଖୀ, ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟରଏଲ. ମୁରୁଗାନ, ସଂସ୍କୃତି ମନ୍ତ୍ରାଳୟ, ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସମାରୋହକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ‘‘ବିଗତ ୮ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର ପ୍ରାଚୀନ ସଭ୍ୟତାର ସଂରକ୍ଷଣ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ସୁରକ୍ଷା ଏବଂ ବିଶ୍ବରେ ଭାରତୀୟ ଜ୍ଞାନବ୍ୟବସ୍ଥା ଓ ପରମ୍ପରା ପ୍ରୋତ୍ସାହନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଶ୍ରୀ ରେଡ୍ଡୀ କହିଥିଲେ ଯେ, ଭୂଗୋଳ ସହିତ ଇତିହାସର ସମ୍ପର୍କ ରହିଛି । ଏକ ନିରନ୍ତର ସଭ୍ୟତା ଭାବେ, ଭାରତର ଐତିହ୍ୟ ଦେଶର ମନ୍ଦିର ଓ ଐତିହାସିକ ସ୍ଥାନ ସହ ଜଡ଼ିତ ହୋଇ ରହିଛି । ଆମ ଭଗବାନଙ୍କ ପ୍ରତିମୂର୍ତ୍ତି ଫେରାଇ ଆଣିବା ଆମ ଐତିହ୍ୟର ସଂରକ୍ଷଣ, ପ୍ରୋତ୍ସାହନ ଓ ପ୍ରଚାର ପାଇଁ ଏକ ପ୍ରୟାସ । ସେ ଆହୁରି କହିଥିଲେ ଯେ, ବିଶ୍ବ ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସମ୍ପର୍କ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବନ୍ଧୁତା କାରଣରୁଏ ସବୁଦେଶରେ ଚୋରି ହୋଇଥିବା ପ୍ରାଚୀନ ସାମଗ୍ରୀକୁ ଠାବ କରାଯିବା ସହିତ ସେଗୁଡ଼ିକୁ ଦେଶକୁ ଫେରାଇ ଆଣିବାରେ ସହଯୋଗ ମିଳିପାରିଛି । ତେଣୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏଥିପାଇଁ ସବୁ ଶ୍ରେୟ ପାଇବାର ହକ୍‌ଦାର । ସେ କେବଳ ଏସବୁ ବିରଳ ପ୍ରତିମୂର୍ତ୍ତିକୁ ଫେରାଇ ଆଣିବାକୁ ପ୍ରୟାସ କରିନାହାନ୍ତି, ନିଜର ବିଦେଶ ଗସ୍ତ ସମୟରେ ଏସବୁକୁ ଦେଶକୁ ସାଥୀରେ ନେଇଆସିଛନ୍ତି ।
ଆଜି ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଯାଇଥିବା ପ୍ରାଚୀନ ପ୍ରତିମୂର୍ତ୍ତି ମଧ୍ୟରେ ରହିଛି, ଦ୍ବାରପାଳ, ନଟରାଜ, କଙ୍କଲମୂର୍ତ୍ତି କାଦୟମ, ନନ୍ଦୀକେଶ୍ବର କାଦାୟମ, ଚତୁର୍ଭୂଜ ବିଷ୍ଣୁଙ୍କ ମୂର୍ତ୍ତି, ଶ୍ରୀଦେବୀ, ଶିବ ଓ ପାର୍ବତୀ, ଶିଶୁ ସମ୍ବନ୍ଦରଙ୍କ ଦଣ୍ଡାୟମାନ ମୂର୍ତ୍ତିଏବଂଶିଶୁ ସମ୍ବନ୍ଦରଙ୍କ ମୂର୍ତ୍ତିଆଦି । ୨୦୧୪ ପରଠାରୁ ପ୍ରାଚୀନ ଦେବାଦେବୀଙ୍କ ମୂର୍ତ୍ତି ଫେରାଇ ଆଣିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରୟାସକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଏକକାଳୀନ ୧୫୭ଟି ପ୍ରାଚୀନ ମୂର୍ତ୍ତିକୁ ଭାରତ ଫେରାଇ ଅଣାଯାଇଛି । କେନ୍ଦ୍ରମନ୍ତ୍ରୀ କହିଥିଲେ, ବିଗତ ୮ ବର୍ଷ ମଧ୍ୟରେ ସରକାର ୨୨୮ଟି ଐତିହ୍ୟ ସାମଗ୍ରୀ ଦେଶକୁ ଫେରାଇ ଆଣିଛନ୍ତି, ଅନ୍ୟପଟେ ସ୍ବାଧୀନତା ପରେ ୨୦୧୩ ପର୍ଯ୍ୟନ୍ତ ଭାରତକୁ ମାତ୍ର ୧୩ଟି ପ୍ରାଚୀନ ପ୍ରତିମୂର୍ତ୍ତି ଅଣାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe